ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ

ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍‌ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରକୁ ପରିବର୍ତ୍ତନ କରିବାକୁ ନନ୍ଦଘର ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ବାଜପେୟୀଙ୍କ ସହ ନନ୍ଦଘର ଏକ ଜାତୀୟ ଆନ୍ଦୋଳନ ‘ଅଗର ବଚ୍‌ପନ ସେ ପୁଛା ଖାନା ଖାୟା ତୋ, ଦେଶ୍‌କା କଲ୍‌ ବନେଗା’ ଉନ୍ମୋଚନ କରିଛି। ନନ୍ଦଘରର ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ସ୍ବାସ୍ଥ୍ୟସେବା, ଗୁଣାତ୍ମକ ପୋଷଣ ଏବଂ ପିଲାମାନଙ୍କ ପାଇଁ ସର୍ବୋତ୍ତମ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରି ଭାରତର ଭବିଷ୍ୟତ ପିଢ଼ିକୁ ପୋଷଣ ଦେବା।
ଏ ସମ୍ପର୍କରେ ବେଦାନ୍ତ ଗ୍ରୁପ୍‌ର ଚେୟାରମ୍ୟାନ (ଅଧ୍ୟକ୍ଷ) ଅନୀଲ ଅଗ୍ରୱାଲ କହିଛନ୍ତି, ପ୍ରକଳ୍ପ ନନ୍ଦଘର ହେଉଛି ଏକ ଜାତୀୟ ଆନ୍ଦୋଳନ, ଯାହା ଶିଶୁ ଏବଂ ମହିଳାଙ୍କ ସାମଗ୍ରିକ କଲ୍ୟାଣକୁ ସମର୍ଥନ ସହ ସ୍ବାସ୍ଥ୍ୟ ଏବଂ ପୋଷଣ ଉପରେ ବିଶେଷ ଧ୍ୟାନ ଦେଇଥାଏ। ଏପରିକି ମନୋଜ ଏହି ବଢୁଥିବା ଆନ୍ଦୋଳନକୁ ସମର୍ଥନ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ତାଙ୍କ ବ୍ୟକ୍ତିଗତ ଜୀବନ କାହାଣୀ ନନ୍ଦଘରର ଉଦ୍ଦେଶ୍ୟ ‘ଭବିଷ୍ୟତ ପିଢ଼ିର ଜୀବନକୁ ପୋଷଣ ଓ ପରିବର୍ତ୍ତନ’କୁ ଗଭୀର ଭାବେ ପ୍ରତିଧ୍ୱନିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri