Categories: ଜାତୀୟ

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି ୯୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ, ବୋକାହାଟ ଅଧିକ ପ୍ରଭାବିତ ହୋଇଛି। ମୃତ ବନ୍ୟପ୍ରାଣୀଙ୍କ ମଧ୍ୟରେ ରହିଛନ୍ତି ୮ ଗଣ୍ଡା, ୩ ବଣୁଆ ମଇଁଷି, ୭ ବାରହା, ୨ ସ୍ବାମ୍ପ ଡିୟର(ହରିଣ), ୭୪ ଅଣ୍ଡିରା ହରିଣ ଓ ୨ ଝିଙ୍କଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଆସାମ ସରକାର। ସେହିପରି ଏହି ବନ୍ୟାରେ ଏପର୍ଯ୍ୟନ୍ତ ପାଖାପାଖି ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି।

Share