Categories: ବାଣିଜ୍ୟ

ବେତନ ବୃଦ୍ଧି ଲାଗି ୯୦% କମ୍ପାନୀଙ୍କ ଯୋଜନା

ନୂଆଦିଲ୍ଲୀ: ଦେଶର ଶିଳ୍ପ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଖୁସି ଖବର। ୨୦୨୧ରେ ପ୍ରାୟ ୯୦% କମ୍ପାନୀ ବେତନ ବଢାଇବା ଲାଗି ଯୋଜନା ରଖିଥିବା ଗ୍ଲୋବାଲ ପ୍ରଫେଶନାଲ ସର୍ଭିସ ଫାର୍ମ ଆୟନ ପକ୍ଷରୁ ହୋଇଥିବା ଏକ ସର୍ଭେରେ ପ୍ରକାଶ କରାଯାଇଛି। ସର୍ଭେରେ ଭାଗ ନେଇଥିବା ମୋଟ ୯୭% କମ୍ପାନୀ ୨୦୨୧ରେ ବେତନ ବଢାଇବା ଲାଗି ଯୋଜନା ରଖିଥିବା ରିପୋର୍ଟରେ କୁହାଯାଇଛି। କରୋନା ପ୍ରଭାବ ଯୋଗୁ କମ୍ପାନୀଗୁଡିକ ୨୦୨୦ରେ ଚାପର ବଶବର୍ତ୍ତୀ ହୋଇଛନ୍ତି। ଏହାକୁ ଧ୍ୟାନରେ ରଖି କମ୍ପାନୀଗୁଡିକରେ ବେତନ ବୃଦ୍ଧି ପ୍ରସଙ୍ଗକୁ ଏତେଟା ଗୁରୁତ୍ୱ ଦିଆଯାଉନାହିଁ। ପ୍ରାୟ ୬୧% କମ୍ପାନୀ ୧୦% ଯାଏ ବେତନ ବଢାଇବାକୁ ବିଚାର କରୁଥିବା ରିପୋର୍ଟରେ କୁହାଯାଇଛି। ୨୦୨୦ରେ ଅଧିକାଂଶ କମ୍ପାନୀ ୫% ଭିତରେ ବେତନ ବୃଦ୍ଧି କରିବା ସପକ୍ଷରେ ରହିଥିଲେ। ୨୦୨୦ରେ ହାରାହାରି ବେତନ ବୃଦ୍ଧି ୬.୧% ରହିଥିଲା। ୨୦୨୧ରେ ହାରାହାରି ବେତନ ବୃଦ୍ଧି ୭.୧% ରହିବା ନେଇ ସର୍ଭେରେ କୁହାଯାଇଛି। ସର୍ଭେରେ ୧୦୦୦ରୁ ଊର୍ଦ୍ଧ୍ୱ କମ୍ପାନୀଙ୍କୁ ସାମିଲ କରାଯାଇଥିଲା।

Share