୯୩: ଭୋଟ ଦେଇନାହାନ୍ତି

ସାରା ବିଶ୍ୱରେ ଭାରତୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାର ସ୍ବତନ୍ତ୍ର ପରିଚୟ ଅଛି। ଦେଶରେ ମଜଭୁତ ଗଣତନ୍ତ୍ର ପାଇଁ ନିର୍ବାଚନ ଏକ ପ୍ରମୁଖ ଭୂମିକା ନେବା କଥା। ଭାରତ ସ୍ବାଧୀନ ହେବା ପରେ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃୟାରୀ ୧୯୫୨ ମଧ୍ୟରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଭୋଟର ସଂଖ୍ୟା ଥିଲା ୧୭ କୋଟି ୩୨ ଲକ୍ଷ। ଚଳିତବର୍ଷ ଜାନୁୟାରୀ ସୁଦ୍ଧା ଭୋଟର ସଂଖ୍ୟା ୯୪ କୋଟି ୫୦ ଲକ୍ଷରୁ ଅଧିକରେ ପହଞ୍ଚତ୍ଥିବା ଭାରତର ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ଦେଶରେ ପ୍ରଥମ ନିର୍ବାଚନଠାରୁ ଏଯାବତ୍‌ ୧୭ଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଗଲାଣି। ରାଜ୍ୟଗୁଡ଼ିକରେ ମଧ୍ୟ ସମୟାନ୍ତରରେ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଆସିଛି। କିନ୍ତୁ ସ୍ବାଧୀନତା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଛତିଶଗଡ଼ର ୩ ଜଣ ବରିଷ୍ଠ ନାଗରିକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବେ। ସେମାନେ ହେଲେ ମାଓପ୍ରବଣ କାଙ୍କେର ଜିଲା ଭାନୁପ୍ରତାପପୁର ନିର୍ବାଚନମଣ୍ଡଳୀର ଏକ ମଫସଲ ଗଁାର ବାସିନ୍ଦା ଶେରସିଂ ହେଡ୍‌କୋ (୯୩), ଶ୍ୟାମଲାଲ (୮୮) ଓ ରବିକା ମଶି (୮୪)। ଭୋଟର ତାଲିକା ସଂଶୋଧନ ପାଇଁ ବୁଥ୍‌ ଲେଭଲ ଅଧିକାରୀ ଘରଘର ବୁଲି ସର୍ଭେ କରୁଥିବାବେଳେ ସେମାନଙ୍କୁ ଠାବ କରିବା ସହ ସମସ୍ତଙ୍କ ନାମ ପଞ୍ଜୀକରଣ କରିଛନ୍ତି। ସେମାନେ ଏଥିପାଇଁ ଆଧାରକାର୍ଡ ଦାଖଲ କରିଛନ୍ତି। ଅନୁମେୟ ଯେ, ଯୋଜନାର ହିତାଧିକାରୀ ହେବା ସକାଶେ ହୁଏତ ସେମାନଙ୍କ ଆଧାରକାର୍ଡ କରାଯାଇଥାଇପାରେ। କିନ୍ତୁ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟରେ ଲିଖିତ ଭାବେ ଦାଖଲ କରାଯାଇଥିବା ଉତ୍ତରରେ ଭାରତର ନିର୍ବାଚନ କମିଶନ ସ୍ପଷ୍ଟ କରିଦେଇଛନ୍ତି ଯେ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର ପ୍ରୟୋଜନ ନୁହେଁ। ମଧ୍ୟପ୍ରଦେଶରୁ ଅଲଗା ହୋଇ ଛତିଶଗଡ଼ ରାଜ୍ୟ ଗଠନ ହେବାର ୨୩ ବର୍ଷ ମଧ୍ୟରେ ରାଜ୍ୟ କିମ୍ବା ସାଧାରଣ ନିର୍ବାଚନରେ ସେମାନଙ୍କ ନାମ ପଞ୍ଜୀକରଣ ହୋଇ ନ ଥିଲା। ଏପରିକି ମଧ୍ୟପ୍ରଦେଶରେ ମଧ୍ୟ ତାଙ୍କ ନାମ ପଞ୍ଜୀକରଣ ନ ହେବା ଆଶ୍ଚର୍ଯ୍ୟର ବିଷୟ।
ଗୁରୁତ୍ୱପୂଣ୍ଣର୍ର୍ କଥା ହେଉଛି, ଛତିଶଗଡ଼ର ଏହି ୩ ବୟୋବୃଦ୍ଧ ଦେଶରେ ନାଗରିକର ମହତ୍ତ୍ୱ ଓ ଗଣତାନ୍ତ୍ରିକ ସରକାର ଗଠନରେ ସେମାନଙ୍କ ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। କେବଳ ଏହି ୩ ଜଣ ନୁହନ୍ତି, ଭାରତର ଦୁର୍ଗମ ଅଞ୍ଚଳରେ ଏଭଳି ଅନେକ ହଜାର ନାଗରିକ ଥାଇପାରନ୍ତି। ଏମାନଙ୍କୁ ଖୋଜି ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବା ଦରକାର। ଏ ତ ଗଲା ଯେଉଁମାନେ ଭୋଟ ଦେବାର ସୁଯୋଗ ପାଇନାହାନ୍ତି, କିନ୍ତୁ ଭାରତରେ ଏବକାର ନିର୍ବାଚନ ବ୍ୟବସ୍ଥାରେ ମୋଟ ଭୋଟରମାନଙ୍କ ମଧ୍ୟରୁ ପାଖାପାଖି ୩୦% ଭୋଟ ଦେଉନାହାନ୍ତି ବୋଲି ଗତ କେତୋଟି ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିଛି। ଏପରିକି ଭାରତର ଭୋଟଦାନ ହାର ଏହାର ପଡ଼ୋଶୀ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ପଛରେ ରହୁଛି। ଏହା ନିଶ୍ଚିତ ଯେ, ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ରକୁ ମଜଭୁତ କରିବାରେ ନାଗରିକର ସିଧାସଳଖ ଯୋଗଦାନ ରହିଥାଏ। ଭାରତୀୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ନାଗରିକ ଭାଗୀଦାରିକୁ ଉତ୍ସାହିତ କରିଥା’ନ୍ତି, ଏମିତିକି ସମ୍ବିଧାନ ଏହି ସିଦ୍ଧାନ୍ତକୁ ସ୍ବୀକାର କରିଛି। କିନ୍ତୁ ବିଶ୍ୱର ସବୁଠୁ ଜନବହୁଳ ଦେଶ ଭାରତରେ ମୋଟ ଭୋଟର ସଂଖ୍ୟାର ଏକ ତୃତୀୟାଂଶ ଭୋଟ ନ ଦେବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। କେବଳ ଛତିଶଗଡ଼ ଘଟଣା ନୁହେଁ, ବରଂ ଦେଶର ବିଭିନ୍ନ ସ୍ଥାନରେ ନାଗରିକମାନେ ନାମ ପଞ୍ଜୀକରଣ କରି ଭୋଟର ତାଲିକାରୁ ବାଦ୍‌ ପଡ଼ୁଥିବା ଖବର ବହୁ ସମୟରେ ସାମ୍ନାକୁ ଆସେ। ଏପରିକି ଆକ୍ରୋଶମୂଳକ ଭାବେ ଏସବୁ କରାଯାଉଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳେ। କିନ୍ତୁ ଭୋଟଦାନ ଭଳି ଗଣତାନ୍ତ୍ରିିକ ଅଧିକାରରୁ ବଞ୍ଚତ୍ତ ହେବା କିମ୍ବା ଅଧିକାର ପାଇ ଏହାର ସିଂହଭାଗ ନିର୍ବାଚନରୁ ଦୂରେଇ ରହିବା ଉପରେ କେବେ ବି ବିତର୍କ ହେବା ଦେଖାଯାଏ ନାହିଁ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ଜାତି ଧର୍ମକୁ ଆଧାର କରି ଧ୍ରୁବୀକରଣ ମାଧ୍ୟମରେ ଭୋଟ ହାତେଇ ନେଇ କୌଣସି ପ୍ରକାରେ କ୍ଷମତା ହାସଲ କରିବା ସେମାନଙ୍କର ମୂଳ ଲକ୍ଷ୍ୟ। ସେ କ୍ଷେତ୍ରରେ ନାଗରିକଙ୍କ ଭୋଟ ଅଧିକାର ଗୌଣ ହୋଇଯିବା ସ୍ବାଭାବିକ।

ଭୋଟଦାନ ଭଳି ଗଣତାନ୍ତ୍ରିିକ ଅଧିକାରରୁ ବଞ୍ଚତ୍ତ ହେବା କିମ୍ବା ଅଧିକାର ପାଇ ଏହାର ସିଂହଭାଗ ନିର୍ବାଚନରୁ ଦୂରେଇ ରହିବା ଉପରେ କେବେ ବି ବିତର୍କ ହେବା ଦେଖାଯାଏ ନାହିଁ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ଜାତି ଧର୍ମକୁ ଆଧାର କରି ଧ୍ରୁବୀକରଣ ମାଧ୍ୟମରେ ଭୋଟ ହାତେଇ ନେଇ କୌଣସି ପ୍ରକାରେ କ୍ଷମତା ହାସଲ କରିବା ସେମାନଙ୍କର ମୂଳ ଲକ୍ଷ୍ୟ। ସେ କ୍ଷେତ୍ରରେ ନାଗରିକଙ୍କ ଭୋଟ ଅଧିକାର ଗୌଣ ହୋଇଯିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri