Posted inଫୁରସତ

ଦାମ୍ପତ୍ୟ ଜୀବନରେ ପ୍ରେମ ଚାହାନ୍ତି ୯୨ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ,୧୫।୨: ପ୍ରେମ ଏକ ଅଭୁଲା ଅନୁଭୁତି। ଦାମ୍ପତ୍ୟ ଜୀବନର ସ୍ଥାୟୀତ୍ୱ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବା ଉପରେ ହିଁ ନିର୍ଭର କରିଥାଏ। ବିବାହ ପରବର୍ତ୍ତୀ ଦାମ୍ପତ୍ୟ ଜୀବନରେ ୯୨ ପ୍ରତିଶତ ଭାରତୀୟ ପ୍ରେମ ଚାହିଥାନ୍ତି। ସମ୍ପ୍ରତି କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦାମ୍ପତ୍ୟ ଜୀବନରେ ଭଲ ପାଇବାର ପରିପ୍ରକାଶ ଗୁରୁତ୍ୱପୂର୍ଣ୍ଣ। ସର୍ଭେରେ ୫,୬୨୮ ଲୋକଙ୍କୁ ସାମିଲ କରାଯାଇଥିଲା। ଭାଲେଣ୍ଟାଇନ୍‌ ଦିବସକୁୂ ନେଇ ପଚରା ଯାଇଥିବା ପ୍ରଶ୍ନରେ ୫୨ ପ୍ରତିଶତ ମହିଳା ଏବଂ ୪୩ ପ୍ରତିଶତ ପୁରୁଷ ଏହା ଦମ୍ପତିଙ୍କ ମଧ୍ୟରେ ଭଲ ପାଇବାକୁ ସୁଦୃଢ଼ କରିଥାଏ ବୋଲି ଉତ୍ତର ଦେଇଛନ୍ତି। ସେହିପରି ୨୬ ପ୍ରତିଶତ ମହିଳା ଏବଂ ୩୭ ପ୍ରତିଶତ ପୁରୁଷ ଏହା ନିଜର ଭଲ ପାଇବାକୁ ପ୍ରକାଶ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ବୋଲି କହିଛନ୍ତି। ତେବେ ବିବାହ ପରେ ଏପରି ଦିବସର ପାଳନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ୪ ପ୍ରତିଶତ ମହିଳା ଏବଂ ୬ ପ୍ରତିଶତ ପୁରୁଷ ନିଜର ମତାମତ ଦେଇଛନ୍ତି। ୫୫ ପ୍ରତିଶତ ମହିଳା ତାଙ୍କ ଜୀବନସାଥୀ ଏହି ଦିନରେ ଶୁଭେଚ୍ଛା ଜଣାନ୍ତୁ ବୋଲି ଆଶା କରିଥାନ୍ତି। ୩୩ ପ୍ରତିଶତ ମହିଳା ଉପହାର ଆଶା ରଖିଥାନ୍ତି। ସେହିପରି ୩୩ ପ୍ରତିଶତ ପୁରୁଷ ମଧ୍ୟ ଏହି ଦିନ ସ୍ତ୍ରୀଙ୍କଠାରୁ କିଛି ସ୍ବତନ୍ତ୍ର ଧରଣର ବ୍ୟବହାର ଚାହିଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri