ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। ଜିଲାରୁ ନିର୍ବାଚିତ ହୋଇ ଯାଉଥିବା ଜନପ୍ରତିନିଧିଙ୍କ ଅବହେଳା ଯୋଗୁ ବିକାଶର ପଥ ଉନ୍ମୁକ୍ତ ହୋଇପାରିନାହିଁ। ଅତୀତରେ ଓ ବର୍ତ୍ତମାନ ଜିଲାକୁ ପ୍ରତିନିଧିତ୍ୱ କରିଥିବା ବିଧାୟକମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ ହେଁ ବିକାଶ ପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ମତପ୍ରକାଶ ପାଉଛି। ଚଳିତ ନିର୍ବାଚନରେ ୪ଜଣ ପୂର୍ବତନ ମନ୍ତ୍ରୀ ନିର୍ବାଚନୀ ମଇଦାନରେ ଲଢେଇ କରୁଛନ୍ତି। ମନ୍ତ୍ରୀପଦର ଉଚିତ ବିନିଯୋଗ ନ କରି ଅଧିକାଂଶ ସମୟରେ ଏମାନେ ଦୁର୍ନୀତି ଓ କ୍ଷମତାର ଅପବ୍ୟବହାରରେ ବୁଡି ରହିଥିବା ଯୋଗୁ ଚଳିତ ନିର୍ବାଚନରେ ସେମାନେ କଡ଼ା ମୁକାବିଲାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ପୂର୍ବରୁ ଯାଜପୁର ଅବିଭକ୍ତ କଟକ ଜିଲାରେ ଅନ୍ତର୍ଭୁକ୍ତ ଥିଲା। ୧୯୯୩ରେ ଏହା ଜିଲାର ମାନ୍ୟତା ପାଇଲା। ବର୍ତ୍ତମାନ ଯାଜପୁର ଜିଲାରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଗୁଡିକ ହେଲା ବିଞ୍ଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା। ଏଥିରୁ ମାତ୍ର ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ବାକି ୬ଟି ନିର୍ବାଚନମଣ୍ଡଳୀ ଅଣସଂରକ୍ଷିତ। ଏହି ଜିଲାରୁ ପ୍ରତିନିଧିତ୍ୱ କରିଥିବା ନେତାଙ୍କୁ ରାଜସ୍ବ, ଶକ୍ତି, ଅର୍ଥ, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅବକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡା, କୃଷି, ପର୍ଯ୍ୟଟନ ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିଛି। କିନ୍ତୁ କୌଣସି ପ୍ରକାର ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ଜିଲାକୁ ପ୍ରଥମ ମନ୍ତ୍ରୀପଦ ମିଳିଥିଲା। ଯାଜପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶାନ୍ତନୁ ଦାଶଙ୍କୁ ତଫସିଲଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ଏବଂ ଅବକାରୀ ମନ୍ତ୍ରୀଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଚିତ୍ତ ନାୟକ ବିଞ୍ଝାରପୁର ଆସନରୁ ଡେପୁଟି ମନ୍ତ୍ରୀ ପଦବୀ ପାଇଥିଲେ। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଧର୍ମଶାଳା ଆସନରୁ ବାଙ୍କବିହାରୀ ଦାସଙ୍କୁ ରାଜସ୍ବ ମନ୍ତ୍ରୀ ପଦ ମିଳିଥିଲା। ଏହାପରେ ଯାଜପୁର ଆସନରୁ ଜଗନ୍ନାଥ ମଲ୍ଲିକ କୃଷି ମନ୍ତ୍ରୀ, ସୁକିନ୍ଦା ଆସନରୁ ଶରତ ରାଉତ ପର୍ଯ୍ୟଟନ ଓ ଲୋକ ସମ୍ପର୍କ, ବଡଚଣା ଆସନରୁ ସୀତାକାନ୍ତ ମହାପାତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଧର୍ମଶାଳା ଆସନରୁ କଳ୍ପତରୁ ଦାଶ ପଞ୍ଚାୟତିରାଜ, ବରୀ ଆସନରୁ ଦେବାଶିଷ ନାୟକ କ୍ରୀଡା, ବଡଚଣା ଆସନରୁ ଅମରପ୍ରସାଦ ଶତପଥୀ କୃଷି, ବିଞ୍ଝାରପୁର ଆସନରୁ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଯାଜପୁର ଆସନରୁ ପ୍ରଣବ ପ୍ରକାଶ ଦାସ ଶକ୍ତିମନ୍ତ୍ରୀ ହୋଇଛନ୍ତି। ତେବେ ପ୍ରଫୁଲ୍ଲ ଘଡେଇ ଜିଲାରୁ ୪ଥର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ। ଏମାନଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ ୪ଜଣ ପୂର୍ବତନ ମନ୍ତ୍ରୀ ସୁକିନ୍ଦାରୁ କଂଗ୍ରେସର ଶରତ ରାଉତ, ବଡଚଣାରୁ ବିଜେଡିର ଅମରପ୍ରସାଦ ଶତପଥୀ, ବିଞ୍ଝାରପୁରରୁ ବିଜେଡିର ପ୍ରମିଳା ମଲ୍ଲିକ ଓ ଯାଜପୁରରୁ ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି। ବିଞ୍ଝାରପୁର ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ସମୟରେ ମଧ୍ୟାହ୍ନଭୋଜନ (ଏମ୍‌ଡିଏମ୍‌) ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ନିମ୍ନମାନର ଡାଲି ଚଢା ଦରରେ କିଣାଯାଇ ଯୋଗାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପର୍ଦ୍ଦାଫାଶ ହେବା ପରେ ସାରା ରାଜ୍ୟରେ ଚହଳ ପଡିଥିଲା। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭାରେ ହୋହାଲ୍ଲା କରିଥିଲେ। ଏଥିରେ ତକତ୍ାଳୀନ ମନ୍ତ୍ରୀ ପ୍ରମିଳାଙ୍କୁ ୨୦୧୧ ଫେବୃୟାରୀ ୫ରେ ଇସ୍ତଫା ଦେବାକୁ ପଡିଥିଲା। ରାଜ୍ୟ ସରକାର ଏହି ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ବିଭାଗକୁ ନ୍ୟସ୍ତ କରିଥିଲେ। ଏହି ତଦନ୍ତ ଚାଲିଥିବା ସମୟରେ ୨୦୧୫ ନଭେମ୍ବରରେ ଡାଲି ଯୋଗାଣକାରୀ ସଂସ୍ଥା ଓଡ଼ିଶା ଅର୍ଡର ସପ୍ଲାଏର୍ସକୁ ବକେୟା ଅର୍ଥ ବାବଦକୁ ୮କୋଟି ୨୫ଲକ୍ଷ ୯୦ହଜାର ୨୯ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅଯାଚିତ ଅନୁକମ୍ପାରେ ସେତେବେଳେ ଜିଲାର ଜଣେ ଅନ୍ୟତମ ମନ୍ତ୍ରୀଙ୍କ ହାତ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଚଳିତ ନିର୍ବାଚନରେ ଏହି ଘଟଣାକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି। ସେହିପରି ଅମରପ୍ରସାଦ ଶତପଥୀ କୃଷି ମନ୍ତ୍ରୀ ଥିବା ସମୟରେ ବାଦାମ ବିହନ ଦୁର୍ନୀତି ଅଭିଯୋଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଥିପାଇଁ ଅମରଙ୍କ ମନ୍ତ୍ରୀପଦ ମଧ୍ୟ ଯାଇଥିଲା। ସୁକିନ୍ଦା କଂଗ୍ରେସର ଶରତ ରାଉତ ମନ୍ତ୍ରୀ ଥିଲା ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଛନ୍ଦିହୋଇଥିଲେ। ପ୍ରଣବପ୍ରକାଶ ଦାସ ଶକ୍ତିମନ୍ତ୍ରୀ ରହିଥିଲେ ହେଁ ସେତେଟା ବିକାଶ ସମ୍ଭବ ହୋଇପାରି ନ ଥିଲା। ଶକ୍ତି ବିଭାଗରେ ଆବଶ୍ୟକ ପରିଚାଳନାଗତ ଅଭାବରୁ ୨ ବର୍ଷ ପରେ ତାଙ୍କ ମନ୍ତ୍ରୀପଦ ଯାଇଥିଲା। ଏଭଳି ଭାବରେ ଜିଲାରେ ଏତେସବୁ ମନ୍ତ୍ରୀପଦ ମିଳିଥିଲେ ବି ଯାଜପୁର ଜିଲା ବିକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ପଛାଇଯାଇଛି। ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଥିବାବେଳେ ବର୍ଷା ମାସରେ ପ୍ରମୁଖ ନଦୀନାଳ ଜିଲାବାସୀଙ୍କ ପାଇଁ ଦୁଃଖ ସାଜିଛି। ଶିକ୍ଷା, ପାନୀୟ ଜଳ, ଜଳସେଚନ, ନିଯୁକ୍ତି, ଗମନାଗମନ ସମସ୍ୟା ମଧ୍ୟ ଉକତ୍ଟ ରୂପ ନେଇଛି। ଖଣି ଓ ଶିଳ୍ପାଞ୍ଚଳରେ ପ୍ରଦୂଷଣ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି। ସହରର ଡ୍ରେନେଜ ଓ ପରିମଳ ସମସ୍ୟାରେ ଲୋକେ ରୁନ୍ଧି ହେଉଛନ୍ତି। ପୂର୍ବତନ ମନ୍ତ୍ରୀମାନଙ୍କ ଏଭଳି ଅବହେଳା ଓ ଦୁର୍ନୀତିକୁ ଏବେ ବିରୋଧୀ ପ୍ରାର୍ଥୀମାନେ ପ୍ରସଙ୍ଗ କରିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri