ସ୍କୋଲଜ୍‌ଙ୍କ ପାର୍ଟିରେ ୯ ମହିଳାଙ୍କୁ ଦିଆଯାଇଥିଲା ଡ୍ରଗ୍ସ

ବର୍ଲିନ, ୧୧ା୭: ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲଜ୍‌ ଏବଂ ତାଙ୍କ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ଏମ୍‌ପି ଯୋଗଦେଇଥିବା ଏକ ପାର୍ଟିରେ ୯ ମହିଳାଙ୍କୁ ଡ୍ରଗ୍ସ ଦିଆଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ଜଣେ ମୁଖପାତ୍ର କାଟ୍‌ଜା ମସ୍ତ ସୂଚନା ଦେଇଛନ୍ତି।

ପ୍ରାୟ ୨୧ ମହିଳା ଗତ ବୁଧବାର ଆୟୋଜିତ ଏହି ପାର୍ଟିରେ ଡେଟ୍‌-ରେପ୍‌ ଡ୍ରଗ୍ସ(କୌଣସି ଖାଦ୍ୟ ପାନୀୟରେ ଡ୍ରଗ୍ସ ଦିଆଯାଇ ଯୌନଶୋଷଣ କରାଯିବା)ର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ପୀଡ଼ିତାମାନେ ଖୋଲାଖୋଲି ଏହା ବିରୋଧରେ ଅଭିଯୋଗ କରିବାକୁ ଶାସକ ଦଳ ପକ୍ଷରୁ କୁହାଯାଇଛି। ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଚାନ୍‌ସେଲର ଏବଂ ଏମ୍‌ପିଙ୍କ ‘ସମର ପାର୍ଟି’ରେ ଯୋଗ ଦେଇଥିଲେ। ଡେଟ୍‌-ରେପ୍‌ ଡ୍ରଗ୍ସ ସେବନ କରିଥିବା ମହିଳା ପ୍ରତିରୋଧ କରିବାରେ ଅସମର୍ଥ ହୋଇଥାନ୍ତି।

Share