ବରଗଡ଼ ଜିଲାରେ ପାସ୍‌ହାର ୯୭ ପ୍ରତିଶତ: ବବିତା ରଥ ଟପ୍ପର

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ରାଜ୍ୟରେ ତ୍ରୟୋଦଶ(୧୩ତମ) ସ୍ଥାନରେ ରହିଛି। ଜିଲାର ପାସ୍‌ ହାର ୯୭.୦୯ପ୍ରତିଶତ ରହିଛି। ଜିଲାରେ୧୬ହଜାର ୯୩୫ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୬ହଜାର ୨୫୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୩୮୩ଜଣ ଏ-୨, ୧୪୭୦ ବି-୧, ୩୧୮୨ ବି-୨, ୪୪୨୭ଜଣ ସି, ୪୫୯୮ଜଣ ଡି, ୨୧୫୦ଜଣ ଇ ଏବଂ ୪୮୨ଜଣ ଏଫ୍‌ ଗ୍ରେଡ୍‌ରେ ସଫଳ ହୋଇଛନ୍ତି।

ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ୫୮୪ମାର୍କ(୯୭.୩୩ ପ୍ରତିଶତ) ରଖି ଜିଲା ଟପ୍ପର ହୋଇଛନ୍ତି। ସେହିପରି ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରାଜଶ୍ରୀ ସାହୁ ୫୭୬(୯୬ପ୍ରତିଶତ) ରଖି ଦ୍ୱିତୀୟ ଏବଂ ଭେଡ଼େନ ବ୍ଲକ ସାଲନା ପଞ୍ଚାୟତ ହାଇସ୍କୁଲର ଶ୍ରେୟସ କୁମାର ଦାଶ ୫୭୧ମାର୍କ(୯୫.୧୬ପ୍ରତିଶତ) ରଖି ତୃତୀୟ ହୋଇଛନ୍ତି।

ବରପାଲି ବ୍ଲକ କନବାର ପିଏମଶ୍ରୀ ସରକାରୀ ହାଇସ୍କୁଲର ନିତିକ ପ୍ରଧାନ ୫୬୯(୯୪.୮୩ ପ୍ରତିଶତ), ରାଜବୋଡ଼ାସମ୍ବର ବ୍ଲକ ପଦ୍ମପୁର ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗଜେନ୍ଦ୍ର ମହାରଣା ୫୬୬(୯୪.୩୩ ପ୍ରତିଶତ), ଭେଡ଼େନ ବ୍ଲକ ସାଲନା ପଞ୍ଚାୟତ ହାଇସ୍କୁଲର ଅବିନାଶ ହୋତା ୫୬୫(୯୪.୧୬ ପ୍ରତିଶତ), ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆର୍ୟ୍ୟନ ସାହୁ ୫୬୨(୯୩.୬୭ ପ୍ରତିଶତ), ସୋହେଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୈମେଶ କୁମାର ସାହୁ ୫୬୦(୯୩.୩୩ ପ୍ରତିଶତ), ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜାମିନୀ ଦାଶ ୫୬୦(୯୩.୩୩ ପ୍ରତିଶତ), ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚିନ୍ମୟୀ ମେହେର ୫୬୦(୯୩.୩୩ ପ୍ରତିଶତ), ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସୁଦୀକ୍ଷା ବଢ଼େଇ ୫୫୯(୯୩.୧୬ ପ୍ରତିଶତ), ଅତାବିରା ବ୍ଲକ ସରଣ୍ଡା ପଞ୍ଚାୟତ ହାଇସ୍କୁଲର ଅଦ୍ୟାଶା ବାରିକ୍‌ ୫୫୯(୯୩.୧୬ ପ୍ରତିଶତ), କୁଲିତା ଟୁକୁରା ହାଇସ୍କୁଲର ଅନ୍ବେଷା ସାହୁ ୫୫୯(୯୩.୧୬ ପ୍ରତିଶତ), ବିଜେପୁର ବ୍ଲକ ସାଇପାଲି ସରକାରୀ ହାଇସ୍କୁଲର ଲିପୁନ ସାହୁ ୫୫୮(୯୩ପ୍ରତିଶତ), ବରଗଡ଼ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅନ୍ବେଷା ପ୍ରିୟଦର୍ଶିନୀ ୫୫୮(୯୩ପ୍ରତିଶତ) ନମ୍ବର ରଖି ଜିଲାର ପ୍ରଥମ ୧୦ସ୍ଥାନ ମଧ୍ୟରେ ରହିଛନ୍ତି।

ଡାକ୍ତର ହେବାକୁ ବବିତାଙ୍କ ଲକ୍ଷ୍ୟ
ପଢ଼ିବା ପାଇଁ ସେଭଳି ସମୟ ଚୂଡ଼ାନ୍ତ କରି ନଥିଲି। ହେଲେ ପ୍ରତ୍ୟେକ ଦିନ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ପ୍ରତ୍ୟେକ ବିଷୟ ଉପରେ ପଢ଼ିବା ପାଇଁ ନିୟମିତ ଏକ ଟାର୍ଗେଟ୍‌ ରଖୁଥିଲି ଏବଂ ତାହା ସରିବା ପର୍ଯ୍ୟନ୍ତ ପଢୁଥିଲି। ଆଗରୁ ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେହିପରି ପଠାଣୀ ସାମନ୍ତ, ବ୍ରହ୍ମଗୁପ୍ତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛି। ସଂସ୍କୃତ ବିଷୟରେ ଶତ ପ୍ରତିଶତ ମାର୍କ ପାଇବି ବୋଲି ଆଶା ରଖିଥିଲି। କିନ୍ତୁ ୯୮ମାର୍କ ରଖିଛି। ବାପା ସନ୍ତୋଷ ଏକ ବହି ଦୋକାନ କରିଥିବା ବେଳେ ମା ରୀନା ଗୃହିଣୀ। ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି ବୋଲି ବବିତା ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri