ରମଣ ପ୍ରଭାବ

‘ରମଣ ପ୍ରଭାବ’ ହେଉଛି ଆଲୋକ ବିଚ୍ଛୁରଣର ଗୋଟିଏ ପ୍ରମୁଖ ତତ୍ତ୍ୱ। ଏହାର ଆବିଷ୍କାର କାହାଣୀ ବଡ ଚମତ୍କାର। ଆମ ଦେଶର ବିଶିଷ୍ଟ ବୈଜ୍ଞାନିକ ସାର୍‌ ସି.ଭି. ରମଣ ଏହାକୁ ଆବିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦାର୍ଥ ବିଜ୍ଞାନରେ ୧୯୩୦ରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ସମ୍ମାନରେ ଆମ ଦେଶରେ ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ରମଣ ୧୮୮୮ ମସିହା ନଭେମ୍ବର ୭ ତାରିଖରେ ତାମିଲନାଡୁର ତ୍ରିଚିନାପଲ୍ଲୀ ନିକଟସ୍ଥ ଏକ କ୍ଷୁଦ୍ର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ମାନ୍ଦ୍ରାଜ (ବର୍ତ୍ତମାନର ଚେନ୍ନାଇ)ର ପ୍ରେସିଡେନ୍ସି କଲେଜରୁ ପଦାର୍ଥ ବିଜ୍ଞାନରେ ୧୯୦୫ରେ ସ୍ନାତକ ଏବଂ ୧୯୦୭ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଖାସ୍‌ କଥା ହେଲା ଏହି ପରୀକ୍ଷାଦ୍ୱୟରେ ସେ ଉକ୍ତ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ରାବସ୍ଥାରୁ ସେ ଇଂଲଣ୍ଡର ବିଖ୍ୟାତ ପତ୍ରିକା ଫିଲୋସୋଫିକାଲ ମାଗାଜିନ୍‌ରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରି ଖ୍ୟାତି ଅର୍ଜନ କରିଥିଲେ। ଶିକ୍ଷା ସମାପ୍ତ ପରେ ସେ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରି କଲିକତାରେ ସହକାରୀ ଆକାଉଣ୍ଟାଣ୍ଟ ଜେନେରାଲ ପଦରେ ଯୋଗ ଦେଲେ। କିନ୍ତୁ ତାଙ୍କର ନିଶା ଥିଲା ବିଜ୍ଞାନ। ତେଣୁ ସେ ଅଫିସ ସମୟ ବାହାରେ ସକାଳେ ଓ ସନ୍ଧ୍ୟା ସମୟରେ କଲିକତାରେ ଥିବା ‘ଇଣ୍ଡିଆନ୍‌ ଆସୋସିଏଶନ ଫର କଲଟିଭେଶନ ଅଫ ସାଇନ୍ସ’ ଅନୁଷ୍ଠାନରେ ଗବେଷଣା କରୁଥିଲେ। ସେହି ସମୟରେ ସେ ସଙ୍ଗୀତ ଓ କମ୍ପନ ତତ୍ତ୍ୱ ଉପରେ ଗବେଷଣା କରି ଅନେକ ନିବନ୍ଧ ପ୍ରକାଶ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍‌ ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ଆକର୍ଷଣୀୟ ସରକାରୀ ଚାକିରି ଛାଡି କଲିକତା ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବରେ ଯୋଗ ଦେଲେ। ୧୯୨୧ରେ ରମଣ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଅନୁଷ୍ଠିତ ହୋଇଥିବା ‘ବ୍ରିଟିଶ ସାମ୍ରାଜ୍ୟର ବିଶ୍ୱବିଦ୍ୟାଳୟ କଂଗ୍ରେସ ସମ୍ମିଳନୀ’ରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ସମୟରେ ସେ ସମୁଦ୍ରର ନୀଳ ଜଳରାଶିକୁ ଦେଖି ‘ସମୁଦ୍ର ଜଳ ନୀଳ କାହିଁକି’ ଉପରେ ଏକ ନିବନ୍ଧ ଲେଖି ସାଉଁଟିଥିଲେ ବେଶ୍‌ ପ୍ରଶଂସା। କଲିକତାରେ ପହଞ୍ଚତ୍ବା ପରେ ସେ ଏହା ଉପରେ ଅଧିକ ଗବେଷଣା କଲେ ଏବଂ ତାହାର କାରଣ ମଧ୍ୟ ଜାଣିପାରିଲେ। ତାହା ହେଉଛି ଆଲୋକ ରଶ୍ମି। ଆଲୋକ ରଶ୍ମି ଚାରିଆଡକୁ ବିଚ୍ଛୁରିତ ହୋଇଥାଏ। କିନ୍ତୁ କେତେକ ବିଚ୍ଛୁରିତ ରଶ୍ମିର ଆବୃତ୍ତି ହେଉଛି ଆପାତତ ରଶ୍ମିର ଆବୃତ୍ତି ଠାରୁ ଅଲଗା। ଏହା ‘ରମଣ ପ୍ରଭାବ’ ନାମରେ ଜଣା। ଏଣୁ ଆବୃତ୍ତି ଅଲଗା ହେଲେ ରଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ର ଜଳ ନୀଳ ହେବାର ଏହା ହେଉଛି କାରଣ। ସମୁଦ୍ର ଜଳ ନୀଳ ବୋଲି ସମସ୍ତେ ଦେଖିଛନ୍ତି। କିନ୍ତୁ ରମଣଙ୍କ ଉନ୍ନତ ମସ୍ତିଷ୍କ ଏହାର କାରଣ ଖୋଜିଥିଲା ଏବଂ ସେଥିରେ ସଫଳ ହୋଇଥିଲା। ଏଥିପାଇଁ ତାଙ୍କୁ ମିଳିଥିଲା ନୋବେଲ ପୁରସ୍କାର। ନୋବେଲ ପୁରସ୍କାର ବ୍ୟତୀତ ରମଣଙ୍କୁ ଫ୍ରାଙ୍କଲିନ୍‌ ପଦକ, ହିଉଜେନ୍‌ସ ପଦକ ସମେତ ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ବ୍ରିଟିଶ ସରକାର ତାଙ୍କୁ ସମ୍ମାନଜନକ ‘ନାଇଟ୍‌’ ଉପାଧିରେ ଭୂଷିତ କରିଥିଲେ। ରୁଷ ତାଙ୍କୁ ‘ଲେନିନ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରିଥିଲା। ଭାରତ ସରକାର ତାଙ୍କୁ ୧୯୫୪ରେ ଦେଶର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ଉପାଧି ପ୍ରଦାନ କରିଥିଲେ। ରମଣ ୧୯୭୦ ନଭେମ୍ବର ୨୧ରେ ଇହଲୀଳା ସମ୍ବରଣ କରିଥିଲେ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri