ବନ୍ୟାରେ ଚାଲିଗଲା ୯ ଜଣଙ୍କ ଜୀବନ

ରୋମ,୧୮।୫: ୟୁରୋପୀୟ ଦେଶ ଇଟାଲୀର ଉତ୍ତର ଏମିଲିଆ ରୋମାଗନା ଅଞ୍ଚଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିପର୍ଯ୍ୟୟ ହେତୁ ଏ ପର୍ଯ୍ୟନ୍ତ ୯ ଜଣ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଛି। ଅନେକ ଲୋକ ଘରର ଛାତ ଉପରେ ଆଶ୍ରୟ ନେଇଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥି ସହିତ, ମେ’ ୨୧ ଅନୁଷ୍ଠିତ ହେବାକୁ ଥିବା ଇମୋଲା ଗ୍ରାଣ୍ଡ ପ୍ରିକ୍ସକୁ ବାତିଲ କରାଯାଇଛି। ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି।

କେତେକ ରିପୋର୍ଟରେ କୁହାଯାଇଛି, ଝଡ଼ ଯୋଗୁ ନଦୀଗୁଡ଼ିକର ଜଳରାଶି ଏବଂ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଛି। ୧୫ଟି ନଦୀରୁ ଜଳ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଅନେକ ଗାଁ ଜଳମଗ୍ନ ରହିଛି।

Share