ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍ କନ୍ଦ ବାବୁ । ୧୯୭୧ ମସିହାରେ ରାଜନଗର ବିଧାନସଭା ଉପନିର୍ବାଚନରେ ତତକାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ସେବେଠାରୁ ବିଜୁବାବୁଙ୍କ ସହିତ ଶ୍ରୀଧରଙ୍କ ପ୍ରଥମ ପରିଚୟ ହୋଇଥିଲା। ବିଜୁ ବାବୁଙ୍କୁ ବିଧାୟକ ଭାବେ ବିଜୟୀ କରିବାରେ ତାଙ୍କ ଯଥେଷ୍ଟ ଭୂମିକା ଥିଲା। ଉପନିର୍ବାଚନ ପରେ ରାଜନଗର ଓ ମହାକାଳପଡ଼ା ଉପକୂଳ ଅଞ୍ଚଳରେ ଅକ୍ଟୋବର ମାସରେ ଭୟାବହ ସାମୁଦ୍ରିକ ବାତ୍ୟା ହୋଇଥିଲା। ଫଳରେ ଦଶ ହଜାର ଲୋକଙ୍କ ଜୀବନ ଯାଇଥିଲା। ମହାକାଳପଡ଼ା ରିଲିଫ ଅପରେଶନ ଦାୟିତ୍ୱ ବିଜୁ ବାବୁ ଶ୍ରୀଧରଙ୍କୁ ଦାୟିତ୍ୱ ଦେଇଥିଲେ। ସୂଚାରୁ ରୂପେ ଦାୟିତ୍ୱ ସମ୍ପନ୍ନ କରିବା ପରେ ବିଜୁ ବାବୁଙ୍କ ବିଶ୍ୱାସଭାଜନ ହୋଇଥିଲେ ଶ୍ରୀଧର। ପରବର୍ତ୍ତୀ ସମୟରେ ନିଜ ଦଳର ବ୍ଲକ ସଭାପତି ଭାବେ ଘୋଷଣା କରିଥିଲେ।
ସେବେଠାରୁ ଅଦ୍ୟାବଧି ଶ୍ରୀଧର ସାମଲଙ୍କୁ ବିଜୁ ଜନତା ଦଳର ସଭାପତି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ଷିଆନ ନେତା ଶ୍ରୀଧର ଦଳ ପ୍ରତି ଅବଦାନ ରହିଛି। ସେ ଚାରିଥର ବଡ଼ିହି ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଶ୍ରୀ ସାମଲ ଘନିଷ୍ଠ ସହଯୋଗୀ ଭାବେ ପରିଚିତ। ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଶ୍ରୀ ସାମଲଙ୍କୁ ପୁନର୍ବାର ବ୍ଲକ ବିଜେଡି ସଭାପତି ଭାବେ ଘୋଷଣା ହୋଇଥିବାରୁ ଦଳୀୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଲା, ବରିଷ୍ଟ ବିଜେଡି ନେତା ଅଶୋକ ମହାପାତ୍ର, ଯୁବ ଓକିଲ ହେମନ୍ତ ସାହୁ, ଯୁବ ନେତା ଅମୀୟ ନାୟକ, ପୂର୍ବତନ ସରପଞ୍ଚ ମନୋଜ ପାତ୍ର, ଯୁବନେତା ପ୍ରଭାଂଶୁ ପରିଡା, ପୂର୍ବତନ ସରପଞ୍ଚ ନିମାଇଁ ସ୍ବାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟା ନଳିନୀ ପ୍ରଭା ଚୌଧୁରୀ, କଳ୍ପନା ମଳିକଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।