ମାଲକାନଗିରି, ୧୭।୧ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି ସୁରୁଖୁରୁରେ ଚାଲିନି ଏହା ସ୍ପଷ୍ଟ ହୋଇଛି। ଜିଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ସମୟରେ ଦଲାଲମାନେ ଉପସ୍ଥିତ ରହୁଥିବା ସୂଚନା ପାଇ ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲେ। ୩ଟି ମଣ୍ଡିରୁ ଚଢାଉ ସମୟରେ ୯୨ କୁଇଣ୍ଟାଲ ଧାନ ଜବତ ହୋଇଛି। ଏହି ଧାନ ବିକ୍ରି କରୁଥିବା ଲୋକେ ଉପଯୁକ୍ତ ପ୍ରମାଣପତ୍ର ଦେଇ ନ ପାରିବାରୁ ଏହି ଧାନ ଜବତ କରାଯାଇଥିବା ରଥ କହିଛନ୍ତି।


