୯୪ ଅଙ୍ଗନୱାଡ଼ି କେନ୍ଦ୍ରର ନାହିଁ ନିଜସ୍ବ କୋଠା

ନୂଆଗଡ଼,୨୦ା୩: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା ନୂଆଗଡ଼ ବ୍ଲକରେ ୯୪ଟି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ବ୍ଲକ ପରିସରଭୁକ୍ତ ୧୯ ପଞ୍ଚାୟତର ୨୧୩ଟି ୱାର୍ଡର ୭ଟି ସେକ୍ଟରରେ ସମୁଦାୟ ୨୭୪ଟି ଅଙ୍ଗନୱାଡି କେନ୍ଦ୍ର ଅଛି। କିନ୍ତୁ ସେଥିରୁ ବେତାରସିଂ ସେକ୍ଟରରେ ୧୧ଟି, ବୁରୁସିଂ ସେକ୍ଟରରେ ୧୩ଟି, କେରେଡାଙ୍ଗ ସେକ୍ଟରରେ ୮, ଖଜୁରିପଦା ସେକ୍ଟରରେ ୧୫, ଏନ୍‌.ଝାଲରସିଂ ସେକ୍ଟରରେ ୨୦, ନୂଆଗଡ଼ ସେକ୍ଟରରେ ୯, ଟଟରଙ୍ଗ ସେକ୍ଟରରେ ୧୮ଟି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ଏହି ସେକ୍ଟର ଗୁଡ଼ିକର ବିଭିନ୍ନ ଗ୍ରାମର ବିଭିନ୍ନ କେନ୍ଦ୍ରର କୋଠା କାର୍ଯ୍ୟ ଆରମ୍ଭ ହୋଇ ଅଧପନ୍ତରିଆ ଭାବରେ ପଡ଼ି ରହିଛି। କେଉଁ କେଉଁ ଗ୍ରାମରେ ଭିତ୍ତିଭୂମିର ଚିହ୍ନଟ ହୋଇ ପାରୁ ନଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ। ତେଣୁ କେତେକ ଅଙ୍ଗନୱାଡି କର୍ମୀଙ୍କ ଘରେ, ଭଡ଼ା ଘରେ, ଗ୍ରାମର କୋଠ ଘରେ ଓ ସ୍କୁଲ ବିଲଡିଂର କୌଣସି ଏକ ଶ୍ରେଣୀ କୋଠରୀଠାରେ ଅଙ୍ଗନୱାଡ଼ି ପରିଚାଳିତ ହେଉଛି। ୯୪ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ନଥିବାରୁ ଶିଶୁ ମାନଙ୍କ ପାଠ ପଢାରେ ନାନା ସମସ୍ୟା ହେଉଥିବା ବେଳେ ଚାଉଳ, ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମଚାରୀମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ନଥିବାରୁ ପ୍ରାକ ବିଦ୍ୟାଳୟର ଶିଶୁ ମାନଙ୍କୁ ଗୋଟିଏ କକ୍ଷରେ ପାଠ ପଢ଼ାଇବା ସହ ସେହି କକ୍ଷରେ ହିଁ ଗ୍ୟାସ ଚୁଲା ସାହାର୍ଯ୍ୟରେ ଖାଦ୍ୟ ରୋଷେଇ କରାଯାଉଥିବା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। କେନ୍ଦ୍ରର ନିଜସ୍ବ କୋଠା ନଥିବା ବିଷୟ ନେଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହେଉଛି। ୨୦୧୩ ସାଲରୁ ଅନେକ ଅଙ୍ଗନୱାଡ଼ି ଗୃହର କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ସାଲ ଯାଏ କେତେକ ଅଧପନ୍ତରିଆ ଭାବେ ପଡି଼ ରହିଛି। କେତେକ ପୂର୍ଣ୍ଣାଙ୍ଗ ହୋଇ ମଧ୍ୟ ହସ୍ତାନ୍ତର ହୋଇ ନାହିଁ ଏବଂ ନିଜସ୍ବ କୋଠା ନଥିବା କେନ୍ଦ୍ରର କର୍ମୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା କହିଛନ୍ତି ସିଡିପିଓ ସୁରତି ପ୍ରଧାନ। ରାଜ୍ୟ ସରକାର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପୁଷ୍ଟି ସାର କମ ଥିବା ଶିଶୁ ମାନଙ୍କ ଯତ୍ନ ସହ ଭିଟାମିନ ବଟିକା, ଖାଦ୍ୟ ପ୍ରଦାନ, ସ୍ବାସ୍ଥ୍ୟ ପରୀକ୍ଷା, ପାଠ ପଢା, ଗର୍ଭବତୀ ମହିଳାମାନଙ୍କୁ ଆଇରନ ବଟିକା ଓ ଆବଶ୍ୟକ ପରାମର୍ଶ ସାଙ୍ଗକୁ ପ୍ରାକ ବିଦ୍ୟାଳୟର ୩ବର୍ଷଠାରୁ ୬ବର୍ଷ ଶିଶୁମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷା ଦିଆଯାଇଥାଏ। ତତ୍‌ସହିତ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥାଏ। ବର୍ତ୍ତମାନ ୭ଲକ୍ଷ ଟଙ୍କା ଲେଖାଏ ବ୍ୟୟ ଅଟକଳରେ ଅଙ୍ଗନୱାଡି ନିଜସ୍ବ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଅଧପନ୍ତରିଆ ଭାବେ ରହିଥିବା ପୁରୁଣା ଅଙ୍ଗନୱାଡି କେନ୍ଦ୍ରର କୋଠା କାର୍ଯ୍ୟ ନିମନ୍ତେ ପୁଣି ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଜିଲା ପ୍ରଶାସନ ତଥା ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସମସ୍ୟା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ୟୁମ୍ନ ଦାସଙ୍କୁ ପଚାରିବାରୁ ଅଧପନ୍ତରିଆ ଭାବେ ରହିଥିବା ପୁରୁଣା ନଥିପତ୍ରକୁ କାର୍ଯ୍ୟକ୍ଷମ କରି କାର୍ଯ୍ୟ କରାଯିବ। କିଛି ଗ୍ରାମରେ ଜମି ଚିହ୍ନଟ ହୋଇ ପାରୁନଥିବାରୁ ଗୃହ କାର୍ଯ୍ୟ ବନ୍ଦ ଅଛି। କାର୍ଯ୍ୟ ଶେଷ ହୋଇଥିବା କେନ୍ଦ୍ରକୁ ହସ୍ତାନ୍ତର କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri