ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ହୋଇଛି। ତେବେ ପ୍ରତିଥର ଏଥିରେ ତାଙ୍କୁ ଧୋକା ମିଳିଛି । ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ ହୋଇଛନ୍ତି। ପ୍ରେମ ସମ୍ପର୍କ ତୁଟିବା ପରେ ପ୍ରତିଥର କାନ୍ଦିଛନ୍ତି ଭାଇଜାନ୍‌। ମାତ୍ର ତାଙ୍କର ଆଶିକ୍‌ ଦିଲ୍‌ ପୁଣିଥରେ ପ୍ରେମ କରି ବସିଛି। ସଲମାନ୍‌ଙ୍କ ପ୍ରଥମ ପ୍ରେମିକା ଥିଲେ ସଙ୍ଗୀତା ବିଜଲାନୀ। ଦୁଇଜଣଙ୍କର ବିବାହ ପାଇଁ କାର୍ଡ ମଧ୍ୟ ଛପାଯାଇଥିଲା। ତେବେ ହଠାତ୍‌ ସଙ୍ଗୀତା ସଲମାନ୍‌ଙ୍କ ଠାରୁ ଦୂରେଇ ଯାଇଥିଲେ। ଏହାପରେ ସଲମାନ୍‌ଙ୍କ ଜୀବନରେ ସୋମୀ ଅଲ୍ଲୀଙ୍କ ଏଣ୍ଟ୍ରୀ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘ ୬ ବର୍ଷ ଧରି ରହିଥିଲା। ପରେ ସୋମୀ ପାକିସ୍ତାନ ଫେରି ଯାଇଥିଲେ। ସେହିପରି ଫାରିଆ ଆଲମ୍‌ଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଶେଷରେ ଏହା ସଫଳ ହୋଇ ପାରି ନ ଥିଲା। ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କ ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମରେ ଅଧିକ ଗଭୀର ହୋଇଯାଇଥିଲା। ସମ୍ପର୍କକୁ ନେଇ ସଲମାନ ଅଧିକ ସକାରାତ୍ମକ ହୋଇପଡ଼ିଥିଲେ। ମାତ୍ର ଐଶ୍ଚର୍ଯ୍ୟା ଏହାକୁ ଭୁଲ୍‌ ସାବସ୍ତ୍ୟ କରି ମୁହଁ ଫେରାଇ ନେଇଥିଲେ। ଏହାପରେ ଭାଇଜାନ୍‌ଙ୍କ ଜୀବନରେ ସ୍ନେହା ଉଲ୍ଲାଲା ଆସିଥିଲେ। ମାତ୍ର ପରେ ସଲମାନ୍‌ ସମ୍ପର୍କକୁ ନେଇ ପଜେଟିଭ୍‌ ନ ରହିବାରୁ ଏଥିରେ ଆସିଥିଲା ଭଟ୍ଟା। ଏହାପରେ ସୁନ୍ଦରୀ କାଟରିନା କୈଫ୍‌ ସଲମାନ୍‌ଙ୍କ ଜୀବନରେ ଆସିଥିଲେ। ଦୁଇଜଣଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୋଇଥିଲା। ସଲମାନ୍‌ଙ୍କ ପରିବାର କାଟରିନାଙ୍କୁ ପସନ୍ଦ ମଧ୍ୟ କରୁଥିଲେ। ତେବେ କାଟରିନା ଦୂରେଇ ଯାଇଥିଲେ। କାଟରିନାଙ୍କ ପରେ ଦବଙ୍ଗ ଭାଇଜାନ୍‌ଙ୍କ ଜୀବନରେ ଆସିଲେ ଲୁଲିଆ ବନ୍ତୁର। ଏହି ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ବିବାହ ହେବ ବୋଲି କୁହାଯାଉଥିଲା। ତେବେ ଏପର୍ଯ୍ୟନ୍ତ ଏହା ସଫଳ ହୋଇ ପାରିନି। ଏହାଛଡ଼ା ଜରୀନ୍‌ ଖାଁ ଏବଂ ସଂହଳୀ ସୁନ୍ଦରୀ ଜ୍ୟାକିଲିନ ଫର୍ଣ୍ଣାଡିଜ୍‌ଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କରେ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା ତେବେ ଶେଷରେ ସମ୍ପର୍କ ଫିକା ପଡ଼ିଯାଇଥିଲା। ଏବେ ପୁଣି ଭାଇଜାନଙ୍କ ନାମ କାଟରୀନାଙ୍କ ସହିତ ପୁଣି ଯୋଡ଼ି ହୋଇଛି। ମାତ୍ର ଏହାର କୌଣସି ନିଷ୍ପତ୍ତି ହୋଇପାରିନି। କେବେ ଦବଙ୍ଗ ଖାଁଙ୍କ ବିବାହରେ ଯୋଡ଼ି ମହୁରୀ ବାଜୁଛି ତାହା ଦେଖିବାକୁ ପ୍ରଶଂସକ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?