Posted inଖେଳ

ସ୍ତ୍ରୀଙ୍କ ପାଇଁ ଗର୍ବିତ ଓ ଚିନ୍ତିତ ଗୌରମାଙ୍ଗି

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଭାରତର ଜଣାଶୁଣା ଫୁଟ୍‌ବଲର ଗୌରମାଙ୍ଗି ସିଂ ତାଙ୍କ ସ୍ତ୍ରୀ କମାଣ୍ଡର ପୁଷ୍ପାଞ୍ଜଳି ପୋତ୍‌ସାଙ୍ଗବାମ୍‌ଙ୍କ ପାଇଁ ଯେତେ ଗର୍ବିତ ସମ ପରିମାଣରେ ଚିନ୍ତିତ ମଧ୍ୟ। ପୁଷ୍ପାଞ୍ଜଳି ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନର ପାଇଲଟ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟମାନଙ୍କୁ ବିମାନଯୋଗେ ନିଜ ଦେଶକୁ ଆଣିବା ଲାଗି କାର୍ଯ୍ୟରେ ସେ ନିୟୋଜିତ ଅଛନ୍ତି। ଫଳରେ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ଏହି ପାଇଲଟ ୪ମାସ ହେବ ତାଙ୍କ ସ୍ବାମୀଙ୍କଠାରୁ ଦୂରରେ ରହିଛନ୍ତି। ଏୟାରଇଣ୍ଡିଆର ଜଣେ କମାଣ୍ଡର ଭାବେ ମଣିପୁରର ଏହି ମହିଳା ସରକାରଙ୍କ ବନ୍ଦେ ଭାରତ ମିଶନରେ ସାମିଲ ହୋଇଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟରେ ସେ ଲାଗିଛନ୍ତି। ଲକ୍‌ଡାଉନ୍‌ ବେଳେ ଜୈବିକ ଚାଷରେ ନିଜକୁ ନିୟୋଜିତ କରି ନିକଟରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଭାରତର ପୂର୍ବତନ ସେଣ୍ଟ୍ରାଲ ଡିଫେଣ୍ଡର ଗୌରମାଙ୍ଗି। ସେ କହିଛନ୍ତି, ବର୍ତ୍ତମାନ ଭଳି ଅଭୂତପୂର୍ବ ପରିସ୍ଥିତିରେ ଯେତେବେଳେ ନିଜ ପରିବାରର ଜଣେ ସଦସ୍ୟ ଦେଶ ପାଇଁ କିଛି କରିବାକୁ ଚେଷ୍ଟା କରେ ନିଜକୁୁ ଭଲ ଲାଗେ। ଏହା ସହଜ କାର୍ଯ୍ୟନୁହେଁ। ଏଥିରେ ମାନସିକ ଚାପର ବଶବର୍ତ୍ତୀ ହେବାକୁ ମଧ୍ୟ ପଡ଼ିଥାଏ। ପୁଷ୍ପାଞ୍ଜଳି ଦେଶର ସର୍ବ ବୃହତ୍‌ କ୍ୟାରିୟରରେ ଜଣେ ଫାଷ୍ଟ ଅଫିସର ଭାବେ ଯୋଗ ଦେଇ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ସେ କେବଳ ଇଣ୍ଟରନ୍ୟାଶନାଲ ସେକ୍ଟରରେ କାର୍ଯ୍ୟ କରିଥାନ୍ତି। ଭାରତୀୟ ନାଗରିକଙ୍କୁ ଆଣିବା ଲାଗି ଗତ ସପ୍ତାହରେ ସେ ଦକ୍ଷିଣ ଆଫ୍ରିକାର ଲାଗୋସରେ ଥିଲେ। ଗୋଟିଏ ଥର ଉଡାଣରେ ୩ଥର କୋଭିଡ୍‌-୧୯ ଟେଷ୍ଟ ଦେବାକୁ ହୋଇଥାଏ। ଲକ୍ଷ୍ୟସ୍ଥଳ ଉଦ୍ଦେଶ୍ୟରେ ପ୍ରସ୍ଥାନ ବେଳେ, ମୂଳସ୍ଥାନରେ ପହଞ୍ଚତ୍ବା ପରେ ଏବଂ ୫ ଦିନ ପରେ ଆଉଥରେ କରୋନା ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିମାନର ସମସ୍ତ କର୍ମଚାରୀଙ୍କର ସବୁବେଳେ ଭାଇରସ୍‌ ସଂକ୍ରମଣର ଆଶଙ୍କା ରହିଥାଏ। କହିବାକୁ ଗଲେ ସେମାନେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇରେ ଡାକ୍ତର ଏବଂ ନର୍ସଙ୍କ ଭଳି ଜଣେ ଜଣେ ଫ୍ରଣ୍ଟଲାଇନ୍‌ ଯୋଦ୍ଧା। ବହୁ ଦିନ ପ୍ରତୀକ୍ଷା ପରେ ଗୌରମାଙ୍ଗି ଶେଷରେ ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବା ଲାଗି ନୂଆଦିଲ୍ଲୀ ଯିବା ଲାଗି ସ୍ଥିର କରିଛନ୍ତି। ୩୪ ବର୍ଷୀୟ ଗୌରମାଙ୍ଗି ଜଣେ ପ୍ରତିଭାସମ୍ପନ୍ନ ଭାରତୀୟ ଫୁଟ୍‌ବଲର ଭାବେ ଜଣାଶୁଣା। ସେ ତାଙ୍କ କ୍ୟାରିୟରରେ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌, ଫେଡେରେଶନ କପ୍‌ ଓ ଆଇ-ଲିଗ୍‌ ଟାଇଟଲ ହାସଲ କରିଛନ୍ତି। ୨୦୧୦ରେ ସେ ଏଆଇଏଫ୍‌ଏଫ୍‌ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri