ଖିମ୍‌ଜୀ ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୧୧: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ରିହାତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଖିମ୍‌ଜୀ ଜୁଏଲର୍ସର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୩୦% ରିହାତି ଦିଆଯାଉଛି।

ସେହିଭଳି ହୀରା ଅଳଙ୍କାର ଉପରେ ଫ୍ଲାଟ୍‌ ୨୦%ର ମନଲୋଭା ଅଫର ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ବର୍ଷ ନଭେମ୍ବର ୬ ପର୍ଯ୍ୟନ୍ତ କେବଳ ରାଉରକେଲା ଷ୍ଟୋର ପାଇଁ ବୈଧ ରହିଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଇସ୍ପାତ ନଗରରେ ସଫଳତାର ୯ମ ବର୍ଷ ପାଳନ କରି ଆମେ ବେଶ୍‌ ଆନନ୍ଦିତ । ଏହି ବର୍ଷଗୁଡିକରେ କ୍ରମାଗତ ଭାବେ ଆମକୁ ବିଶ୍ୱାସକରି ଏବଂ ଏହାକୁ ସମଗ୍ର ରାଉରକେଲାରେ ସବୁଠାରୁ ଅଧିକ ଆଦୃତ ଅଳଙ୍କାର ବ୍ରାଣ୍ଡ୍‌ ଭାବେ ପରିଣତ କରିଥିବାରୁ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ ବୋଲି ସେ ମତପ୍ରକାଶ କରିଛନ୍ତି।

ସେହିପରି ଏହି ଅଫର ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଭଲ ପାଇବାର ଏକ ପ୍ରତୀକ ଏବଂ ମୁଁ ଆଶା କରୁଛି ଆମ ଗ୍ରାହକମାନେ ନିଶ୍ଚୟ ଏହାର ଲାଭ ଉଠାଇବେ। ଆଗାମୀ ଦିନରେ ଖିମ୍‌ଜୀ ଜୁଏଲର୍ସ ଅଧିକରୁ ଅଧିକ ଗ୍ରାହକମାନଙ୍କୁ ସେବା ଯୋଗାଇ ସେମାନଙ୍କ ସହ ନିଜର ଅଭିବୃଦ୍ଧି ଯାତ୍ରା ଜାରି ରଖିବ। ଉଲ୍ଲେଖଯୋଗ୍ୟ, ୬,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ପ୍ରତିଷ୍ଠିତ ଏହି ଷ୍ଟୋରରେ ଗ୍ରାହକଙ୍କ ପାଇଁ ସୁନା, ହୀରା, ରୁପା ଓ ପ୍ଲାଟିନମ୍‌ ଅଳଙ୍କାର ସହ ଫ୍ୟାଶନ ସାମଗ୍ରୀର ଏକ ବୃହତ୍‌ ସମ୍ଭାର ଉପଲବ୍ଧ। ଏହା ସହ ଷ୍ଟୋରରେ ସାର୍ଟିଫାଏଡ ହୀରା ଏବଂ ୧୦୦% ବିଆଇଏସ୍‌ ହଲ୍‌ମାର୍କ ସୁନା ଅଳଙ୍କାର ସହ ରତ୍ନ, ଉଚ୍ଚମାନର ଘଣ୍ଟା, ଆସେସୋରିଜ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଂଗ୍ରହ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

ବିଜେଡିର ବଡ଼ ନିଷ୍ପତ୍ତି: ୧୩ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କଟକ,୯ା୨(ଶିଳ୍ପା ପ୍ରିୟଦର୍ଶିନୀ): ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୧୩ ତାରିଖ ପୂର୍ୱାହ୍ନ ୧୦ଟାରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ଦୋଳମୁଣ୍ଡାଇସ୍ଥିତ କଟକ ଜିଲା ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri