ଧରାପଡ଼ିଲା ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗ

ଭୁବନେଶ୍ୱର,୨୭।୪ (ବ୍ୟୁରୋ): ତେଲ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ଏବଂ ମୁଣ୍ଡ ଜାମିନ ରଖି ମାଲିକଙ୍କଠାରୁ ୪ ଲକ୍ଷ ଟଙ୍କା ନେବା ମାମଲାରେ କମିଶନରେଟ ପୋଲିସ ଏକ ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳର ସତ୍ୟପ୍ରିୟ ପଟ୍ଟନାୟକ (୪୫), ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଦୀପକ ଜାଲି (୩୨), ବଡ଼ଗଡ଼ ଥାନା ବ୍ରିଟ କଲୋନିର ସ୍ବାଗତ ପଟ୍ଟନାୟକ (୨୨), ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଞ୍ଚଳର ସୁଶାନ୍ତ ଦାସ (୫୦), କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ପ୍ରିୟରଞ୍ଜନ ସ୍ବାଇଁ (୨୮), ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳର ଏସ୍‌.ବି. ଅମ୍ରିତ କୁମାର (୨୮) ଓ ମଞ୍ଚେଶ୍ୱର ଥାନା ଚକେଇସିଆଣିର ଅଶୋକ ନାୟକ (୨୬)। ଅନ୍ୟ ୨ଜଣ ନାବାଳକ ଅଛନ୍ତି। ବୁଧବାର ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ନାବାଳକଦ୍ୱୟଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ପୋଲିସ ହାଜର କରିଛି। ଏହି ଗ୍ୟାଙ୍ଗଠାରୁ ଲୁଟ୍‌ ଟ୍ୟାଙ୍କର ସମେତ ୩ଟି କାର୍‌, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ପୋଲିସ ଫ୍ଲିକର ଲାଇଟ୍‌, ୧୦ ହଜାର ଟଙ୍କା ଓ ୮ଟି ମୋବାଇଲ ଜବତ କରାଯାଇଛି। ଏଥିସହ ୪ ଲକ୍ଷ ଟଙ୍କା ଯାଇଥିବା ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍‌ କରିଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ଶଶିଭୂଷଣ ପାତ୍ରଙ୍କର କୋରାପୁଟ ଜିଲା ପାଡ଼ୁଆଠାରେ ପାତ୍ର ଫିଲିଂ ଷ୍ଟେଶନ ରହିଛି। ସେ ଟ୍ୟାଙ୍କର ଦ୍ୱାରା ପାରାଦୀପରୁ ପାଡ଼ୁଆକୁ ତେଲ ଆଣନ୍ତି। ଗତ ବୁଧବାର ଶଶିଭୂଷଣଙ୍କ ଡ୍ରାଇଭର ମହେଶ ଯାଦବ ଓ ହେଲ୍‌ପର ମିଥୁନ ଯାଦବ ତେଲ ଆଣିବା ପାଇଁ ପାଡ଼ୁଆରୁ ଉକ୍ତ ଟ୍ୟାଙ୍କର ନେଇ ପାରାଦୀପ ଅଭିମୁଖେ ବାହାରିଥିଲେ। ଜଟଣୀ ଗଙ୍ଗପଡ଼ା ନିକଟରେ ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ନିଜକୁ ପୋଲିସ କହି ଉକ୍ତ ଟ୍ୟାଙ୍କରକୁ ଅଟକାଇଥିଲେ। ଏହାପରେ ସେମାନେ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଅଞ୍ଚଳସ୍ଥିତ ଏକ ଜଙ୍ଗଲକୁ ନେଇଯାଇଥିଲେ। ସେମାନେ ଡ୍ରାଇଭର ଓ ହେଲ୍‌ପରଙ୍କୁ ନିସ୍ତୁକ ମାଡ଼ ମାରି ମାଲିକଙ୍କୁ ୪ ଲକ୍ଷ ଟଙ୍କା ମାଗିଥିଲେ। ଏପରିକି ଗଞ୍ଜେଇ ଚାଲାଣ ହେଉଥିବା କହି ଟଙ୍କା ପଠାଅ ବୋଲି ଅଭିଯୁକ୍ତମାନେ କହିଥିଲେ। ଟଙ୍କା ନ ଦେଲେ ଉକ୍ତ ଟ୍ୟାଙ୍କର ସିଜ୍‌ କରାଯିବ ବୋଲି ଅଭିଯୁକ୍ତମାନେ କହିଥିଲେ। ଏହାପରେ ମାଲିକ ୨ ଲକ୍ଷ ଟଙ୍କା ଲେଖାଏଁ ଡ୍ରାଇଭର ଓ ହେଲ୍‌ପରଙ୍କ ଆକାଉଣ୍ଟକୁ ପଠାଇବା ପରେ ଅଭିଯୁକ୍ତମାନେ ଉକ୍ତ ଟଙ୍କାକୁ ନେଇଯାଇଥିଲେ। ଗୁରୁବାର କୌଣସିମତେ ଗୁରୁତର ହେଲ୍‌ପର ମିଥୁନ ସେଠାରୁ ଖସି ଭୟରେ ପୋଲିସକୁ ନ ଜଣାଇ ଚିକିତ୍ସା ପାଇଁ କଲିକତା ପଳାଇଯାଇଥିଲେ। ଏହାପରେ ଗୁରୁତର ଡ୍ରାଇଭର ସେଠାରୁ ଖସି ଆସି ସ୍ଥାନୀୟ ଲୋକଙ୍କ ସହଯୋଗରେ ଥାନାରେ ପହଞ୍ଚିଥିଲେ। ପରେ ମାଲିକ ଶଶିଭୂଷଣ ଥାନାରେ ପହଞ୍ଚି ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୧୦୩/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri