Categories: ଜାତୀୟ

ଦୁର୍ଘଟଣାରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସହାୟତା ଘୋଷଣା

ଟୁମାକୁରୁ,୨୫।୮: କର୍ନାଟକର ଟୁମାକୁରୁ ନିକଟ ୪୮ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଶିଶୁ ଓ ୪ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଅହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି। ମୃତାହତମାନଙ୍କ ଘର ରାଇଚୁର ଜିଲାର ବିଭିନ୍ନ ଗ୍ରାମରେ। ସେମାନେ ବେଙ୍ଗାଲୁରୁର ବିଭିନ୍ନ ନିର୍ମାଣ ସଂସ୍ଥାରେ କାମ ପାଇବା ପାଇଁ ଏକ ଏକ ଭଡ଼ା ଗାଡିରେ ଯାଉଥିଲେ। ହେଲେ ଏନ୍‌ଏଚ୍‌-୪୮ର ବାଲେନହାଲି ଗେଟ୍‌ ନିକଟରେ ଶ୍ରମିକଙ୍କୁ ନେଇଯାଉଥିବା ଗାଡିଟି ଏକ ଟ୍ରକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

Share