Categories: ଜାତୀୟ

ଦେଢ ବର୍ଷ ପରେ ୯୮ ହିନ୍ଦୁ ତୀର୍ଥଯାତ୍ରୀ ଫେରିଲେ ପାକିସ୍ତାନ

ନୂଆଦିଲ୍ଲୀ,୭ ।୯: ପାକିସ୍ତାନରେ ରହୁଥିବା ୯୮ ହିନ୍ଦୁ ପରିବାର ଦୀର୍ଘ ଦେଢ ବର୍ଷ ପରେ ପୁଣିଥରେ ସେମାନଙ୍କ ଘର ପାକିସ୍ତାନକୁ ଫେରି ଯାଇଛନ୍ତି । ଏମାନେ ତୀର୍ଥଯାତ୍ରା ପାଇଁ ଭାରତ ଆସିଥିଲେ । ୧୭ ମାସ ପରେ ଏମାନେ ୱାଘା-ଅଟାରୀ ସୀମାଦେଇ ପୁଣିଥରେ ପାକିସ୍ତାନ ଫେରିଯାଇଛନ୍ତି । କରୋନା ମହାମାରୀ ଯୋଗୁ ଏମାନେ ଭାରତରେ ଫସି ରହିଥିଲେ । କରୋନା ପ୍ରତିବନ୍ଧକ ପାଇଁ ଏମାନେ ଫେରିପାରୁ ନ ଥିଲେ । ଏହି ସମୟରେ ସେମାନେ ରାଜସ୍ଥାନର ଯୋଧପୁର ଜିଲାରେ ରହୁଥିଲେ । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି । ଘରକୁ ଫେରୁଥିବାରୁ ଏମାନଙ୍କ ମୁହଁରେ ଖୁସି ସ୍ପଷ୍ଟଭାବେ ବାରିହୋଇ ପଡୁଥିଲା । ତେବେ କରୋନା ମହାମାରୀ ସମୟରେ ସେମାନେ ଭାରତରେ ରହିଥିବାରୁ ଭାରତ ସରକାର ଓ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏମାନେ ୩ ସେପ୍ଟେମ୍ବରରେ ଫେରିବାର ଥିଲା ହେଲେ ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ ଆସିବା ବିଳମ୍ବ ହେବାରୁ ଆଉ ୪ ଦିନ ରହିବାକୁ ପଡିଲା ।

Share