Posted inଫୁରସତ

୯୦ ବର୍ଷୀୟ ପିନ୍ଧୁଛନ୍ତି ୯୫ ଲକ୍ଷର ସୁନା

ବେଜିଂ: ଆଜିକା ଯୁଗରେ ସୁନାର ମୂଲ୍ୟ ଆକାଶଛୁଅଁ।। ଏଥିସହ ଚୋରି ମଧ୍ୟ ବଢ଼ିଗଲାଣି। ହେଲେ ଅପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ ସୁନା ପିନ୍ଧିବାକୁ ଭଲ ପାଇଥା’ନ୍ତି। ଚାଇନାର ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ଏପରି ସୁନାପିନ୍ଧା ସଉକ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ବୃଦ୍ଧ ଜଣକ ଝାଙ୍ଗଝୋଉ ସହରର ବାସିନ୍ଦା ହୋଇଥିବାବେଳେ ସେ ନିକଟରେ ଏକ ସୁନା ଦୋକାନରୁ ସୁନା କିଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି ଭିଡିଓ ଦେଖିବା ପରେ ତାଙ୍କୁ ଅନେକେ ବିବାହ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ତେବେ ତାଙ୍କ ପାଖରେ ଏକ ସୁନା ବେଲ୍ଟ ମଧ୍ୟ ରହିଛି, ହେଲେ ପରିବାରର ବାରଣ ଯୋଗୁ ସେ ତାକୁ ବାହାରକୁ ପିନ୍ଧି ଯାଇପାରୁନାହାନ୍ତି। ସେ ସର୍ବଦା ୮୦୦ ହଜାର ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୯୫ ଲକ୍ଷର ସୁନା ପିନ୍ଧି ବାହାରକୁ ଯାଇଥା’ନ୍ତି। ଭିଡିଓରେ ପିନ୍ଧିଥିବା ସୁନା ବ୍ରେସଲେଟ୍‌କୁ ଓଜନ କରି ତାହା ୨ କେଜିର ହେବ ବୋଲି କହିଛନ୍ତି। ଭାଇରାଲ ଭିଡିଓରେ ଅନେକ ୟୁଜର୍ସଙ୍କ ମଜାଳିଆ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ଲେଖିଛନ୍ତି, ମୋ ଜେଜେମା’ ଏକାକୀ ଅଛନ୍ତି, ଆପଣ ତାଙ୍କୁ ବିବାହ କରିବେ କି? ଅନ୍ୟ ଜଣେ କହିଛନ୍ତି, ମୁଁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ରାଜି ଅଛି। ସୂଚନାଯୋଗ୍ୟ, ଦେଶରେ ସୁନା କ୍ରୟ ମାମଲାରେ ଚାଇନା ୨୦୧୩ରୁ ପ୍ରଥମ ସ୍ଥାନରେ ରହିଛି। ବାର୍ଷିକ ଚାଇନାବାସୀ ୯୪୫ ଟନ୍‌ ସୁନା କ୍ରୟ କରିଥା’ନ୍ତି। ସେଠାରେ ବିଶେଷତଃ ବୃଦ୍ଧାବୃଦ୍ଧମାନେ ସୁନା କିଣିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥା’ନ୍ତି। ସୁନା କିଣିବାକୁ ସେଠାରେ ଟଙ୍କା ସଞ୍ଚୟ ଏବଂ ପରମ୍ପରା ଭାବେ ଗ୍ରହଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri