Categories: ଫୁରସତ

ବିମାନ ଦୁର୍ଘଟଣାରେ ୧୦୩ ଲୋକଙ୍କ ହୋଇଥିଲା ମୃତ୍ୟୁ, ବଞ୍ଚି ଯାଇଥିଲେ ଏହି କୁନି ବାଳକ, ଜାଣନ୍ତୁ କିପରି…

କୁହାଯାଏ, ନିମିଷେ ମାତ୍ର ଥିଲେ ପ୍ରାଣ ନ ନେଇ ପାରେ ଜନ୍ତୁରାଣ। ଯଦି ଜୀବନ ଭାଗ୍ୟରେ ଲେଖାଥାଏ, ତେବେ ଯେତେ ବଡ଼ ଦୁର୍ଘଟଣା ହେଲେ ମଧ୍ୟ କେହି କ୍ଷତି କରିପାରିବେ ନାହିଁ। ଲିବିଆରେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଘଟିଥିବା ଏକ ହୃଦୟବିଦାରକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦୩ ଲୋକଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଏହି ଦୁର୍ଘଟଣାରେ କେବଳ ଜଣେ ୯ ବର୍ଷର ବାଳକ ବଞ୍ଚି ଯାଇଥିଲେ। ଏହି ବାଳକଙ୍କୁ ବର୍ତ୍ତମାନ ଭଗବାନଙ୍କ ଦୂତ କୁହାଯାଉଛି।

ଏହି ବାଳକ ରୁବେନ ଓ୍ବାନ ଆସା ବୋଲି ଚିହ୍ନଟ କରାଯାଇଛି। ବିମାନଟି ତଳେ ଧକ୍କା ହେବା ପୂର୍ବରୁ ରୁବେନ ତଳକୁ ଖସିପଡ଼ିଥିଲେ। ତଳେ ପଡ଼ିବା ପରେ ପ୍ରଚଣ୍ଡ ଶବ୍ଦରେ ବିମାନ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନଟି ଉଡ଼ିଗଲା। ପ୍ରାୟ ୧୨ ବର୍ଷ ତଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ରୁବେନଙ୍କ ଗୋଡ଼ ଅନେକ ସ୍ଥାନରୁ ଭାଙ୍ଗି ଯାଇଥିଲା କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା।

୧୨ ମେ’ ୨୦୧୦ରେ ଏହି ବିମାନ ଦୁର୍ଘଟଣା ହୋଇଥିଲା। ଉକ୍ତ ବିମାନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ଉଡ଼ି ଲିବିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏତେ ବଡ଼ ଦୁର୍ଘଟଣାରେ ପିଲାଟି ବଞ୍ଚିବା ଏକ ଚମତ୍କାର ବୋଲି ସମସ୍ତେ କହୁଛନ୍ତି। ଦୀର୍ଘବର୍ଷ ପରେ ସେ ହସ୍ପିଟାଲରୁ ବାହାରିଛନ୍ତି। ଯାହାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା।

Share