Posted inଭଦ୍ରକ

ଗୋପାଳନକୁ ଜୀବିକା କରିଛନ୍ତି ଇଞ୍ଜିନିୟର

ଭଦ୍ରକ ଅଫିସ,୧୫।୩-ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ କୃଷି ଉପରେ ଦାଉ ସାଧୁଛି। ଏଣୁ ଚାଷୀମାନେ କୃଷି ପ୍ରତି ଆଗ୍ରହ ହରାଇ ବସୁଛନ୍ତି। ଯୁବପିଢ଼ି ମଧ୍ୟ କୃଷି କାର୍ଯ୍ୟଠାରୁ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଛାତ୍ର ନିରଞ୍ଜନ ଉପାଧ୍ୟାୟ(୨୫) ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହେବାକୁ ଆନୁସଙ୍ଗିକ କୃଷି କାର୍ଯ୍ୟକୁ ଆଦରି ଭିନ୍ନ ନଜିର ସୃଷ୍ଟି କରିଛନ୍ତି। ନିଜ ପ୍ରଚେଷ୍ଟାରେ ସେ ଆରମ୍ଭ କରିଥିବା ଏକ ଡାଏରୀ ଫାର୍ମରେ ୧୫ରୁ ଊର୍ଦ୍ଧ୍ୱ ଗାଈ ରଖି ମାସକୁ ଖର୍ଚ୍ଚ ବାଦ୍‌ ୨୦ ହଜାର ଟଙ୍କା ଆୟ କରିପାରୁଛନ୍ତି। ନିରଞ୍ଜନ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ୩ ପରିବାରର ୫ଜଣଙ୍କୁ ଡାଏରୀ ଫାର୍ମ ଦେଖାଶୁଣା ପାଇଁ ନିଯୁକ୍ତି ଦେଇଛନ୍ତି। ନିରଞ୍ଜନ କହିଛନ୍ତି, କୃଷି ଆମ ଦେଶରେ ଅର୍ଥନୀତିର ମେରୁଦଣ୍ଡ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ନେଇ କାର୍ଯ୍ୟ କଲେ କୃଷିର ଉନ୍ନତି ସମ୍ଭବ ହେବ। ଯୁବପିଢ଼ି ଆଧୁନିକ ଜ୍ଞାନକୌଶଳ ଏବଂ ସରକାରୀ ଯୋଜନାର ସୁଯୋଗ ନେଇ କୃଷି ଓ ଆନୁସଙ୍ଗିକ କୃଷିକାର୍ଯ୍ୟ ପ୍ରତି ଆଗଭର ହେବା ଦରକାର।
ନିରଞ୍ଜନଙ୍କ ଘର ଭଦ୍ରକ ଜିଲା ସଦର ବ୍ଲକ ଆମ୍ବରୋଳି ପଞ୍ଚାୟତ ଅଧୀନ ତଳାଙ୍ଗ ଗଁାରେ। ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୨୦୧୨ରେ ମେକାନିକାଲରେ ଡିପ୍ଲୋମା ପାସ୍‌ କରିଥିଲେ। ମା’ ବାପାଙ୍କ ସ୍ବପ୍ନ ଥିଲା ପୁଅ ଇଞ୍ଜିନିୟର ହେବ। ସୁଖର ଘରସଂସାର କରିବ। ହେଲେ ପିଲାଦିନୁ ଗୋମାତାଙ୍କ ପ୍ରତି ମନରେ ଥିବା ମମତା ତାଙ୍କୁ ଗୋପାଳନ ଭଳି କାର୍ଯ୍ୟ କରିବାକୁ ଟାଣି ଆଣିଥିଲା। ଇଞ୍ଜିନିୟରିଂ ପାସ୍‌ ପରେ କୌଣସି ସରକାରୀ ଚାକିରି ପ୍ରତି ମନ ନ ବଳାଇ ସେ ଡାଏରୀ ଫାର୍ମ କରି ଗୋପାଳନ କରିବାକୁ ସ୍ଥିର କରିଥିଲେ। ପ୍ରାଥମିକ ଅବସ୍ଥାରେ ଏହି କାର୍ଯ୍ୟ ଜଟିଳ ମନେ ହୋଇଥିଲେ ବି ସେ ସାହସ ହରାଇ ନ ଥିଲେ। ସରକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଡାଏରୀ ଫାର୍ମ ଚଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଚେଷ୍ଟା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଜଣେ ସଫଳ ଗୋପାଳକ ଭାବେ ପରିଚୟ ଲାଭ କରି ସେ ଜିଲାର ଅନ୍ୟ ଉଚ୍ଚଶିକ୍ଷିତ ବେକାରମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିରଞ୍ଜନ କହିଛନ୍ତି, ପ୍ରଥମେ ଦୁଇଟି ଗାଈରୁ ସେ ଆରମ୍ଭ କରିଥିଲେ ଗୋପାଳନ। ଏବେ ସେ ୧୫ରୁ ଊର୍ଦ୍ଧ୍ୱ ଗାଈ ରଖିଛନ୍ତି। ତାଙ୍କ ବାପା ଅଭିମନ୍ୟୁ ଉପାଧ୍ୟାୟ ଜଣେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ। ମା’ ରତ୍ନମଣି ଗୃହିଣୀ। ପୁଅର ଏହି ସଫଳତାରେ ମା’ବାପା ଖୁସି ଅଛନ୍ତି। ଭଦ୍ରକ ବ୍ଲକର ପ୍ରାଣୀ ଚିକିତ୍ସକ ଓ ରାଣୀତାଲ କୃଷି ବିଜ୍ଞାନକେନ୍ଦ୍ରର ବିଶେଷଜ୍ଞମାନେ ନିରଞ୍ଜନଙ୍କ ଗୋପାଳନ କେନ୍ଦ୍ର ପ୍ରତି ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନେ ନିରଞ୍ଜନଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଗାଈମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ଯୋଗାଡ଼ କରିବା ଲାଗି ସେ ଉନ୍ନତ କିସମର ହାତୀଆ ଘାସ ଚାଷ, ଫିଡର ଚାଷ, ପାରା ଗ୍ରାସ, ଗ୍ରୀନ ଗ୍ରାସ ଚାଷ କରୁଛନ୍ତି। ଗାଈଙ୍କଠାରୁ କ୍ଷୀର ସଂଗ୍ରହ କରିବା ବ୍ୟତୀତ ସେମାନଙ୍କ ଗୋବରକୁ ରଖି ମାଛ ଚାଷ କରୁଥିବା ଚାଷୀଙ୍କୁ ବିକୁଛନ୍ତି। ଏଥିସହ ଆଗକୁ ଏକ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ବସାଇବାକୁ ଯୋଜନା ରଖିଛନ୍ତି। ବଳକା କ୍ଷୀରକୁ ସାଇତି ରଖି ସେଥିରୁ ଘିଅ ଓ ଛେନା ତିଆରି କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଏହି ଫାର୍ମରୁ ସେ ଦିନକୁ ପ୍ରାୟ ୭୦ଲିଟର କ୍ଷୀର ବିକ୍ରି କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri