କଠିନ ପରିଶ୍ରମ, ଧର୍ଯ୍ୟ, ନିଷ୍ଠା ଦେଇଛି ସଫଳତା; ରୁଚି ମସଲା ପ୍ରତିଷ୍ଠାତା

ଓଡ଼ିଶା ବାଣିଜ୍ୟ ଇତିହାସରେ ମସଲା ରପ୍ତାନି ବହୁ ପୁରାତନ। ଦେଶ ବିଦେଶରେ ଓଡ଼ିଶା ମସଲାର ଖୁବ ଆଦର ରହି ଆସିଛି। ଓଡିଶା ମସଲାକୁ ଦେଶ ବିଦେଶରେ ଲୋକପ୍ରିୟ କରିବା ଦିଗରେ କଟକରେ ଜନ୍ମିତ ରୁଚି ମସଲା କାମ କରୁଛି। ଦୀର୍ଘ ୪୫ବର୍ଷ ଧରି କମ୍ପାନୀ ଭାରତର ୧୮ଟି ରାଜ୍ୟ ଏବଂ ବିଦେଶରେ ନିଜର ସେବା ଯୋଗାଇ ଦେଉଛି। ଚଳିତବର୍ଷ ଶ୍ରୀଗୁଣ୍ଡିଚାରେ କମ୍ପାନୀ ତା’ର ୪୫ବର୍ଷ ପୂର୍ତ୍ତି ଉସତ୍ବ ପାଳନ କରିଛି। ଓଡ଼ିଶାର ମସଲା ମଣିଷ ଭାବେ ଘରେ ଘରେ ପରିଚିତ ତଥା ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଏବଂ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପିଠାପଣାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ସଫଳ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁଙ୍କ ସହ ଧରିତ୍ରୀର ବିଶେଷ ଆଳାପ….
ଚାକିରୀ ପରିବର୍ତ୍ତେ ଆପଣ ବ୍ୟବସାୟ ପ୍ରତି ମନବଳାଇବାର କାରଣ କଣ ଥିଲା?
– ରାଣୀହାଟ ହିନ୍ଦ ସିନେମା ନିକଟରେ ମୋ ବାପାଙ୍କର ଏକ ଛୋଟ ହୋଟେଲ ଥିଲା। ଏକ ଚାଳିଆ ଘରେ ଥିବା ସେହି ହୋଟେଲରେ ପରସା ଯାଉଥିବା ମଟନ ଚାମ୍ପ ବହୁ ସ୍ବାଦିଷ୍ଟ ଥିଲା। ଏହା ଗ୍ରାହକମାନଙ୍କର ମନପସନ୍ଦର ଖାଦ୍ୟ ଥିଲା। ହୋଟେଲରେ ଗ୍ରାହକଙ୍କ ଭିଡ ରହୁଥିଲା। ବାପାଙ୍କୁ ହୋଟେଲରେ ସାହାଯ୍ୟ କରୁକରୁ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଛା ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ବିକ୍ରି ସରିବା ପରେ ବାପାଙ୍କ ସହ ଲାଭ ଟଙ୍କା ଗଣିବାରେ ଆନନ୍ଦ ମିଳୁଥିଲା। ଏଭଳି ବ୍ୟବସାୟ ପ୍ରତି ଉସତ୍ାହ ବଢିଗଲା। ୧୯୭୪ରେ କଟକ ପୌରସଂସ୍ଥା ପକ୍ଷରୁ ବାପାଙ୍କ ହୋଟେଲଟିକୁ ଭାଙ୍ଗି ଦିଆଗଲା। ପରେ ବାପା ଆଉ ଏକ ସ୍ଥାନରେ ଏକ ଛୋଟ ଦୋକାନ କଲେ। ସେହି ସମୟରେ ରୋଜଗାର ଅନ୍ବେଷଣରେ ଥିଲି।
ରୁଚିର ସ୍ଥାପନ କିପରି ହେଲା ?
– ମହାଜନ(ତେଲି) ଘରର ପୁଅ ଥିବାରୁ ବ୍ୟବସାୟ କୁଳ ବେଉସା ଥିଲା। ହୋଟେଲ ଭାଙ୍ଗିବା ପରେ ଚିନ୍ତିତ ଥିଲୁ। ସେହି ସମୟରେ ଓଏସ୍‌ଆଇସି ପ୍ରଦତ୍ତ ଉଦ୍ୟୋଗୀ ପ୍ରଣିକ୍ଷଣ କାର୍ଯ୍ୟକ୍ରମ ମଉଳି ଯାଇଥିବା ବ୍ୟବସାୟ ଚିନ୍ତାଧାରାକୁ ଜାଗ୍ରତ କରାଇଲା। କଲିକତା ଯାଇ ଏକ ମସଲା କାରଖାନରେ କାମ କଲି। ବେତନ କମ୍‌ ଥିଲେ ସୁଦ୍ଧା କାରଖାନର ଯନ୍ତ୍ରପାତି, କଞ୍ଜାମାଲ, ଆମଦାନୀ, ମସଲା ପ୍ରସ୍ତୁତି ଓ ପ୍ୟାକେଜିଂ ସହ ବିକ୍ରିବଟା ଏବଂ ପରିଚାଳନା କରିବାରେ ମନ ରହିଥିଲା। କିଛି ଦିନ କାମ କଲାପରେ ପରେ ଓଡ଼ିଶା ଫେରି ଏକ ଅଟା କଳ ସ୍ଥାପନ କରି ବ୍ୟବସାୟ ଆରମ୍ଭ କଲି।
ରୁଚିର ନାମ ବଜାରକୁ କିପରି ଆସିଲା ?
ବାପାଙ୍କ ହୋଟେଲର ସ୍ବାଦିଷ୍ଟ ଭୋଜନକୁ ଗ୍ରାହକମାନେ ରୁଚିକର ଭୋଜନ ବୋଲି କହୁଥିଲେ। ସାଙ୍ଗମାନଙ୍କ ପରାମର୍ଶରେ ଏକ ଅଟା କଳ ସ୍ଥାପନ କରିଥିଲୁ। ଅଟାର କିଛି ସ୍ବାତନ୍ତ୍ର୍ୟ ରହିବା ପାଇଁ ଉକ୍ତ ଚକି ଅଟାକୁ ରୁଚି ଅଟା ଭାବେରେ ନାମିତ କରାଯାଇଥିଲା।
ମସଲା ଉଦ୍ୟୋଗ କ୍ଷେତ୍ରକୁ କିପରି ଆସିଲେ?
– ହୋଟେଲ ଥିଲା ବେଳୁ ବୋଉ ଶିଳରେ ବିଭିନ୍ନ ପ୍ରକାରର ସାମଗ୍ରୀକୁ ବାଟି ମସଲା ପ୍ରସ୍ତୁତ କରୁଥିବାର ଦେଖିଥିଲି। ମସଲା ପ୍ରସ୍ତୁତି ବେଳେ ଅତ୍ୟଧିକ ପରିଶ୍ରମ କରିବାକୁ ପଡୁଥିଲା। ମା’ଙ୍କର ଅକ୍ଲାନ୍ତ ପରିଶ୍ରମକୁ ଅନୁଭବ କରିଥିଲି। ଅଟା ସହ ସେହି ଚକିରେ ହଳଦୀ, ଲଙ୍କା, ଜିରା, ଧନିଆ ଆଦି ଗୁଣ୍ଡ କରି ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ଆରମ୍ଭ ହେଲା। ସେହି ସମୟରେ କଟକରେ ଗୁଣ୍ଡ ମସଲାର ପ୍ରଚଳନ ପ୍ରାୟ ନ ଥିଲା କହିଲେ ଚଳେ।
ବର୍ତ୍ତମାନର ଅତ୍ୟାଧୁନିକ କାରଖାନ କିପରି ରହିଛି।
– ପ୍ରଥମେ ଖପୁରିଆରେ ୪୦୦ ବର୍ଗଫୁଟ ପରିମିତ ଭଡା ଘରେ କାମ ଆରମ୍ଭ ହୋଇଥିଲା। ଏହାର ନାମ ଓମ୍‌ ଅଏଲ ଆଣ୍ଡ ଫ୍ଲୋର ମିଲ୍‌ ଥିଲା। ଖାଇବା ତେଲର କାରଖାନା ଏବଂ ଅଟା ଉପତ୍ାଦନ କରିବା ଲକ୍ଷ୍ୟ ଥିଲା। ତେଲ କାରଖାନର କଞ୍ଚାମାଲ ଏତେ ସହଜ ସାଧ୍ୟ ନ ଥିଲା। ପୂର୍ବ ଅଭିଜ୍ଞତା ଓ ଅଟା ଚକିରେ ଅଟା ଓ ମସଲା ଉଭୟ ହୋଇପାରିବା ସହଜ ହେବାରୁ ରୁଚି ମସଲା ସୃଷ୍ଟି ହେଲା। ସେହି ସମୟରେ ଓଡ଼ିଶାରେ ମିଶ୍ରିତ ମସଲା ବ୍ଲେଟେଡ ଆରମ୍ଭ ହୋଇ ନ ଥିଲା। ହୋଟେଲର ଅଭିଜ୍ଞତା ଏଥିରେ କାମ ଆସିଥିଲା । ଏହାବାଦ ବିଦେଶଗସ୍ତ କରି ଅତ୍ୟାଧୁନିକ ପ୍ୟାକେଜିଂ ମେସିନ ଆଣିବା ଫଳରେ ଓଡ଼ିଶାର ମସଲା ବଜାର ବେଶ ଉସତ୍ାହିତ ହୋଇଥିଲା। ଏହା ଆଗକୁ ବଢିବାକୁ ଆହୁରି ପ୍ରେରଣା ଦେଲା।
କମ୍ପାନୀ ସାମ୍ନାରେ ସବୁଠୁ ବଡ ଚ୍ୟାଲେଞ୍ଜ କଣ?
– ଗୁଣବତ୍ତାକୁ ବଜାୟ ରଖିବା ପାଇଁ ଗୁଣଯୁକ୍ତ କଞ୍ଚାମାଲର ଆବଶ୍ୟକତା ରହିଛି। ଏହା ସଂଗ୍ରହ ହେଲା ପରେ ବିଶ୍ୱସ୍ତରୀୟ ପ୍ରକ୍ରିୟାକରଣ ଓ ଗୁଣବତ୍ତାକୁ ଅତୁଟ ରଖିବା ପାଇଁ ସର୍ବୋକୃଷ୍ଟ ପ୍ୟାକେଜିଂ ଆବଶ୍ୟକ। ବଜାରରେ ନାମ ଓ ଗୁଣବତ୍ତାକୁ ସନ୍ତୁଳିତ ରଖି ଗ୍ରାହକମାନଙ୍କ ନିକଟତର ହେବା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି।
କମ୍ପାନୀର ଆଗାମୀ ଯୋଜନା କଣ ରହିଛି?
– କଟକ ବାଙ୍କୀ ମଧ୍ୟରେ ରହିଥିବା ରାମଦାସପୁର ଠାରେ ୧୫ ଏକର ଜାଗା ଉପରେ ଏକ ସର୍ବୋତ୍ତମ ଅତ୍ୟାଧୁନିକ ସ୍ବୟଂକ୍ରିୟ ମେସିନ ସ୍ଥାପନ ଦ୍ୱାରା ଏକ ଡ୍ରିମ ୟୁନିଟ ସ୍ଥାପନ କରାଯିବ। ଏଠାରେ ଅର୍ଗାନିକ ସାମଗ୍ରୀରୁ ରେଡି ଟୁ ଇଟ ଫ୍ରୋଜେନ ଫୁଡ୍‌ ପ୍ରସ୍ତୁତି କରାଯିବ। ୩୦ ପ୍ରକାରର ଖାଦ୍ୟ ଓ ୩୦୦୦ ନିଯୁକ୍ତି ସମ୍ଭାବନା ରଇଛି। ସମଗ୍ର ବିଶ୍ୱରେ ଓଡିଶାର ପାରମ୍ପରିକ ଖାଦ୍ୟକୁ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଆରିସା, କାକରା, ମଣ୍ଡା, ପୋଡପିଠା,ଏଣ୍ଡୁରି ଓ ପଖାଳ ଆଦିକୁ ଉପଲବ୍ଧ କରାଇବାରେ ଚେଷ୍ଟା ଅବ୍ୟାହତ ରହିଛି। କୋପରେଟିଭ ଫାର୍ମିଂ ଦ୍ୱାରା ଅର୍ଗାନିକ ଚାଷ କରି ଉନ୍ନତ ଖାଦ୍ୟକୁ ବିକ୍ରି ଯୋଜନା ରହିଛି। ଶୁଦ୍ଧ କେମିକାଲ ରହିତ ଉପତ୍ାଦରେ ଏହି ସବୁ ଜିନିଷ ପ୍ରସ୍ତୁତ କରାଯିବ। ଝିଅ ରଶ୍ମୀ ସାହୁ ରୁଚି ଫୁଡ ଲାଇନର ଦାୟିତ୍ୱ ଥିବା ବେଳେ ପୁଅ ଅରବିନ୍ଦ ସାହୁ କାମରେ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri