୯୩: ଭୋଟ ଦେଇନାହାନ୍ତି

ସାରା ବିଶ୍ୱରେ ଭାରତୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାର ସ୍ବତନ୍ତ୍ର ପରିଚୟ ଅଛି। ଦେଶରେ ମଜଭୁତ ଗଣତନ୍ତ୍ର ପାଇଁ ନିର୍ବାଚନ ଏକ ପ୍ରମୁଖ ଭୂମିକା ନେବା କଥା। ଭାରତ ସ୍ବାଧୀନ ହେବା ପରେ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃୟାରୀ ୧୯୫୨ ମଧ୍ୟରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଭୋଟର ସଂଖ୍ୟା ଥିଲା ୧୭ କୋଟି ୩୨ ଲକ୍ଷ। ଚଳିତବର୍ଷ ଜାନୁୟାରୀ ସୁଦ୍ଧା ଭୋଟର ସଂଖ୍ୟା ୯୪ କୋଟି ୫୦ ଲକ୍ଷରୁ ଅଧିକରେ ପହଞ୍ଚତ୍ଥିବା ଭାରତର ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ଦେଶରେ ପ୍ରଥମ ନିର୍ବାଚନଠାରୁ ଏଯାବତ୍‌ ୧୭ଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଗଲାଣି। ରାଜ୍ୟଗୁଡ଼ିକରେ ମଧ୍ୟ ସମୟାନ୍ତରରେ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଆସିଛି। କିନ୍ତୁ ସ୍ବାଧୀନତା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଛତିଶଗଡ଼ର ୩ ଜଣ ବରିଷ୍ଠ ନାଗରିକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବେ। ସେମାନେ ହେଲେ ମାଓପ୍ରବଣ କାଙ୍କେର ଜିଲା ଭାନୁପ୍ରତାପପୁର ନିର୍ବାଚନମଣ୍ଡଳୀର ଏକ ମଫସଲ ଗଁାର ବାସିନ୍ଦା ଶେରସିଂ ହେଡ୍‌କୋ (୯୩), ଶ୍ୟାମଲାଲ (୮୮) ଓ ରବିକା ମଶି (୮୪)। ଭୋଟର ତାଲିକା ସଂଶୋଧନ ପାଇଁ ବୁଥ୍‌ ଲେଭଲ ଅଧିକାରୀ ଘରଘର ବୁଲି ସର୍ଭେ କରୁଥିବାବେଳେ ସେମାନଙ୍କୁ ଠାବ କରିବା ସହ ସମସ୍ତଙ୍କ ନାମ ପଞ୍ଜୀକରଣ କରିଛନ୍ତି। ସେମାନେ ଏଥିପାଇଁ ଆଧାରକାର୍ଡ ଦାଖଲ କରିଛନ୍ତି। ଅନୁମେୟ ଯେ, ଯୋଜନାର ହିତାଧିକାରୀ ହେବା ସକାଶେ ହୁଏତ ସେମାନଙ୍କ ଆଧାରକାର୍ଡ କରାଯାଇଥାଇପାରେ। କିନ୍ତୁ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟରେ ଲିଖିତ ଭାବେ ଦାଖଲ କରାଯାଇଥିବା ଉତ୍ତରରେ ଭାରତର ନିର୍ବାଚନ କମିଶନ ସ୍ପଷ୍ଟ କରିଦେଇଛନ୍ତି ଯେ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର ପ୍ରୟୋଜନ ନୁହେଁ। ମଧ୍ୟପ୍ରଦେଶରୁ ଅଲଗା ହୋଇ ଛତିଶଗଡ଼ ରାଜ୍ୟ ଗଠନ ହେବାର ୨୩ ବର୍ଷ ମଧ୍ୟରେ ରାଜ୍ୟ କିମ୍ବା ସାଧାରଣ ନିର୍ବାଚନରେ ସେମାନଙ୍କ ନାମ ପଞ୍ଜୀକରଣ ହୋଇ ନ ଥିଲା। ଏପରିକି ମଧ୍ୟପ୍ରଦେଶରେ ମଧ୍ୟ ତାଙ୍କ ନାମ ପଞ୍ଜୀକରଣ ନ ହେବା ଆଶ୍ଚର୍ଯ୍ୟର ବିଷୟ।
ଗୁରୁତ୍ୱପୂଣ୍ଣର୍ର୍ କଥା ହେଉଛି, ଛତିଶଗଡ଼ର ଏହି ୩ ବୟୋବୃଦ୍ଧ ଦେଶରେ ନାଗରିକର ମହତ୍ତ୍ୱ ଓ ଗଣତାନ୍ତ୍ରିକ ସରକାର ଗଠନରେ ସେମାନଙ୍କ ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। କେବଳ ଏହି ୩ ଜଣ ନୁହନ୍ତି, ଭାରତର ଦୁର୍ଗମ ଅଞ୍ଚଳରେ ଏଭଳି ଅନେକ ହଜାର ନାଗରିକ ଥାଇପାରନ୍ତି। ଏମାନଙ୍କୁ ଖୋଜି ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବା ଦରକାର। ଏ ତ ଗଲା ଯେଉଁମାନେ ଭୋଟ ଦେବାର ସୁଯୋଗ ପାଇନାହାନ୍ତି, କିନ୍ତୁ ଭାରତରେ ଏବକାର ନିର୍ବାଚନ ବ୍ୟବସ୍ଥାରେ ମୋଟ ଭୋଟରମାନଙ୍କ ମଧ୍ୟରୁ ପାଖାପାଖି ୩୦% ଭୋଟ ଦେଉନାହାନ୍ତି ବୋଲି ଗତ କେତୋଟି ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିଛି। ଏପରିକି ଭାରତର ଭୋଟଦାନ ହାର ଏହାର ପଡ଼ୋଶୀ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ପଛରେ ରହୁଛି। ଏହା ନିଶ୍ଚିତ ଯେ, ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ରକୁ ମଜଭୁତ କରିବାରେ ନାଗରିକର ସିଧାସଳଖ ଯୋଗଦାନ ରହିଥାଏ। ଭାରତୀୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ନାଗରିକ ଭାଗୀଦାରିକୁ ଉତ୍ସାହିତ କରିଥା’ନ୍ତି, ଏମିତିକି ସମ୍ବିଧାନ ଏହି ସିଦ୍ଧାନ୍ତକୁ ସ୍ବୀକାର କରିଛି। କିନ୍ତୁ ବିଶ୍ୱର ସବୁଠୁ ଜନବହୁଳ ଦେଶ ଭାରତରେ ମୋଟ ଭୋଟର ସଂଖ୍ୟାର ଏକ ତୃତୀୟାଂଶ ଭୋଟ ନ ଦେବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। କେବଳ ଛତିଶଗଡ଼ ଘଟଣା ନୁହେଁ, ବରଂ ଦେଶର ବିଭିନ୍ନ ସ୍ଥାନରେ ନାଗରିକମାନେ ନାମ ପଞ୍ଜୀକରଣ କରି ଭୋଟର ତାଲିକାରୁ ବାଦ୍‌ ପଡ଼ୁଥିବା ଖବର ବହୁ ସମୟରେ ସାମ୍ନାକୁ ଆସେ। ଏପରିକି ଆକ୍ରୋଶମୂଳକ ଭାବେ ଏସବୁ କରାଯାଉଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳେ। କିନ୍ତୁ ଭୋଟଦାନ ଭଳି ଗଣତାନ୍ତ୍ରିିକ ଅଧିକାରରୁ ବଞ୍ଚତ୍ତ ହେବା କିମ୍ବା ଅଧିକାର ପାଇ ଏହାର ସିଂହଭାଗ ନିର୍ବାଚନରୁ ଦୂରେଇ ରହିବା ଉପରେ କେବେ ବି ବିତର୍କ ହେବା ଦେଖାଯାଏ ନାହିଁ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ଜାତି ଧର୍ମକୁ ଆଧାର କରି ଧ୍ରୁବୀକରଣ ମାଧ୍ୟମରେ ଭୋଟ ହାତେଇ ନେଇ କୌଣସି ପ୍ରକାରେ କ୍ଷମତା ହାସଲ କରିବା ସେମାନଙ୍କର ମୂଳ ଲକ୍ଷ୍ୟ। ସେ କ୍ଷେତ୍ରରେ ନାଗରିକଙ୍କ ଭୋଟ ଅଧିକାର ଗୌଣ ହୋଇଯିବା ସ୍ବାଭାବିକ।

ଭୋଟଦାନ ଭଳି ଗଣତାନ୍ତ୍ରିିକ ଅଧିକାରରୁ ବଞ୍ଚତ୍ତ ହେବା କିମ୍ବା ଅଧିକାର ପାଇ ଏହାର ସିଂହଭାଗ ନିର୍ବାଚନରୁ ଦୂରେଇ ରହିବା ଉପରେ କେବେ ବି ବିତର୍କ ହେବା ଦେଖାଯାଏ ନାହିଁ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ଜାତି ଧର୍ମକୁ ଆଧାର କରି ଧ୍ରୁବୀକରଣ ମାଧ୍ୟମରେ ଭୋଟ ହାତେଇ ନେଇ କୌଣସି ପ୍ରକାରେ କ୍ଷମତା ହାସଲ କରିବା ସେମାନଙ୍କର ମୂଳ ଲକ୍ଷ୍ୟ। ସେ କ୍ଷେତ୍ରରେ ନାଗରିକଙ୍କ ଭୋଟ ଅଧିକାର ଗୌଣ ହୋଇଯିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri