Categories: ଜାତୀୟ

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ଶାହା

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚଳିତ ବର୍ଷ ୯ବର୍ଷର ଶାସନ କାଳ ପୂରଣ କରିଛନ୍ତି। ଏହି ଅବସରରେ ଭାଜପା ୯ବର୍ଷର କାର୍ଯ୍ୟକାଳକୁ ସାରା ଦେଶରେ ପ୍ରଚାର କରି ଜନସାଧାରଣଙ୍କ ଆଗରେ ରଖିଛି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହା ମୋଦି ସରକାରଙ୍କ ୯ ବର୍ଷରେ ହାସଲ କରିଥିବା ଉପଲବ୍ଧିକୁ ଦର୍ଶାଇଛନ୍ତି। ମୋଦି ସରକାରଙ୍କ ୯ବର୍ଷକୁ ସୁରକ୍ଷା ଏବଂ ଜାତୀୟ ଗର୍ବର ବର୍ଷ ବୋଲି ବର୍ଣ୍ଣନା କରି ଶାହା କହିଛନ୍ତି ଯେ ଆଜି ମୋଦି ଜିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ଅଛି।

ଅମିତ ଶାହା ଟୁଇଟ କରି ଲେଖିଛନ୍ତି, ମୋଦି ସରକାରଙ୍କ ୯ବର୍ଷ ହେଉଛି ସୁରକ୍ଷା, ଜାତୀୟ ଗର୍ବ, ବିକାଶ ଏବଂ ଗରିବ କଲ୍ୟାଣର ଅଭୁତପୂର୍ବ ସଂଯୋଜନା ରହିଛି ୯ବର୍ଷର ମୋଦି ସରକରରଙ୍କ ଉପଲବ୍ଧି। ଆଜି ଗୋଟିଏ ପଟେ ମୋଦି ଜିଙ୍କ ନେତୃତ୍ୱରେ ଦେଶ ନିରାପଦରେ ରହିଛି ଏବଂ ବିଶ୍ୱରେ ଗର୍ବର ନୂଆ ଦିଗ ସୃଷ୍ଟି କରୁଛି, ଅନ୍ୟପଟେ ସରକାର ଗରିବ ଲୋକଙ୍କ ବିକାଶ ଏବଂ କଲ୍ୟାଣର ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି।

Share