ଏମ୍‌କେସିଜି ମେଡିକାଲ ସମ୍ପ୍ରସାରଣ ପାଇଁ ୯୫୦ କୋଟି

ବ୍ରହ୍ମପୁର,୩।୩ (ସୁବାସ ଚନ୍ଦ୍ର ପାଢ଼ୀ): ରାଜ୍ୟରେ ସ୍ବାସ୍ଥ୍ୟ ସେବା ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶନିବାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଏମକେସିଜି ମେଡିକାଲ ଖେଳ ପଡିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସିରେ ଯୋଗଦେଇ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ ଆଭାସିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବରୁ ଏମକେସିଜିର ଛାତ୍ରୀଛାତ୍ର, କର୍ମଚାରୀଙ୍କଠାରୁ ମତାମତ ନିଆଯାଇଥିଲା । ସେହି ଅନୁସାରେ ସମସ୍ତ ଭିତ୍ତିଭୂମି ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ । ଏମକେସିଜିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ଏମକେସିଜିରେ ବର୍ଣ୍ଣକେୟାର ୟୁନିଟ ଖୋଲିବାକୁ ଯାଉଛି । ସେହିପରି ପୂର୍ବରୁ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜି ସହ ଅନ୍ୟାନ୍ୟ ସୁପର ସ୍ପେଶିଆଲିଟି ବିଭାଗ ଖୋଲି ସାରିଛି ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳାଇ, ଯୋଜନା ବୋର୍ଡ ସଦସ୍ୟ ଡ଼ା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏମକେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଡ଼ା. ସନ୍ତୋଷ କୁମାର ମିଶ୍ର, ଅଧୀକ୍ଷକ ପ୍ରଫେସର ଡ଼ା. ସୁଚିତ୍ରା ଦାସ ମଞ୍ଚାସୀନ ଥିଲେ । ଏମ୍‌କେସିଜିର ରେଜିଷ୍ଟର ସଂଗ୍ରାମ କେଶରୀ ପଣ୍ଡା, ଓବିସିସିର ସାଧାରଣ ପରିଚାଳକ ପ୍ରଭାତ କୁମାର ପାଣିଗ୍ରାହୀ, ବରିଷ୍ଠ ଡ଼ାକ୍ତର, ସମସ୍ତ ମ୍ୟାନେଜର ଉପସ୍ଥିତ ରହି ସହଯୋଗ କରିଥିଲେ। ଡାକ୍ତରୀ ଛାତ୍ରୀଛାତ୍ର, ନର୍ସିଂ ଛାତ୍ରୀଛାତ୍ର, ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳର ମହିଳା ସଂଘ ଉପସ୍ଥିତ ଥିଲେ । ଏମକେସିଜିର ସମ୍ପ୍ରସାରଣ ପ୍ରକଳ୍ପ ଜରିଆରେ ୧୦ ମହଲା ବିଶିଷ୍ଟ ଏକ ବହିର୍ବିଭାଗ କୋଠା ନିର୍ମାଣ କରାଯିବ। ସେଠାରେ ବହିର୍ବିଭାଗ ସହ ଭେଷଜ ବିଭାଗର ୨୮୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ, ୧୦୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ଆନ୍ତଃବିଭାଗ, ବର୍ଣ୍ଣକେୟାର ୟୁନିଟ, ଆଇସିୟୁ, ୫୦ ଶଯ୍ୟାର ସିସିୟୁ, ଜରୁରୀକାଳୀନ ସେବା, ୫ଟି ଅସ୍ତ୍ରୋପଚାର ଗୃହ, ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଆନ୍ୟନ୍ୟା କାର୍ଯ୍ୟାଳୟ ରହିବ। ସେହିପରି ୮ ମହଲାର ୩୦୦ ଶଯ୍ୟା ବିଶିଷ୍ଟ ୟୁଜି ପୁରୁଷ ହଷ୍ଟେଲ, ୮ ମହଲାର ୩୦୦ ଶଯ୍ୟା ବିଶିଷ୍ଟ ୟୁଜି ମହିଳା ହଷ୍ଟେଲ, ୧୫୦ ଶଯ୍ୟା ବିଶିଷ୍ଟ ୮ ମହଲାର ହାଉସ ସର୍ଜନ ପୁରୁଷ ହଷ୍ଟେଲ, ୮ ମହଲାର ୧୫୦ ଶଯ୍ୟା ବିଶିଷ୍ଟ ହାଉସ ସର୍ଜନ ମହିଳା ହଷ୍ଟେଲ ନିର୍ମାଣ ହେବ। ଏମ୍‌କେସିଜିରେ ୨ ମହଲା ବିଶିଷ୍ଟ ଇନଡୋର ଷ୍ଟାଡିୟମ ଓ ଖେଳପଡ଼ିଆର ଉନ୍ନତୀକରଣ କରାଯିବ। ଷ୍ଟାଡିୟମ ଓ ଖେଳପଡିଆରେ ବାସ୍କେଟବଲ, ଭଲିବଲ, ବ୍ୟାଡମିଣ୍ଟନ, ବ୍ୟାୟାମଶାଳା, ଯୋଗ ଗୃହ, ବହୁମୁଖୀ କୋଠା ରହିବ। ସେହିପରି ଏମକେସିଜିରେ ୬ ମହଲା ବିଶିଷ୍ଟ ଗେଷ୍ଟ ହାଉସ ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri