୯ ଚୋରି ଗାଡ଼ି ଜବତ, ଜଣେ ଗିରଫ

ବ୍ରହ୍ମପୁର,୧୧ା୯(ସୁବାସ ଚନ୍ଦ୍ର ପାଢ଼ୀ)-ବ୍ରହ୍ମପୁର ଜିଆରପି ଥାନା ପୋଲିସ ୯ଟି ଚୋରି ଗାଡ଼ି ଜବତ କରିିଛି। ଏ ସଂକ୍ରାନ୍ତରେ ଜଣେ ନାବାଳକଙ୍କୁ ଧରାଯାଇଥିବା ପୋଲିସ କହିଛି। ନାବାଳକଙ୍କୁ ସୋମବାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟ ନିର୍ଦ୍ଦେଶରେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ ଗତ ୧ତାରିଖରେ ତପନ କୁମାର ସାହୁ ନାମକ ଜଣେ ଯୁବକ ବ୍ରହ୍ମପୁର ରେଳ ଷ୍ଟେସନ୍‌ ଆସିଥିଲେ। ସେ ବାଇକ୍‌ ପାର୍କିଂ କରି ତାଙ୍କ ସମ୍ପର୍କୀୟଙ୍କୁ ଛାଡିବା ପାଇଁ ଷ୍ଟେସନ୍‌ ଭିରରକୁ ଯାଇଥିଲେ। ସେଠାରୁ ଆସି ଦେଖିବା ପରେ ତାଙ୍କ ବାଇକ୍‌ ନଥିଲା। ବାଇକ୍‌ ଚୋରି ହୋଇଥିବା ସନ୍ଦେହରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୯୩/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଜଣେ ନାବାଳକକୁ ଧରିଥିବା ବେଳେ ତାଙ୍କୁ ଜେରା ବେଳେ ବିଭିନ୍ନ ସ୍ଥାନରୁ ୯ଟି ଚୋରି ବାଇକ୍‌ ଜବତ କରିଛି। ଏନେଇ ଜିଆରପି ଭାରପ୍ରାପ୍ତ ଥାନାଧିକାରୀ ବିକାଶ କୁମାର ପଲେଇ ସୂଚନା ଦେଇଛନ୍ତି।
ଫଟୋ-ବିଏମ-୧୧-୨୪-ଗିରଫ ଅଭିଯୁକ୍ତ ସହ ଜବତ ଗାଡ଼ି