Posted inଖେଳ

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୪ା୧୨:କରୋନା ଯୋଗୁ ଗତ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ବୁଧବାର ଖୋଲିଛି। ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଫଳରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ପୁରୀ ଜିଲା ପ୍ରଶାସନର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟମାନେ ଦାରୁଦିଅଁଙ୍କ ଦର୍ଶନ କରିଛନ୍ତି।
ଶ୍ରୀମନ୍ଦିର ଦ୍ୱାର ଭୋର ୪ଟା ୫୦ରେ ଖୋଲିଥିବାବେଳେ ୫ଟା ୪୦ରେ ମଇଲମ ସରିଥିଲା। ସକାଳ ୭ଟା ୩୦ରୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ସେବାୟତ ପରିବାରର ସଦସ୍ୟମାନେ ଶ୍ରୀମନ୍ଦିରର ୪ ଦ୍ୱାର ଦେଇ ପ୍ରବେଶ କରିଥିଲେ। ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ ସହ ପରିଚୟପତ୍ର ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଇଥିଲା। କାଳିଆ ଠାକୁରଙ୍କ ଦର୍ଶନ କରି ସେବାୟତ ପରିବାର ଲୋକେ ଭାବ ବିହ୍ବଳ ହୋଇପଡ଼ିଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ନୂତନ ଏସ୍‌ଓପି ଅନୁଯାୟୀ, ବଡ଼ଦେଉଳ ଭିତରେ ଶ୍ରଦ୍ଧାଳୁମାନେ ଦୀପ ଲଗାଇପାରିବେ ନାହିଁ। ସେହିପରି କେହି ସାଙ୍ଗରେ ଫୁଲ, ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେଇ ମନ୍ଦିରକୁ ଯିବେ ନାହିଁ। ମନ୍ଦିର ଭିତରେ ମଧ୍ୟ ଅବଢ଼ା ସେବନ କରିପାରିବେ ନାହିଁ। ଜଗନ୍ନାଥ ବଲ୍ଲଭ କିମ୍ବା ପ୍ରଶାସନ ଦ୍ୱାରା ସୂଚିତ ସ୍ଥାନରେ ବାଇକ ଓ କାର୍‌ ପାର୍କିଂ କରିବେ। ଅନ୍ୟଥା ଜରିମାନା ଦେବାକୁ ପଡ଼ିବ। ମନ୍ଦିର ଭିତରେ ମାସ୍କ ପରିଧାନ, ସାନିଟାଇଜ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଜାନୁୟାରୀ ୩ରୁୁ ସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିଲାଗି ସକାଳ ୮ଟାରୁ ମାର୍କେଟ ଛକ ବ୍ୟାରିକେଡ୍‌ ଖୋଲାଯିବ। ଦର୍ଶନ ଆଶାୟୀମାନେ ସାଙ୍ଗରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବେ। ତାହା ଗତ ୯୬ ଘଣ୍ଟା ଅର୍ଥାତ୍‌ ୪ଦିନ ମଧ୍ୟରେ ହୋଇଥିବା ଦରକାର। ନଚେତ୍‌ କୋଭିଡ୍‌ ରିପୋର୍ଟ ଗ୍ରହଣ ଯୋଗ୍ୟ ହେବନାହିଁ। ପରିଚୟ ପତ୍ର ଯାଞ୍ଚ କରି ଦର୍ଶନ ଅନୁମତି ଦିଆଯିବ। ସେହିଭଳି ସ୍ଥାନୀୟ ଲୋକଙ୍କ ପାଇଁ ମାର୍କେଟ ଛକ ବ୍ୟାରିକେଡ୍‌ ସକାଳ ୭ଟାରୁ ଖୋଲିବ। ସେମାନଙ୍କୁ ପୂର୍ବରୁ ମିଳିଥିବା ଟୋକନ୍‌ ଓ ପରିଚୟପତ୍ର ଦେଖାଇ ଦର୍ଶନ କରିବେ। ସେହିଭଳି ସ୍ଥାନୀୟ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ଫଟୋଉଠା ବ୍ୟବସ୍ଥା ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୬ରୁ ପୁରୀ ସହରବାସୀ ଓ ଜାନୁୟାରୀ ୩ରୁ ସାର୍ବଜନୀନ ଦର୍ଶନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri