Categories: ଫୁରସତ

ହିମାଳୟରେ ୯୭% ଅଙ୍ଗାରକାମ୍ଳ ନିର୍ଗମନର କାରଣ ଘରୋଇ ଉତ୍ତାପ

ନୂଆଦିଲ୍ଲୀ,୨।୭: ମଣିଷର ଚାଲିଚଳଣି, କାମଧନ୍ଦା ସହ ପରିବେଶ ବିଗିଡ଼ିବାରେ ଲାଗିଛି। କେବଳ ଘରୋଇ ଉତ୍ତାପ ଯୋଗୁ ହିମାଳୟରେ ୯୭%ରୁ ଊର୍ଦ୍ଧ୍ୱ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବାବେଳେ ମହାକାଶ ଉତ୍ତାପ ଯୋଗୁ ବାକି ୩% ନିର୍ଗମନ ହେଉଥିବା ଜଣାପଡ଼ିଛି। ବିଶେଷକରି ହିମାଳୟର ଭାରତୀୟ ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖାଦେଇଥିବା ଓ୍ବାଲ୍ଡର୍ର୍ଓ୍ବାଇଡ୍‌ ଫଣ୍ଡ ଫର ନେଚର(ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ଏବଂ ଦ ଏନର୍ଜି ଆଣ୍ଡ୍‌ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌(ଟେରି) ରିପୋର୍ଟରେ ଦର୍ଶାଯାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଭଳି ଭାରତର ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକର ଗ୍ରାମୀଣ ଅଞ୍ଚଳରୁ ୭୧.୪% ଘରୋଇ ଉତ୍ତାପ ଆସିଥାଏ। ଏହା ବ୍ୟତୀତ କମର୍ସିଆଲ ବିଲ୍ଡିଂରୁ ୩% ଆସିଥାଏ। ଗ୍ରାମାଞ୍ଚଳରୁ ୭୮% ଓ ସହରାଞ୍ଚଳରୁ ୧୯% ନିର୍ଗମନ ହିମାଳୟକୁ କ୍ଷତି ପହଞ୍ଚାଉଥିବା ଜଣାପଡ଼ିଛି। ହିମାଳୟ ପାଦଦେଶରେ ରହୁଥିବା ଲୋକମାନେ ଜାଳେଣି କାଠ ନେବା, ଘରକରଣା ଲାଗି ଗଛ କାଟିବା ଫଳରେ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। କେବଳ ପ୍ରାକୃତିକ ସମ୍ପଦ ନଷ୍ଟ ହେଉନାହିଁ ବରଂ ପରିବେଶ ଉତ୍ତପ୍ତ ଓ ପ୍ରଦୂଷିତ ହେବାରେ ଲାଗିଛି।

Share