Posted inଜାତୀୟ

୯ ବର୍ଷରେ ୯୨ ଅଫିସର ବହିଷ୍କୃତ

ନୂଆଦିଲ୍ଲୀ,୨୬ା୮: ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ଜାଲ୍‌ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ନେଇ ୧,୦୮୪ଟି ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯୨ ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ କାର୍ମିକ ଓ ତାଲିମ ବିଭାଗରୁ ମିଳିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।
ଗତ ଜୁଲାଇରେ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡ୍‌କର ହାଇପ୍ରୋଫାଇଲ୍‌ ମାମଲାରେ ସାର୍ଟିଫିକେଟ୍‌ ଜାଲିଆତି ଘଟଣା ସାମ୍‌ନାକୁ ଆସିବା ପରେ ଏକ ଗଣମାଧ୍ୟମ ପକ୍ଷରୁ ଏଭଳି ଜାଲିଆତି ସମ୍ପର୍କିତ ତଥ୍ୟ ଆର୍‌ଟିଆଇରେ ମଗାଯାଇଥିଲା। ପୂଜା ଖେଡ୍‌କର ଜାଲ୍‌ ଭିନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଦେଇ ୨୦୨୧ରେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇଥିଲେ। ଜାଲିଆତି ଜଣାପଡ଼ିବା ପରେ ୟୁପିଏସ୍‌ସି ତାଙ୍କ ଫଳାଫଳକୁ ରଦ୍ଦ କରିଦେଇଥିଲା।
୯୩ଟି ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ମଧ୍ୟରୁ ୫୯ଟିର ତଥ୍ୟ ଆର୍‌ଟିଆଇ ରେକର୍ଡରେ ଉପଲବ୍ଧ ହୋଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଉପରୋକ୍ତ ସମୟ ମଧ୍ୟରେ ରେଲଓ୍ବେରେ ଜାଲ୍‌ ସାର୍ଟିଫିକେଟରେ ନିଯୁକ୍ତି ସମ୍ପର୍କିତ ସର୍ବାଧିକ ୩୪୯ ଅଭିଯୋଗ ଆସିଥିବାବେଳେ ଡାକ ବିଭାଗରେ ୨୫୯, ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ୨୦୨, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗରେ ୧୩୮ଟି ଅଭିଯୋଗ ହୋଇଥିଲା। ସେଥିରୁ ଅଧିକାଂଶ ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ୨୦୧୦ରେ ତତ୍କାଳୀନ ଅନୁସୂଚିତ ଜାତି/ଜନଜାତି କଲ୍ୟାଣ ସମ୍ପର୍କିତ ସଂସଦୀୟ କମିଟିଙ୍କ ସୁପାରିସ୍‌ କ୍ରମେ କାର୍ମିକ ଓ ତାଲିମ ବିଭାଗ ଏଭଳି ଅଭିଯୋଗର ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା।
ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତିଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଅନୁସୂଚିତ ଜନଜାତିଙ୍କ ପାଇଁ ୭.୫%, ଓବିସିଙ୍କ ପାଇଁ ୨୭%, ଆର୍ଥତ୍କ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ୧୦% ଏବଂ ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ୧୯୯୩ରେ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଯଦି କୌଣସି କର୍ମଚାରୀ ଜାଲ୍‌ ତଥ୍ୟ ଦେଇ ବା ଜାଲ୍‌ ସାର୍ଟିଫିକେଟ ଦାଖଲ କରି ନିଯୁକ୍ତି ପାଇଥିବା ଜଣାପଡ଼େ, ତେବେ ତାଙ୍କୁ ଉକ୍ତ ଚାକିରିରେ ରଖାଯିବା ଉଚିତ ନୁହେଁ। ୟୁପିଏସ୍‌ସି ପରୀକ୍ଷା ଦେବା ପାଇଁ ଥିବା ସୁଯୋଗ ସୀମା ଶେଷ ହୋଇଥିବା ସତ୍ତ୍ୱେ ପୂଜା ଖେଡ୍‌କର ଜାଲ୍‌ ପରିଚୟ ଓ ପ୍ରମାଣପତ୍ର ବଳରେ ୨୦୨୧ରେ ପୁନର୍ବାର ପରୀକ୍ଷା ଦେଇପାରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri