Categories: ଜାତୀୟ

ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିକୁ ସ୍ମୃତି କରି ରଖିବାକୁ ଭାଜପାର ମେଗା ପ୍ଲାନ, ମୋଦି ଆଜମେରରେ କରିବେ କ୍ୟାମ୍ପେନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୫: ନରେନ୍ଦ୍ର ମୋଦି ଆଜିର ଦିନରେ ଅର୍ଥାତ୍‌ ୨୮ ମେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ୯ ବର୍ଷର ଯାତ୍ରାକୁ ଅଭୁଲା କରି ରଖିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ମେଗା ପ୍ରଚାରର ଯୋଜନା କରିଛି। ଏଥିରେ କେନ୍ଦ୍ର ସରକାରଙ୍କର କାର୍ଯ୍ୟ ଓ ୯ ବର୍ଷର ଉପଲବ୍ଧିକୁ ଜନତାଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଏହାର ଆରମ୍ଭ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୧ ମେ’ରେ ରାଜସ୍ଥାନର ଆଜମେରରେ ହେବାକୁ ଥିବା ରାଲିରୁ କରାଯିବ। ଏହାସହ ‘ସମ୍ପର୍କ ରୁ ସମର୍ଥନ’ କାର୍ଯ୍ୟକ୍ରମର ଆରମ୍ଭ ବି ହେବ।

ମେ ୩୧ ରୁ ଜୁନ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ବତନ୍ତ୍ର ଅଭିଯାନରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୫୧ଟି ବଡ ବଡ ସାଧାରଣ ସଭା ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଭାଜପା। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୮ ଟି ସଭାକୁ ସମ୍ବୋଧିତ କରିବେ। ଏହାବ୍ୟତୀତ ଅମିତ ଶାହା, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ, ହିମନ୍ତ ବିଶ୍ୱ ସରମାଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହି ସମାବେଶରେ ସମ୍ବୋଧିତ କରିବେ। ଭାଜପାର ସୋସିଆଲ ମିଡିଆ ଦଳ ମଧ୍ୟ ଏକ ବ୍ୟାପକ ଅଭିଯାନ ଯୋଜନା କରିଛି।

Share