ଭାରତୀୟ କମ୍ପାନୀରେ ଅଂଶଧନ କିଣୁଛି ଚାଇନା ବ୍ୟାଙ୍କ

ମୁମ୍ବାଇ,୮।୭ : ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଭାରତରେ ଚାଇନା ସାମଗ୍ରୀକୁ ବର୍ଜନ କରିବା ନେଇ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଚାଇନାକୁ ଭିନ୍ନ ଉପାୟରେ ଚେକ୍‌ ଦେବା ଲାଗି ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ କମ୍ପାନୀଗୁଡ଼ିକରେ ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଧୀରେ ଧୀରେ ଅଂଶଧନ କ୍ରୟ କରୁଥିବା ଜଣାପଡିଛି। ଷ୍ଟକ୍‌ ଏକ୍ସଚେଞ୍ଜ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏପ୍ରିଲ ମଧ୍ୟଭାଗରେ ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା (ପିବିଓସି) ଭାରତୀୟ ଫାଇନାନ୍ସ କମ୍ପାନୀ ଏଚ୍‌ଡିଏଫ୍‌ସିରେ ୧% ଅଂଶଧନ କ୍ରୟ କରିଛି। କେବଳ ଏହି କମ୍ପାନୀ ନୁହେଁ, ଦେଶର ଅନ୍ୟ କମ୍ପାନୀଗୁଡିକରେ ଚାଇନା ବ୍ୟାଙ୍କ ଅଂଶଧନ ହାସଲ କରିଥିବା ସୂଚନା ମିଳିଛି। ଅମ୍ବୁଜା ସିମେଣ୍ଟରେ ପିବିଓସି ୦.୩୨%, ଫାର୍ମା କମ୍ପାନୀ ପିରାମଲ ଏଣ୍ଟରପ୍ରାଇଜେସ୍‌ରେ ୦.୪୩% ଅଂଶଧନ ଏହି ବ୍ୟାଙ୍କ ରଖିଛି। ଏଚ୍‌ଡିଏଫ୍‌ସିରେ ଚାଇନା ବ୍ୟାଙ୍କର ଅଂଶଧନର ମୂଲ୍ୟ ୩,୧୦୦ କୋଟି ଟଙ୍କା ଥିବା ବେଳେ ପିରାମଲ ଏଣ୍ଟରପ୍ରାଇଜେସ୍‌ରେ ୧୩୭ କୋଟି ଏବଂ ଅମ୍ବୁଜା ସିମେଣ୍ଟରେ ୧୨୨ କୋଟି ଟଙ୍କା ରହିଛି। ଗତ ୨ ବର୍ଷ ପୂର୍ବେ ଭାରତରେ ପ୍ରବେଶ କରିବା ଲାଗି ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ଲାଭ କରିଥିଲା। ମାତ୍ର ଚାଇନା ନିବେଶ ନେଇ ନିକଟରେ ପ୍ରକାଶିତ ୨ ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି। ଭାରତରେ ନିବେଶ କରୁଥିବା ବିଭିନ୍ନ ଫଣ୍ଡ ଏବଂ ନିବେଶ କମ୍ପାନୀଗୁଡିକ ଚାଇନା ସରକାରଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିୟନ୍ତ୍ରିତ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ। ଏଭଳି ସ୍ଥିତିରେ ଭାରତରେ ନିବେଶକୁ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରନ୍ତି।
୨୦୧୯ ଯାଏ ଚାଇନା ବ୍ୟାଙ୍କ ଭାରତରେ ନିବେଶ କ୍ଷେତ୍ରରେ ଏତେ ଆଗ୍ରହୀ ନ ଥିବା ବେଳେ ସ୍ବଳ୍ପ ଅଂଶଧନ ହାସଲ କରିଥିଲା। ବଜାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ କମ୍ପାନୀଗୁଡ଼ିକରେ ମଧ୍ୟ ଅଂଶଧନ ହାସଲ କରିବାକୁ ଲାଗିଲା। ଜର୍ମାନ ଭିତ୍ତିକ କମ୍ପାନୀର ଭାରତୀୟ ୟୁନିଟ ଏବଂ ଅନ୍ୟ ଭାରତୀୟ ସାର କମ୍ପାନୀଗୁଡିକରେ ଚାଇନା ଅଂଶଧନ ରହିଛି। ମାତ୍ର ଏହା ୧% ନିମ୍ନରେ ରହିଥିବାରୁ ଏ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ୨୦୧୯ରେ ଅମ୍ବୁଜା ସିମେଣ୍ଟର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ଏହାର ୬୩ ଲକ୍ଷ ଶେୟାର କ୍ରୟ କରିଛି। ୨୦୧୯ର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ୧୯ ଲକ୍ଷ ଶେୟାର ରହିଥିଲା। ପୂର୍ବରୁ ପିରାମଲ ଏଣ୍ଟରପ୍ରାଇଜେସ୍‌ରେ ଅଂଶଧନକୁ ଚାଇନା ବ୍ୟାଙ୍କ ବଢ଼ାଇଥିବା ଜଣାପଡିଛି। ଏଚ୍‌ଡିଏଫ୍‌ସିରେ ଚାଇନା ବ୍ୟାଙ୍କର ଅଂଶଧନ ବଢ଼ିବା ପରେ ସରକାର ବିଦେଶୀ ନିବେଶ ଆଇନରେ ସଂଶୋଧନ କରିଛନ୍ତି। ଭାରତର ସୀମାକୁ ଲାଗିଥିବା ଦେଶଗୁଡିକ ଭାରତରେ ନିବେଶ କରିବାକୁ ହେଲେ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ। ଏହି ନିୟମ ପୂର୍ବରୁ ପାକିସ୍ତାନ ଏବଂ ବାଂଲାଦେଶ ପର୍ଯ୍ୟନ୍ତ ସୀମିତ ରହିଥିଲା।
କୋଭିଡ୍‌ ଯୋଗୁ ବଜାର ପ୍ରଭାବିତ ଥିବାରୁ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ହ୍ରାସ ଘଟିଛି। ଏହାର ଲାଭ ନେଇ ଚାଇନାର ବିଭିନ୍ନ ସଂସ୍ଥା ଶେୟାର କିଣୁ ଥିବା ଦେଖାଯାଉଛି। ୨୦୧୪ ପରଠାରୁ ଚାଇନା ନିବେଶକମାନେ ଭାରତରେ ସେମାନଙ୍କ ନିବେଶ ବଢ଼ାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ନିବେଶ ପରିମାଣ ପ୍ରାୟ ୨୬ ବିଲିୟନ ଡଲାର ହେବ। ଆଗାମୀ ଦିନରେ ଅତିରିକ୍ତ ୧୫ ବିଲିୟନ ଡଲାର ନିବେଶ ହୋଇପାରେ। ଚାଇନା କମ୍ପାନୀଗୁଡ଼ିକ ଭିତ୍ତିଭୂମି, ଶକ୍ତି କ୍ଷେତ୍ର, ଟେକ୍ନୋଲୋଜି ଷ୍ଟାର୍ଟ ଅପ୍‌ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ନିବେଶ କରିଥିବା ଜଣାପଡ଼ିଛି। ସେହିଭଳି ଗେଟ୍‌ଓ୍ବେ ହାଉସ ନାମକ ଥିଙ୍କ ଟ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚାଇନା କମ୍ପାନୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଭାରତୀୟ ଷ୍ଟାର୍ଟଅପ୍‌ଗୁଡିକରେ ନିବେଶ ବଢ଼ାଇଛନ୍ତି। ପେଟିଏମ୍‌ ଗ୍ରୁପ୍‌ ଏବଂ ଜମାଟୋରେ ଆଲିବାବା, ବାଇଜୁସ, ଓଲା, ଫ୍ଲିପ୍‌କାର୍ଟ ଏବଂ ଅନ୍ୟ କମ୍ପାନୀରେ ଟେନ୍‌ସେଣ୍ଟ ଭଳି ଚାଇନା କମ୍ପାନୀ ନିବେଶ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri