୫% ବୃଦ୍ଧି ପାଇଛି ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ

କଟକ,୩।୧୧: ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡ଼ିଛି। ଏପରିକି ୨୦୨୨ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପ୍ରାୟ ୧.୫୨ ଲକ୍ଷ କୋଟି ଟଙ୍କା ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ମୋଟ ୧,୫୧,୭୧୮କୋଟି ଟଙ୍କାର ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଥିବା ବେଳେ ଓଡ଼ିଶାରୁ ମଧ୍ୟ ଅକ୍ଟୋବରରେ ୩,୭୬୯ କୋଟି ଟଙ୍କାର ଅଧିକ ଜିଏସ୍‌ଟି ଆକାରରେ ସଂଗୃହୀତ ହୋଇଛି।

ସେହିଭଳି ଗତବର୍ଷ ସମାନ ମାସ ତୁଳନାରେ ରାଜ୍ୟରେ ଜିଏସ୍‌ଟି ସଂଗ୍ରହ ୫% ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। କାରଣ ୨୦୨୧ ଅକ୍ଟୋବରରେ ଓଡ଼ିଶାରୁ ୩,୫୯୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଅପରପକ୍ଷରେ ଅକ୍ଟୋବରରେ ଜିଏସ୍‌ଟି ବାବଦକୁ ଓଡ଼ିଶା ମୋଟ ୩୭୬୯.୪୪ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି। ଗତ ବର୍ଷ ସମାନ ସମୟ ମଧ୍ୟରେ ୩୫୯୩.୩୪ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ସେହିପରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ସାମଗ୍ରିକ ମୋଟ ଜିଏସ୍‌ଟି ସଂଗ୍ରହ ୨୭,୯୦୧.୩୮ କୋଟି ଟଙ୍କା ରହିଥିବା ବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଏହାର ପରିମାଣ ୨୩,୮୯୭.୨୦ କୋଟି ଟଙ୍କା ରହିଥିଲା। ଫଳରେ ଏ କ୍ଷେତ୍ରରେ ମଧ୍ୟ ୧୬.୭୬% ଅଭିବୃଦ୍ଧି ଘଟିଛି। ତେବେ ସାମଗ୍ରିକ ରାଜ୍ୟ ଜିଏସ୍‌ଟି ସଂଗ୍ରହ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୮,୨୬୪.୫୯ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ୬,୮୧୯.୯୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା।

ଏ କ୍ଷେତ୍ରରେ ୨୧.୧୮% ଅଭିବୃଦ୍ଧି ଘଟିଛି। ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଏବଂ ଅତିରିକ୍ତ ଟିକସ କ୍ଷେତ୍ରରେ ସାମଗ୍ରିକ ବୃଦ୍ଧି ହାର ଯଥାକ୍ରମେ ୧୮.୯୧%, ୮.୧୩% ଏବଂ ୨୧.୧୦% ରହିଛି। ତେବେ ୨୦୨୨ ଅକ୍ଟୋବରରେ ଓଡ଼ିଶା ପାଖରେ ଥିବା ଜିଏସ୍‌ଟି ରାଜସ୍ବ ସଂଗ୍ରହ ୧,୯୩୪.୭୦ କୋଟି ଟଙ୍କା ହୋଇଥିବା ବେଳେ ଗତ ବର୍ଷ ଅକ୍ଟୋବରରେ ଉକ୍ତ ପରିମାଣ ୧,୩୭୧.୦୯ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ମଧ୍ୟ ୪୧.୧୦% ଅଭିବୃଦ୍ଧି ଘଟିଛି।

ସେହିପରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ ପାଖରେ ଥିବା ସାମଗ୍ରିକ ଜିଏସ୍‌ଟି ରାଜସ୍ବ ସଂଗ୍ରହ ପରିମାଣ ୧୦,୪୪୪.୫୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ପରିମାଣ ୯,୦୫୨.୬୧ କୋଟି ଟଙ୍କା ହୋଇଥିଲା। ଏ କ୍ଷେତ୍ରରେ ମଧ୍ୟ ୧୫.୩୮% ଅଭିବୃଦ୍ଧି ଘଟିଛି। ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ମୋଟ ୨୮.୨୩୪ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଥିବାବେଳେ ଗତ ଆର୍ଥକ ବର୍ଷର ଏହି ସମୟ ମଧ୍ୟରେ ୨୭.୯୨୦ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଥିଲା ବୋଲି ବାଣିଜ୍ୟ କର ଏବଂ ଜିଏସ୍‌ଟି କମିଶନରଙ୍କ କଟକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ଭୁବନେଶ୍ୱର, ୨୭।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାଲର୍‌ଡ ଟ୍ରେଡ୍‌ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପରିସରରେ ବିଶ୍ୱ ବାଣିଜ୍ୟ ଦିବସ-୨୦୨୪ (ୱାଲର୍‌ଡ ଟ୍ରେଡ୍‌ ଡେ-୨୦୨୪)...

ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪

ଭୁବନେଶ୍ୱର, ୨୭।୭: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏପରିକି ‘ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତ୍ତନ: ବ୍ୟବଧାନ ଦୂରୀକରଣ...

ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ

ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସ୍‌ଆର୍‌ ଏବଂ...

ଓଜିଏସ୍‌ରେ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର, ୨୭।୭: ଓଡିଏମ୍‌ ଗ୍ଲୋବାଲ ସ୍କୁଲ୍‌ (ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ...

ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ

ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍‌ ଏକ୍‌ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ...

ଶେଷଦିନରେ ୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୨୭।୭: କ୍ରମାଗତ ଭାବେ ହ୍ରାସ ପାଉଥିବା ଘରୋଇ ଶେୟାର ବଜାର ଚଳିତ ସପ୍ତାହ କାର୍ଯ୍ୟ ଦିବସର ଶେଷ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କାରୁ...

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri