ଶୁଦ୍ଧତାକୁ ସୁନିଶ୍ଚିତ କରେ ହଲ୍‌ମାର୍କ: ସୌରଭ ରାୟ

କଟକ ସହରରେ ୧୨ ଦଶନ୍ଧି ଧରି ସୁନା ଗହଣା ବ୍ୟବସାୟରେ ବେଶ୍‌ ସୁନାମ ଅର୍ଜିଛି ରାଧାଗୋବିନ୍ଦ ରାୟ ଆଣ୍ଡ୍‌ କୋ ଜୁଏଲର୍ସ (ଆର୍‌ଜିଆର୍‌)। ଏହାକୁ ସୁନା ଗହଣାର ପ୍ରଥମ ଷ୍ଟୋର ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଥାଏ। ବଜାରରେ ସୁନା ମୂଲ୍ୟ ବୃଦ୍ଧି ଓ ଗହଣା ବ୍ୟବସାୟରେ କି ପ୍ରଭାବ ରହିଛି ସେନେଇ ଆର୍‌ଜିଆର ଗ୍ରୁପ୍‌ର ମ୍ୟାନେଜିଂ ପାର୍ଟନର ସୌରଭ ରାୟ ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ କହିଛନ୍ତି।

ପ୍ରାଥମିକ ଜୀବନରେ ଆପଣ କିପରି ଏହି ବ୍ୟବସାୟକୁ ଆପଣାଇଲେ?
ମୋ ଜେଜେବାପାଙ୍କ ବାପା ରାଧାଗୋବିନ୍ଦ ରାୟଙ୍କଠାରୁ ଆମର ଏହି ସୁନା ବ୍ୟବସାୟ ଆରମ୍ଭ। ଏହି କ୍ରମରେ ପୁନଶ୍ଚ ବାପା ଏହାକୁ ଚଳାଇଆସୁଥାନ୍ତି। କଟକର ବାଦାମବାଡ଼ିରେ ୯୦ ଦଶକରେ ଆମର ଆଉ ଏକ ଗହଣା ଶୋ’ରୁମ୍‌ ଖୋଲିଲା। ଏହାର ପରିଚାଳନା ବାପାଙ୍କ ପକ୍ଷେ ଅସୁବିଧା ହେତୁ ମୁଁ ଚାର୍ଟାର୍ଡ ଆକାଉଣ୍ଟାନ୍ସି ଛାଡ଼ି ବ୍ୟବସାୟରେ ଯୋଗଦେବାକୁ ବାଧ୍ୟହେଲି।
ସୁନାଗହଣା ବ୍ୟବସାୟ ଚଳାଇବାକୁ କିପରି ସମର୍ଥ୍ୟ ହେଲେ?
ରାଧାଗୋବିନ୍ଦ ରାୟ ଗହଣା ଦୋକାନର ସ୍ବତନ୍ତ୍ରତା ରହିଛି। ପ୍ରଥମତଃ ଧାତୁର ବିଶ୍ୱସନୀୟ ଗୁଣବତ୍ତା ଓ ଅନ୍ୟଟି ଲୋଭନୀୟ କାରିଗରି। ଆମର କେତେକ ସ୍ବତନ୍ତ୍ର ଡିଜାଇନ୍‌ ନିଜସ୍ବ ୱାର୍କଶପ୍‌ରେ ତିଆରି ହୋଇଥାଏ। ଏହାଛଡ଼ା ଗ୍ରାହକଙ୍କ ପସନ୍ଦର ଯେକୌଣସି ଡିଜାଇନ୍‌ର ସାମ୍ପୁଲ ଦେଖାଇଲେ ଆମେ ଯୋଗାଇପାରୁଛୁ।
ବ୍ୟବସାୟର ଯାତ୍ରା କିପରି ରହିଛି ?
୧୯୦୧ରେ କଟକର ନିମଚୌଡିଠାରେ ରାଧାଗୋବିନ୍ଦ ରାୟ ସୁନାଗହଣା ଅଳଙ୍କାରର ଆରମ୍ଭ। ଏହା ପ୍ରଥମ ଗହଣା ଶୋ’ରୁମ୍‌ ଭାବେ ପରିଚିତ। ଦ୍ୱିତୀୟ ଶୋ’ରୁମ୍‌ ବାଦାମବାଡ଼ିରେ ପ୍ରତିଷ୍ଠା କରାଗଲା। ଏହାର ଶତବାର୍ଷିକରେ ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ୍‌ ଭାବେ ଆଉ ଏକ ଶୋ’ରୁମ୍‌ ପ୍ରତିଷ୍ଠା କରାଗଲା, ଯେଉଁଠି ସୁନା ଗହଣା ସହ ହୀରା ଗହଣା ମଧ୍ୟ ଉପଲବ୍ଧ। କଟକର ଆରାଧ୍ୟ ମା’ କଟକଚଣ୍ଡୀଙ୍କର ସୁନା ବେଶରେ ଲାଗି ହେଉଥିବା ଅଳଙ୍କାର ଆମ ପ୍ରତିଷ୍ଠାନ ଦ୍ୱାରା ନିର୍ମିତ।
ସୁନା ବ୍ୟବସାୟରେ କି ଆହ୍ବାନ ରହିଛି?
ସୁନା ଗହଣା ପରି ସୂକ୍ଷ୍ମ ଓ ମୂଲ୍ୟବାନ ଅଳଙ୍କାରର ରକ୍ଷଣାବେକ୍ଷଣ ଦାୟିତ୍ୱ ଥାଏ। ପ୍ରତିଦିନ ସବୁ ଗହଣାକୁ ତନଖି କରାଯାଏ। ସ୍ବଳ୍ପ ସମୟ ମଧ୍ୟରେ ଡିଜାଇନ୍‌ର ପରିବର୍ତ୍ତନ ଘଟିଲେ ଏହାକୁ ପୁନର୍ବାର ରୂପାନ୍ତରିତ କରିବାରେ ଗଢ଼ା ମଜୁରି ଖର୍ଚ୍ଚ ହୋଇଥାଏ। ଶୋ’ରୁମ୍‌କୁ ୨୪ ଘଣ୍ଟା କ୍ୟାମେରା ଓ ସୁରକ୍ଷାକର୍ମୀ ନିଯୁକ୍ତ କରାଯାଇଥାଏ। ବଜାରକୁ ପ୍ରତିଯୋଗିତା ପାଇଁ ବିଭିନ୍ନ ଗହଣାର ଗଢ଼ା ମଜୁରି ରିହାତି ଓ ବହୁ କମ୍ପାନୀ ଷ୍ଟୋର ଆସିଥିବାରୁ ବିନିଯୋଗର ପରିମାଣ ମଧ୍ୟ ବହୁ ଅଧିକ ହୋଇଯାଇଛି।
ସରକାରଙ୍କ ବ୍ୟବସାୟ ନୀତି କେତେ ସୁହାଉଛି ?
ପ୍ରଚଳିତ ସରକାରୀ ନୀତି ଅନୁସାରେ ଆମେ ବ୍ୟବସାୟ କରୁଛୁ। ବ୍ୟବସାୟରେ ସ୍ବଚ୍ଛତା ଆସିଯାଇଛି। ହଲ୍‌ ମାର୍କ ଯୋଗୁଁ ଗ୍ରାହକ ଏବଂ ଆମ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଛି।
କେଉଁ ଗହଣାର ଚାହିଦା ଅଧିକ?
ଆମ ସଂସ୍କୃତି ଚଳଣିରେ ଅଳଙ୍କାରର ପ୍ରାଧାନ୍ୟ ରହିଛି। ଗ୍ରାହକମାନେ ହାଲୁକା ଓଜନର ସୁନ୍ଦର ଦେଖାଯାଉଥିବା ଗହଣା କିଣିବାକୁ ପସନ୍ଦ କରୁଛନ୍ତି। ଯୁବପିଢ଼ି ଫ୍ୟାନ୍ସି ଡିଜାଇନ ଓ ହୀରା ଗହଣା ପ୍ରତି ଆଗ୍ରହ ଦେଖାଉଛନ୍ତି। ବାହାଘର, ଉସତ୍ବ ଆଦି ପାଇଁ କିଛି ଆଣ୍ଟିକ୍‌ ଓ ଟ୍ରାଡିଶନାଲ ଗହଣାର ମଧ୍ୟ ଚାହିଦା ରହିଛି।
ବରାଦ ମୁତାବକ ଗହଣାଗୁଡ଼ିକ ତିଆରି କରିବା ପାଇଁ କି ବ୍ୟବସ୍ଥା ରହିଛି?
କଟକରେ ଆମର ନିଜସ୍ବ ସ୍ବତନ୍ତ୍ର ତାଲିମପ୍ରାପ୍ତ କାରିଗର ଅଛନ୍ତି। ଏହା ବ୍ୟତୀତ ବହୁ ସମୟରେ ଆଧୁନିକ ଡିଜାଇନ୍‌ ପାଇଁ ବମ୍ବେ, କୋଲକାତା ଓ ଗୁଜରାଟରୁ ଗହଣା ମଗାଇଥାଉ। ଦେଶର ବିଭିନ୍ନ ପ୍ରାନ୍ତର ଡଜାଇନ୍‌ ଆମ ପାଖରେ ଉପଲବ୍ଧ। ଏହାଛଡ଼ା ମୁଦି, ତାରକସୀ, କାର୍ଭିଂ ଓ ଷ୍ଟୋନ୍‌ ସେଟିଂର କୁଶଳୀ କାରିଗର ଆମ ପାଖରେ ରହିଛନ୍ତି।
ଜନସାଧାରଣ ଗହଣା କିଣିଲାବେଳେ କେଉଁ ଦିଗ ପ୍ରତି ସଚେତନ ହେବା ଉଚିତ ?
ବର୍ତ୍ତମାନ ସମସ୍ତ ଗହଣା ହଲ୍‌ମାର୍କ ହୋଇଛି। ଏହା ଶୁଦ୍ଧତାକୁ ସୁନିଶ୍ଚିତ କରିଥାଏ। କିନ୍ତୁ ହଲ୍‌ମାର୍କ ସହିତ ଶୁଦ୍ଧତାର ମାର୍କକୁ ମଧ୍ୟ ତନଖି କରିବାର ଆବଶ୍ୟକତା ରହିଛି। ଏହାଛଡ଼ା ହୀରା ଗହଣା କିଣିବା ବେଳେ ହୀରାର ମାନ ଏବଂ ପ୍ରମାଣପତ୍ର ଉପରେ ଧ୍ୟାନଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି

ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି...

ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି।...

ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ

ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍‌ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି...

୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ...

ଲାଲ୍‌ଚାନ୍ଦ୍‌ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri