ମାଲେସିଆରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ଏବେ ବି ୨୫ ନିଖୋଜ

କୁଆଲାଲମପୁର,୧୬।୧୨: ଶୁକ୍ରବାର ମାଲେସିଆର ଏକ କ୍ୟାମ୍ପସାଇଟରେ ଭୂସ୍ଖଳନ ହୋଇଛି। ଫଳରେ ୫ ବର୍ଷର ଶିଶୁ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆହୁରି ୨୫ ଜଣ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ରାଜଧାନୀ କୁଆଲାଲମପୁରର ସୀମାନ୍ତ ସେଲାଙ୍ଗୋର ରାଜ୍ୟରେ ଭୋର ପ୍ରାୟ ୩ ଟା ସମୟରେ ଏହି ଭୂସ୍ଖଳନ ଘଟିଥିବା ଜଣାପଡିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିବା ଅନୁଯାୟୀ, ଭୂସ୍ଖଳନରେ ୯୦ରୁ ଅଧିକ ଲୋକ ଫସିରହିଥିବା ବେଳେ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୨୫ ଜଣ ଏବେ ବି ନିଖୋଜ ଅଛନ୍ତି। ଅନ୍ୟପଟେ, ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଏଜେନ୍ସିର ପ୍ରାୟ ୪୦୦ ଲୋକଙ୍କୁ ନିୟୋଜିତ କରାଯାଇଥିବା ଜିଲା ପୋଲିସ ମୁଖ୍ୟ ସୁଫିଆନ୍‌ ଅବଦୁଲ୍ଲା କହିଛନ୍ତି।

Share