ବରଗଡ଼ରେ ୯୨ ନୂଆ ପଜିଟିଭ୍‌, ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୬ ଶିଶୁ

ବରଗଡ଼ ଅଫିସ,୧୧ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଜିଲାରେ ପୁଣି ୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ ମହିଳା ଓ ୫୫ ଜଣ ପୁରୁଷ ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪୪୫ରେ ପହଞ୍ଚିଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତୃ୍ୟ ହୋଇଥିବା ବେଳେ ୬୬୬୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।