ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ

ପଟ୍ଟାମୁଣ୍ଡାଇ,୨।୪ (ସ୍ବ.ପ୍ର.): ବିଷାକ୍ତ ଛତୁ ଖାଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତ କଇଁକୁଳା ଗ୍ରାମର ୪ ପରିବାରର ୯ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ସୁକାନ୍ତି ସେଠୀ (୫୫), ପ୍ରେମଲତା ସେଠୀ (୫୦), ସାଗର ସେଠୀ (୧୮), ବିଶ୍ୱଜିତ ସେଠୀ (୧୫), ମୀନତୀ ସେଠୀ (୩୫), ମାନସୀ ସେଠୀ (୪୦), ସୀମାରାଣୀ ସେଠୀ (୨୮), କବିତା ସେଠୀ (୩୫) ଓ ଜିତ୍‌ ପ୍ରକାଶ ସେଠୀ (୩) ା ଗୁରୁତର ଅବସ୍ଥାରେ ସେମାନେ ଜିଲା ମୁଖ୍ୟ ଚିକତ୍ସାଳୟରେ ଏବେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ସୀମାରାଣୀ ଗର୍ଭବତୀ ହୋଇଥିବା ବେଳେ ଜିତପ୍ରକାଶ ଶିଶୁ ଅଟନ୍ତି ା ଏ ସମ୍ପର୍କରେ ସୁକାନ୍ତି କହିଛନ୍ତି, ଅଦିନିଆ ବର୍ଷା ଯୋଗୁ ନିକଟ ପଡିଆରେ ଛତୁ ଫୁଟିଥିଲା ା ସକାଳେ ଏହାକୁ ତୋଳି ଘରକୁ ନେଇ ତରକାରୀ କରି ଖାଇଥିଲେ ା ଖାଇବାର କିଛି ସମୟ ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅଧିକାଂଶଙ୍କ ମୁଣ୍ଡ ବୁଲାଇବାରୁ ଡାକ୍ତରଖାନାକୁ ପରିବାର ଲୋକେ ଆଣିଥିଲେ ା