ବିଜେଡି ଦଖଲରେ ୯୦ ପ୍ରତିଶତ ବ୍ଲକ

ଭୁବନେଶ୍ୱର,୧୩।୩(ବ୍ୟୁରୋ)- ରାଜ୍ୟରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ଏକପ୍ରକାର କ୍ଲିନ୍‌ସୁଇପ କରିଛି। ୩୧୪ ବ୍ଲକରୁ ୯୦ ପ୍ରତିଶତ ହାତେଇବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ସମସ୍ତ ବ୍ଲକ ଅକ୍ତିଆର କରିଥିବା ବେଳେ ବାଲେଶ୍ବର ଜିଲାର ୧୨ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୯ଟି, ଭାଜପା ୨ ଓ କଂଗ୍ରେସ ଗୋଟିଏ ବ୍ଲକ ଦଖଲ କରିଛନ୍ତି । ସେହିପରି ବଲାଙ୍ଗୀର ଜିଲାର ୧୪ ବ୍ଲକରୁ ବିଜେଡି ସମର୍ଥିତ୍ତତ ପ୍ରାର୍ଥୀମାନେ ୧୦, ଭାଜପା ଗୋଟିଏ ଓ କଂଗ୍ରେସ ୩ ବ୍ଲକ ଦଖଲ କରିଛି । ବରଗଡ଼ ଜିଲାର ୧୨ଟି ବ୍ଲକରୁ ବିଜେଡି ସମସ୍ତ ବ୍ଲକ ଅକ୍ତିଆର କରିଥିବା ବେଳେ ଭଦ୍ରକ ଜିଲାର ୭ଟି ବ୍ଲକରୁ ବିଜେଡି ସବୁ ବ୍ଲକ ଅକ୍ତିଆର କରିଛି । ବୌଦ୍ଧ ଜିଲାର ୩ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଗୋଟିଏ ଏବଂ ୨ଟି ବ୍ଲକ ଭାଜପା ଦଖଲକୁ ଯାଇଛି ।
କଟକ ଜିଲାର ୧୪ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୩ ଅକ୍ତିଆର କରିଥିବା ବେଳେ ଭାଜପା ଗୋଟିଏ ବ୍ଲକ ଦଖଲ କରିଥିବା ସୂଚନା ମିଳିଛି । ସେହିପରି ଦେବଗଡ଼ ଜିଲାର ୩ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୨ଟି ଏବଂ ଗୋଟିଏ ଭାଜପା ସମର୍ଥତ୍ତ ପ୍ରାର୍ଥୀ ଅକ୍ତିଆାର କରିଛନ୍ତି । ଢେଙ୍କାନାଳ ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୬ ଏବଂ ୨ଟି ଭାଜପା ସମର୍ଥତ୍ତ ପ୍ରାର୍ଥୀ ଅକ୍ତିଆର କରିଛନ୍ତି । ଗଜପତି ଜିଲାର ୭ ବ୍ଲକରୁ ବିଜେଡି ପ୍ରାର୍ଥୀମାନେ ୭ଟି ଯାକ ଅକ୍ତିଆର କରିଛନ୍ତି । ଗଞ୍ଜାମ ଜିଲାର ୨୨ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୨୧ଟି ଅକ୍ତିଆର କରିଥିବା ବେଳେ ଭାଜପା ଗୋଟିଏ ଦଖଲ କରିଛି ।
ସେହିପରି ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୮ଟି ଯାକ ଅକ୍ତିଆର କରିଥିବା ବେଳେ ଯାଜପୁର ଜିଲାର ସମସ୍ତ ୧୦ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ସବୁ ଅକ୍ତିଆର କରିଛନ୍ତି । ଝାରୁସୁଗୁଡ଼ା ଜିଲାର ୭ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ସମସ୍ତ ବ୍ଲକ ଦଖଲ କରିଥିବା ବେଳେ କଳାହାଣ୍ଡି ଜିଲାର ୧୩ ବ୍ଲକରୁ ବିଜେଡି ୧୧ଟି ଅକ୍ତିଆର କରିଥିବା ବେଳେ ଭାଜପା ୨ଟି ଦଖଲ କରିଛି । କନ୍ଧମାଳ ଜିଲାର ୧୨ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୧ଟି ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ କଂଗ୍ରେସ ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
କେନ୍ଦ୍ରାପଡ଼ା ଜିଲାର ସମସ୍ତ ୯ଟି ବ୍ଲକ ବିଜେଡି ହାତକୁ ଯାଇଥିବା ବେଳେ କେନ୍ଦୁଝର ଜିଲାର ସମସ୍ତ ୧୩, ଖୋର୍ଦ୍ଧା ଜିଲାର ୧୦ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୮ଟି ଅକ୍ତିଆର କରିଥିବା ବେଳେ ୨ଟି ବ୍ଲକରେ ଭାଜପା ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କୋରାପୁଟ ଜିଲାର ୧୪ ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୨ଟି ଅକ୍ତିଆର କରିଥିବା ବେଳେ ୨ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାଲକାନଗିରି ଜିଲାର ୭ଟି ବ୍ଲକରୁ ବିଜେଡି ସମସ୍ତ ବ୍ଲକ ଅକ୍ତିଆର କରିଛି। ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରୁ ବିଜେଡି ପ୍ରାର୍ଥୀମାନେ ୨୫ଟି ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ନବରଙ୍ଗପୁର ଜିଲାର ୧୦ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୦ଟି ଯାକ ଅକ୍ତିଆର କରିଛନ୍ତି। ନୟାଗଡ଼ ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୭ଟି ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନୂଆପଡ଼ା ଜିଲାର ୫ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୨ଟି ଅକ୍ତିଆର କରିଥିବା ବେଳେ