Posted inଫୁରସତ

ଇକୋ-ଓ୍ବାରିୟର ମାଳବିକା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟ ଏକ ଛୋଟ ଗାଁରେ ଜନ୍ମିତ ଝିଅ ମାଳବିକା କୃଷି ଓ ପରିବେଶ ଲାଗି କାର୍ଯ୍ୟ କରି ପରିବର୍ତ୍ତନ ଆଣିବେ ବୋଲି କେହି ବିଶ୍ୱାସ କରି ନ ଥିଲେ। କିନ୍ତୁ ଏବେ ତାହା ସେ ସମ୍ଭବ କରିପାରିଛନ୍ତି ଓ ଏଥିଲାଗି ତାଙ୍କୁ କୁହାଯାଉଛି ଇକୋ- ଓ୍ବାରିୟର। ପରିବେଶ ଉପଯୋଗୀ ଜୈବିକ କୃଷିର ଏକ ନୂଆ ପଥ ଦେଖାଇ ସେ କୃଷକମାନଙ୍କୁ ସଶକ୍ତକରିବାରେ ଲାଗିଛନ୍ତି। ମାଳବିକା ଶେଲାଙ୍କି ସ୍ବେଚ୍ଛାସେବୀ ସଂଗଠନ ‘ସ୍ବୟମ୍‌’ ମାଧ୍ୟମରେ ପଡିଆ ଜମିକୁ ସବୁଜ କ୍ଷେତରେ ପରିଣତ କରୁଛନ୍ତି। ଗାଁରେ ରହିବା ସମୟରେ ମାଳବିକା ଧାନ ବୁଣୁଥିଲେ, ପନିପରିବା ଚାଷ କରୁଥିଲେ, ମଇଁଷି ଦୁହଁୁଥିଲେ। ପରେ ସପରିବାର ବେଙ୍ଗାଲୁରୁ ଆସିବା ପରେ ତାଙ୍କ ଜୀବନ ଘାତ ପ୍ରତିଘାତ ମଧ୍ୟରେ ଗତି କରିଥିଲା। ତୃଣମୂଳ ସ୍ତରରେ ମହିଳା ଓ ଶିଶୁମାନେ ସମ୍ମୁଖୀନ ହେଉଥିବା ପରିବେଶ,ସ୍ବାସ୍ଥ୍ୟ, ଜୀବିକା ତଥା ଲିଙ୍ଗଗତ ସମସ୍ୟା ସୁଧାରିବା ଲାଗି ନିଜେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ‘ମାୟା’ ଏନ୍‌ଜିଓରେ କାର୍ଯ୍ୟ କରୁଥିବା ସମୟରେ ମାଳବିକାଙ୍କ ଜୀବନର ମୋଡ ବଦଳିଯାଇଥିଲା। ୨୦୧୧ରେ ସେ ‘ସ୍ବୟମ୍‌’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଗଠନ କରି ପ୍ରାକୃତିକ ଫାର୍ମିଂ ପଦ୍ଧତି ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଦୁଇ ବର୍ଷ ମଧ୍ୟରେ ସେ ବେଙ୍ଗାଲୁରୁର ୫ ଏକର ଏକ ପଡିଆ ଜମିରେ ୪୦୦ ପ୍ରକାରର ବିଭିନ୍ନ ଫଳ, କୋଳି ଓ କାଠ ଉପଯୋଗୀ ୫ ହଜାର ଗଛ ରୋପଣ କରି ସବୁଜ ପରିବେଶ ସୃଷ୍ଟି କରିଛନ୍ତି । ଏହା ଥିଲା ତାଙ୍କ ସବୁଜ ସଂଗ୍ରାମର ପ୍ରାରମ୍ଭିକ ସଫଳତା। ମାଳବିକା ଓ ତାଙ୍କ ଟିମ୍‌ ସଦସ୍ୟମାନେ‘୧୦୦୦ ଟ୍ରି ପ୍ରୋଜେକ୍ଟ’ ଅଭିଯାନରେ ବେଙ୍ଗାଲୁରୁର କୃଷକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ମଧ୍ୟମ ତଥା କ୍ଷୁଦ୍ର ଚାଷୀଙ୍କୁ ନେଇ ଗ୍ରୁପ ଗଠନ କରି ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର ତିନି ବର୍ଷ ମଧ୍ୟରେ୨୦ଟି କୃଷକ ପରିବାରର ୫୦ ଏକର ଜମିରେ ସ୍ଥାନୀୟ ସଂଶାଧନ ଉପଯୋଗରେ ଜୈବିକ କୃଷି କରି ସେମାନଙ୍କୁ ଲାଭ ଦେଇପାରିଛନ୍ତି। ବେଙ୍ଗାଲୁରୁ ବାହାରେ ଥିବା ୧.୩ ଏକର ବିଶିଷ୍ଟ ଫାର୍ମରେ ସେ ୨୦ ପ୍ରକାର ଶସ୍ୟ ଉପତ୍ାଦନ କରୁଛନ୍ତି। ତାଙ୍କ ସଂଗଠନ ଦ୍ୱାରା ବର୍ଷକୁ ଆୟୋଜିତ ହେଉଥିବା ୪ରୁ ୫ଟି କର୍ମଶାଳାରେ ଯୋଗ ଦେଉଥିତ୍ବା ଚାଷୀମାନଙ୍କ ୭୦ ପ୍ରତିଶତ ଖାଦ୍ୟ ଆବଶ୍ୟକତା ଏହି ଫାର୍ମ ପୂୂରଣ କରିପାରୁଛି। ପ୍ରାକୃତିକ କୃଷି ଦ୍ୱାରା ସୁସ୍ଥ ଜୀବନ ସମ୍ଭବ ବୋଲି କୁହନ୍ତି ମାଳବିକା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri