ବରଗଡ଼ ଜିଲା ଚିଠି: ଡାକ୍ତର ଦରକାର

ସ୍ବାସ୍ଥ୍ୟସେବା ଏକ ମୌଳିକ ଅଧିକାର। ଜନତାଙ୍କ ପାଖକୁ ଏହି ସେବା ପହଞ୍ଚାଇବା କେବଳ ସରକାରଙ୍କ କର୍ତ୍ତବ୍ୟ, ତାହା ନୁହେଁ; ଏଥିପାଇଁ ସରକାରଙ୍କ ଦାୟିତ୍ୱବୋଧ ମଧ୍ୟ ରହିଛି। ମାତ୍ର ଅନେକସ୍ଥଳେ ଏହା ଲୋକଙ୍କ ପାଖକୁ ଅପହଞ୍ଚ ହୋଇ ପଡ଼ିଛି। ବରଗଡ଼ ଜିଲାରେ ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି। ଏଠାରେ ସ୍ବାସ୍ଥ୍ୟସେବା ପାଇଁ ଆଖିଦୃଶିଆ ଭିତ୍ତିଭୂମି ରହିଛି, ହେଲେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହୋଇଛି। ଫଳସ୍ବରୂପ ଜିଲାବାସୀ ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଜିଲାରେ ଗୋଟିଏ ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍‌ଏଚ୍‌), ପଦ୍ମପୁରରେ ଗୋଟିଏ ଉପଖଣ୍ଡ ଡାକ୍ତରଖାନା(ଏସଡିଏଚ୍‌), ୪୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି), ୧୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଏବଂ ୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ଅର୍ବାନ୍‌ ପିଏଚସି) ରହିଛି। ଗତମାସ ୨୧ତାରିଖରେ ସହରଠାରୁ ପ୍ରାୟ ୮କି.ମି ଦୂର ଟୁକୁର୍ଲା(ଖେଦାପାଲି)ରେ ନିର୍ମିତ ୭ମହଲା ତଥା ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହାପରେ ସହର ମଧ୍ୟରେ ରହିଥିବା ପୁରୁଣା ଡାକ୍ତରଖାନା ଜିଲା ମୁଖ୍ୟ ଡାକ୍ତରଖାନା ମାନ୍ୟତା ହରାଇ ଥିବାବେଳେ ଖେଦାପାଲିରେ ନବନିର୍ମିତ ଡାକ୍ତରଖାନାକୁ ସେହି ମାନ୍ୟତା ମିଳିଛି। ତେବେ ଜିଲାରେ ରହିଥିବା ଦୁଇଟିଯାକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ହାଟପଦା, ରେଲୱେ ଷ୍ଟେଶନପଡ଼ା) ବରଗଡ଼ ସହର ମଧ୍ୟରେ ରହିଥିବାବେଳେ ନିକଟରେ ଜନ ଆନ୍ଦୋଳନ ଚାପରେ ଏଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ସିଏଚସି)ଭାବେ ଘୋଷଣା କରିଛନ୍ତି। ଫଳସ୍ବରୂପ ବରଗଡ଼ ସହର ତଥା ଜିଲାରେ ଆଉ ଏକ ସ୍ବାସ୍ଥ୍ୟକେନ୍ଦ୍ର ଯୋଡ଼ି ହୋଇଯାଇଛି। ଏହାପରେ ଜିଲାରେ ଡାକ୍ତରଖାନା ସଂଖ୍ୟା ବଢ଼ିଛି ସତ, କିନ୍ତୁ ଡାକ୍ତରଙ୍କ ସଂଖ୍ୟା ଯେଉଁ ତିମିରେକୁ ସେହି ତିମିରରେ ରହିଛି। ବର୍ତ୍ତମାନ ଜିିଲା ସ୍ବାସ୍ଥ୍ୟ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସମେତ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୨୯୯। କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ କେବଳ ୧୨୫ଜଣ ଅବସ୍ଥାପିତ ଅଛନ୍ତି ଏବଂ ମଞ୍ଜୁରୀପ୍ରାପ୍ତ ସଂଖ୍ୟାର ଅଧାରୁ ଅଧିକ ତଥା ଆହୁରି ୧୭୪ଟି ପଦବୀ ଖାଲି ପଡ଼ିଛି। ସେତିକିରେ ଜିଲାରେ ସ୍ବାସ୍ଥ୍ୟସେବା କିଭଳି ଚାଲୁଥିବ, ତାହା ସହଜରେ ଅନୁମାନ କରାଯାଇପାରେ। ତଥାପି ଏଥିପ୍ରତି ଉଭୟ ଶାସକ, ବିରୋଧୀ ନୀରବଦ୍ରଷ୍ଟା। ସ୍ବାସ୍ଥ୍ୟସେବା ବିଗିଡ଼ିଲେ ପରିଣାମ କ’ଣ ହୁଏ, ତାହା ଜିଲାରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିରୁ ସହଜରେ ଅନୁମେୟ। ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହେବା ପରେ ବରଗଡ଼ ସହରରେ ଜନତାଙ୍କ ସ୍ବର ତେଜି ଉଠିଥିଲା ଏବଂ ଶେଷରେ ଜନତାଙ୍କ ସମ୍ମୁଖରେ ସରକାରଙ୍କୁ ମୁଣ୍ଡ ନୂଆଁଇବାକୁ ପଡ଼ିଛି। ଗତ ସପ୍ତାହରେ ଏଠାରେ ହୋଇଥିବା ଜନ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ତାହା ବାରି ହୋଇ ପଡ଼ିଛି। ତେବେ କେବଳ ଡାକ୍ତରଖାନା ବର୍ତ୍ତମାନ ଏକ ପ୍ରସଙ୍ଗ ନୁହେଁ। ଜିଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦିଗରେ ଚେଇଁ ଶୋଇଥିବା ଶାସକ, ବିରୋଧୀଙ୍କ ନିଦ ଭାଙ୍ଗୁଛି ନା ରାଜନେତାଙ୍କ ପ୍ରତି ଆସ୍ଥା ହରାଇଥିବା ଜନତାଙ୍କୁ ଏଥିପାଇଁ ପୁଣି ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ, ତାହା ସମୟ କହିବ।

– ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri