ଭାରତୀୟ କମ୍ପାନୀରେ ଅଂଶଧନ କିଣୁଛି ଚାଇନା ବ୍ୟାଙ୍କ

ମୁମ୍ବାଇ,୮।୭ : ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଭାରତରେ ଚାଇନା ସାମଗ୍ରୀକୁ ବର୍ଜନ କରିବା ନେଇ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଚାଇନାକୁ ଭିନ୍ନ ଉପାୟରେ ଚେକ୍‌ ଦେବା ଲାଗି ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ କମ୍ପାନୀଗୁଡ଼ିକରେ ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଧୀରେ ଧୀରେ ଅଂଶଧନ କ୍ରୟ କରୁଥିବା ଜଣାପଡିଛି। ଷ୍ଟକ୍‌ ଏକ୍ସଚେଞ୍ଜ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏପ୍ରିଲ ମଧ୍ୟଭାଗରେ ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା (ପିବିଓସି) ଭାରତୀୟ ଫାଇନାନ୍ସ କମ୍ପାନୀ ଏଚ୍‌ଡିଏଫ୍‌ସିରେ ୧% ଅଂଶଧନ କ୍ରୟ କରିଛି। କେବଳ ଏହି କମ୍ପାନୀ ନୁହେଁ, ଦେଶର ଅନ୍ୟ କମ୍ପାନୀଗୁଡିକରେ ଚାଇନା ବ୍ୟାଙ୍କ ଅଂଶଧନ ହାସଲ କରିଥିବା ସୂଚନା ମିଳିଛି। ଅମ୍ବୁଜା ସିମେଣ୍ଟରେ ପିବିଓସି ୦.୩୨%, ଫାର୍ମା କମ୍ପାନୀ ପିରାମଲ ଏଣ୍ଟରପ୍ରାଇଜେସ୍‌ରେ ୦.୪୩% ଅଂଶଧନ ଏହି ବ୍ୟାଙ୍କ ରଖିଛି। ଏଚ୍‌ଡିଏଫ୍‌ସିରେ ଚାଇନା ବ୍ୟାଙ୍କର ଅଂଶଧନର ମୂଲ୍ୟ ୩,୧୦୦ କୋଟି ଟଙ୍କା ଥିବା ବେଳେ ପିରାମଲ ଏଣ୍ଟରପ୍ରାଇଜେସ୍‌ରେ ୧୩୭ କୋଟି ଏବଂ ଅମ୍ବୁଜା ସିମେଣ୍ଟରେ ୧୨୨ କୋଟି ଟଙ୍କା ରହିଛି। ଗତ ୨ ବର୍ଷ ପୂର୍ବେ ଭାରତରେ ପ୍ରବେଶ କରିବା ଲାଗି ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ଲାଭ କରିଥିଲା। ମାତ୍ର ଚାଇନା ନିବେଶ ନେଇ ନିକଟରେ ପ୍ରକାଶିତ ୨ ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି। ଭାରତରେ ନିବେଶ କରୁଥିବା ବିଭିନ୍ନ ଫଣ୍ଡ ଏବଂ ନିବେଶ କମ୍ପାନୀଗୁଡିକ ଚାଇନା ସରକାରଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିୟନ୍ତ୍ରିତ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ। ଏଭଳି ସ୍ଥିତିରେ ଭାରତରେ ନିବେଶକୁ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରନ୍ତି।
୨୦୧୯ ଯାଏ ଚାଇନା ବ୍ୟାଙ୍କ ଭାରତରେ ନିବେଶ କ୍ଷେତ୍ରରେ ଏତେ ଆଗ୍ରହୀ ନ ଥିବା ବେଳେ ସ୍ବଳ୍ପ ଅଂଶଧନ ହାସଲ କରିଥିଲା। ବଜାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ କମ୍ପାନୀଗୁଡ଼ିକରେ ମଧ୍ୟ ଅଂଶଧନ ହାସଲ କରିବାକୁ ଲାଗିଲା। ଜର୍ମାନ ଭିତ୍ତିକ କମ୍ପାନୀର ଭାରତୀୟ ୟୁନିଟ ଏବଂ ଅନ୍ୟ ଭାରତୀୟ ସାର କମ୍ପାନୀଗୁଡିକରେ ଚାଇନା ଅଂଶଧନ ରହିଛି। ମାତ୍ର ଏହା ୧% ନିମ୍ନରେ ରହିଥିବାରୁ ଏ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ୨୦୧୯ରେ ଅମ୍ବୁଜା ସିମେଣ୍ଟର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ଏହାର ୬୩ ଲକ୍ଷ ଶେୟାର କ୍ରୟ କରିଛି। ୨୦୧୯ର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ୧୯ ଲକ୍ଷ ଶେୟାର ରହିଥିଲା। ପୂର୍ବରୁ ପିରାମଲ ଏଣ୍ଟରପ୍ରାଇଜେସ୍‌ରେ ଅଂଶଧନକୁ ଚାଇନା ବ୍ୟାଙ୍କ ବଢ଼ାଇଥିବା ଜଣାପଡିଛି। ଏଚ୍‌ଡିଏଫ୍‌ସିରେ ଚାଇନା ବ୍ୟାଙ୍କର ଅଂଶଧନ ବଢ଼ିବା ପରେ ସରକାର ବିଦେଶୀ ନିବେଶ ଆଇନରେ ସଂଶୋଧନ କରିଛନ୍ତି। ଭାରତର ସୀମାକୁ ଲାଗିଥିବା ଦେଶଗୁଡିକ ଭାରତରେ ନିବେଶ କରିବାକୁ ହେଲେ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ। ଏହି ନିୟମ ପୂର୍ବରୁ ପାକିସ୍ତାନ ଏବଂ ବାଂଲାଦେଶ ପର୍ଯ୍ୟନ୍ତ ସୀମିତ ରହିଥିଲା।
କୋଭିଡ୍‌ ଯୋଗୁ ବଜାର ପ୍ରଭାବିତ ଥିବାରୁ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ହ୍ରାସ ଘଟିଛି। ଏହାର ଲାଭ ନେଇ ଚାଇନାର ବିଭିନ୍ନ ସଂସ୍ଥା ଶେୟାର କିଣୁ ଥିବା ଦେଖାଯାଉଛି। ୨୦୧୪ ପରଠାରୁ ଚାଇନା ନିବେଶକମାନେ ଭାରତରେ ସେମାନଙ୍କ ନିବେଶ ବଢ଼ାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ନିବେଶ ପରିମାଣ ପ୍ରାୟ ୨୬ ବିଲିୟନ ଡଲାର ହେବ। ଆଗାମୀ ଦିନରେ ଅତିରିକ୍ତ ୧୫ ବିଲିୟନ ଡଲାର ନିବେଶ ହୋଇପାରେ। ଚାଇନା କମ୍ପାନୀଗୁଡ଼ିକ ଭିତ୍ତିଭୂମି, ଶକ୍ତି କ୍ଷେତ୍ର, ଟେକ୍ନୋଲୋଜି ଷ୍ଟାର୍ଟ ଅପ୍‌ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ନିବେଶ କରିଥିବା ଜଣାପଡ଼ିଛି। ସେହିଭଳି ଗେଟ୍‌ଓ୍ବେ ହାଉସ ନାମକ ଥିଙ୍କ ଟ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚାଇନା କମ୍ପାନୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଭାରତୀୟ ଷ୍ଟାର୍ଟଅପ୍‌ଗୁଡିକରେ ନିବେଶ ବଢ଼ାଇଛନ୍ତି। ପେଟିଏମ୍‌ ଗ୍ରୁପ୍‌ ଏବଂ ଜମାଟୋରେ ଆଲିବାବା, ବାଇଜୁସ, ଓଲା, ଫ୍ଲିପ୍‌କାର୍ଟ ଏବଂ ଅନ୍ୟ କମ୍ପାନୀରେ ଟେନ୍‌ସେଣ୍ଟ ଭଳି ଚାଇନା କମ୍ପାନୀ ନିବେଶ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?