Posted inଜାତୀୟ

୯ ବର୍ଷରେ ୯୨ ଅଫିସର ବହିଷ୍କୃତ

ନୂଆଦିଲ୍ଲୀ,୨୬ା୮: ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ଜାଲ୍‌ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ନେଇ ୧,୦୮୪ଟି ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯୨ ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ କାର୍ମିକ ଓ ତାଲିମ ବିଭାଗରୁ ମିଳିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।
ଗତ ଜୁଲାଇରେ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡ୍‌କର ହାଇପ୍ରୋଫାଇଲ୍‌ ମାମଲାରେ ସାର୍ଟିଫିକେଟ୍‌ ଜାଲିଆତି ଘଟଣା ସାମ୍‌ନାକୁ ଆସିବା ପରେ ଏକ ଗଣମାଧ୍ୟମ ପକ୍ଷରୁ ଏଭଳି ଜାଲିଆତି ସମ୍ପର୍କିତ ତଥ୍ୟ ଆର୍‌ଟିଆଇରେ ମଗାଯାଇଥିଲା। ପୂଜା ଖେଡ୍‌କର ଜାଲ୍‌ ଭିନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଦେଇ ୨୦୨୧ରେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇଥିଲେ। ଜାଲିଆତି ଜଣାପଡ଼ିବା ପରେ ୟୁପିଏସ୍‌ସି ତାଙ୍କ ଫଳାଫଳକୁ ରଦ୍ଦ କରିଦେଇଥିଲା।
୯୩ଟି ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ମଧ୍ୟରୁ ୫୯ଟିର ତଥ୍ୟ ଆର୍‌ଟିଆଇ ରେକର୍ଡରେ ଉପଲବ୍ଧ ହୋଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଉପରୋକ୍ତ ସମୟ ମଧ୍ୟରେ ରେଲଓ୍ବେରେ ଜାଲ୍‌ ସାର୍ଟିଫିକେଟରେ ନିଯୁକ୍ତି ସମ୍ପର୍କିତ ସର୍ବାଧିକ ୩୪୯ ଅଭିଯୋଗ ଆସିଥିବାବେଳେ ଡାକ ବିଭାଗରେ ୨୫୯, ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ୨୦୨, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗରେ ୧୩୮ଟି ଅଭିଯୋଗ ହୋଇଥିଲା। ସେଥିରୁ ଅଧିକାଂଶ ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ୨୦୧୦ରେ ତତ୍କାଳୀନ ଅନୁସୂଚିତ ଜାତି/ଜନଜାତି କଲ୍ୟାଣ ସମ୍ପର୍କିତ ସଂସଦୀୟ କମିଟିଙ୍କ ସୁପାରିସ୍‌ କ୍ରମେ କାର୍ମିକ ଓ ତାଲିମ ବିଭାଗ ଏଭଳି ଅଭିଯୋଗର ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା।
ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତିଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଅନୁସୂଚିତ ଜନଜାତିଙ୍କ ପାଇଁ ୭.୫%, ଓବିସିଙ୍କ ପାଇଁ ୨୭%, ଆର୍ଥତ୍କ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ୧୦% ଏବଂ ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ୧୯୯୩ରେ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଯଦି କୌଣସି କର୍ମଚାରୀ ଜାଲ୍‌ ତଥ୍ୟ ଦେଇ ବା ଜାଲ୍‌ ସାର୍ଟିଫିକେଟ ଦାଖଲ କରି ନିଯୁକ୍ତି ପାଇଥିବା ଜଣାପଡ଼େ, ତେବେ ତାଙ୍କୁ ଉକ୍ତ ଚାକିରିରେ ରଖାଯିବା ଉଚିତ ନୁହେଁ। ୟୁପିଏସ୍‌ସି ପରୀକ୍ଷା ଦେବା ପାଇଁ ଥିବା ସୁଯୋଗ ସୀମା ଶେଷ ହୋଇଥିବା ସତ୍ତ୍ୱେ ପୂଜା ଖେଡ୍‌କର ଜାଲ୍‌ ପରିଚୟ ଓ ପ୍ରମାଣପତ୍ର ବଳରେ ୨୦୨୧ରେ ପୁନର୍ବାର ପରୀକ୍ଷା ଦେଇପାରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri