ଇସ୍ରାଏଲରୁ ଫେରିଲେ ୯ ଓଡ଼ିଆ

ଭୁବନେଶ୍ୱର,୧୩ା୧୦: ଅପରେଶନ ଅଜୟର ପ୍ରଥମ ପର୍ଯ୍ୟାୟରେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ ଭାରତ ଫେରିଛନ୍ତି। ସେମାନେ ଦିଲ୍ଲୀରେ ସେମାନଙ୍କର ଲୋମ ଟାଙ୍କୁରା ଦୁଃଖ ବଖାଣିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ସାଇରନ୍‌ ବାଜିବାରୁ ସମସ୍ତ ଭାରତୀୟ ସେଲଟରରେ ରହିଥିଲେ।  ଇସ୍ରାଏଲରେ ସମସ୍ତ ସୁବିଧା ଦେଇ ସେମାନଙ୍କ ରଖାଯାଇଥିଲା। ଇସ୍ରାଏଲ ସୀମାରେ ଖରାପ ସ୍ଥିତି ଥିଲେ ମଧ୍ୟ ଆର୍ମି ଏବଂ ସରକାରଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିଲା। ସେଠାରେ ଗୋଟିଏ ଗୋଟିଏ ବିଲିଡିଂରେ ଗୋଟିଏ ନିରାପଦ ଗୃହ ରହିଥିଲା। ପ୍ରଥମଥର ଲାଗି ଯୁଦ୍ଧ ସାଇରନ ଶୁଣି ଆତଙ୍କିତ ହୋଇଯାଇଥିଲେ ବୋଲି କହିଛନ୍ତି ଇସ୍ରାଏଲ ଫେରନ୍ତା।