Categories: ଜାତୀୟ

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି ଆସନ୍ତା ଏପ୍ରିଲ ୧ରୁ ରାସ୍ତାରୁ ହଟାଇ ଦିଆଯିବ। ସେଗୁଡ଼ିକ ସ୍ଥାନରେ ନୂଆ ଗାଡ଼ି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଇଥାନୋଲ, ମିଥାନୋଲ, ବାୟୋ-ସିଏନ୍‌ଜି, ବାୟୋ-ଏଲ୍‌ଏନ୍‌ଜି ଏବଂ ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବଢ଼ାଇବା ଲାଗି ସରକାର ଅନେକ ପଦକ୍ଷେପ ନେଇଥିବା ଫିକ୍କି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଗଡକରୀ କହିଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ିକୁ ହଟାଇ ତାହା ସ୍ଥାନରେ ବିକଳ୍ପ ଇନ୍ଧନରେ ଚାଲୁଥିବା ନୂଆ ଯାନ ଆଣିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିସାରିଛନ୍ତି। ଏହାଦ୍ୱାରା ପ୍ରଦୂଷଣ ବହୁ ପରିମାଣରେ ହ୍ରାସ ପାଇବ ବୋଲି ସଡ଼କ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି।

Share