Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ
ଆଜିର ସଭାସମିତିରେ ଟିକିଏ ଟିକିଏ କଥାରୁ କଳହ ଲାଗିପାରେ। କର୍ମକ୍ଷେତ୍ରର କିଛି ସମସ୍ୟାକୁ କେନ୍ଦ୍ରକରି ନିଜ ଲୋକମାନେ ବିରୁଦ୍ଧାଚରଣ କରିବେ। ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଆପଣେଇ ନେବେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ନିର୍ମାଣ, ଆନୁଷ୍ଠାନିକ କାମ କ୍ଷେତ୍ରରୁ କୃତ୍ତିକା ନକ୍ଷେତ୍ର ଉପକୃତ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କରିବା ଠିକ୍‌ ହେବ। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ରୋହିଣୀ ନକ୍ଷତ୍ର ସଭାସମିତିରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ନିନ୍ଦିତ ହୋଇପାରନ୍ତି। କୌଣସି କାମରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିବ।
ମିଥୁନ
ମିଥୁନ
ସକାଳୁ ସକାଳୁ ପାରିବାରିକ ସମସ୍ୟା ମନକୁ ବିଚଳିତ କରିବ। ଆରର୍ଦ୍ରା ନକ୍ଷତ୍ର କେତେକ କ୍ଷେତ୍ରରେ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। କଳା, ସାହିତ୍ୟ ଓ ସାମ୍ବାଦିକତାରେ ସୁନାମ ଅର୍ଜନ କରିବେ। ସାମୟିକ ସ୍ବାସ୍ଥ୍ୟହାନି କାରଣରୁ ନିଜକୁ ନିରୁତ୍ସାହିତ ମନେକରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଟେନସନ୍‌ ଲାଗିରହିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟିହେବ। ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବ୍ୟବସାୟ, ନିର୍ମାଣ ଆନୁଷ୍ଠାନିକ କାମ, ସଭା ସମିତିରୁ ପ୍ରଶଂସିତ ହେବେ। ଅଶ୍ଳେଷା ନକ୍ଷତ୍ର ଅଭିଳଷିତ ଜିନିଷ ପାଇ ଖୁସି ରହିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ମତାନ୍ତର କାରଣରୁ ପାରିବାରିକ, ରାଜନୀତି, ସଂଗଠନ ଓ ସଭାସମିତିରେ ସଫଳତା ହାସଲ କରିବେ। ପଡ଼ୋଶୀଙ୍କୁ ସାହାଯ୍ୟ କରିବା ସକାଶେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ବ୍ୟବସାୟ ଓ ପରିବହନରେ ବିଶେଷ ଲାଭବାନ୍‌ ହେବେ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବନ୍ଧୁଙ୍କ ସାହାଯ୍ୟରୁ ଖୋଜି ପାଇବେ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇ ନେବେ। ଦାବି ମୁତାବକ ନୂତନ ଗୃହୋପକରଣ ଦ୍ରବ୍ୟ କ୍ରୟ କରିବା ସକଶେ ବାଧ୍ୟ ହେବେ।
ତୁଳା
ତୁଳା
ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି କରିବାକୁ ପଡିପାରେ। ଘର ସାଜସଜ୍ଜା, ମୂଲ୍ୟବାନ ଜିନିଷ କିଣିବା, ଯାନବାହନ ମରାମତି ଦିଗରେ ସମୟ ଅତିବାହିତ ହେବ।
ବିଛା
ବିଛା
ବନ୍ଧୁଙ୍କ ପରାମର୍ଶକ୍ରମେ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଶୀଘ୍ର ଶେଷ କରିବାକୁ ଚାହୁଁଥିଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବେପାର ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ରହିବେ।
ଧନୁ
ଧନୁ
ଆଜି ଯେତିକି ପାଇବେ ସେତିକିରେ ସନ୍ତୁଷ୍ଟ ରହିବା ଭଲ। ଅଧିକ ଆଶା କଲେ କିଛି ଲାଭ ହେବନି। ନୂତନ କର୍ମସଂସ୍ଥାନ ପାଇଁ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସଫଳତା ପାଇବେ। ବ୍ୟବସାୟରେ ଭଲ ଲାଭହେବ। ସ୍ବାସ୍ଥ୍ୟ ସମସ୍ୟାଜନିତ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ।
ମକର
ମକର
କର୍ମକ୍ଷେତ୍ରରେ ଯେତେ କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହେବ ନାହିଁ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ବନ୍ଧୁଙ୍କ ସହ ସମ୍ପର୍କରେ ଉନ୍ନତି ଯୋଗୁ ଖୁସି ରହିପାରନ୍ତି। ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହେବେ। ଆତ୍ମୀୟଙ୍କ ପରାମର୍ଶକ୍ରମେ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
ପୂର୍ବ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହୋଇ ସଫଳତା ହାସଲ କରିବେ। ପାଖରେ ନ ଥିବା ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି। ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। ଈର୍ଷାପରାୟଣ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ମୀନମୀନ

ଆଜି ଯାତ୍ରା, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବା ସାଙ୍ଗକୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କାମ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri