Posted inଜାତୀୟ

ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ, ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ନୂଆଦିଲ୍ଲୀ,୧୪ା୮: ଭାରତୀୟ ବାୟୁସେନାର ୯ ଜଣ ଅଧିକାରୀ, ଯେଉଁମାନେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ବୀରଚକ୍ର ପ୍ରଦାନ କରାଯିବ। ଏହି ସମ୍ମାନ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ।

ସେହିଭଳି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌ ପ୍ରଦାନ କରାଯିବ। ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ, ଏୟାର କମାଣ୍ଡର ଅଶୋକ ରାଜ ଠାକୁର ଯୁଦ୍ଧସେବା ମେଡାଲ୍‌ ପାଇବେ।

ଅପରେସନ ସିନ୍ଦୂର ମେ ମାସରେ ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ଜଣ ନାଗରିକ, ମୁଖ୍ୟତଃ ପର୍ଯ୍ୟଟକ ନିହତ ହୋଇଥିଲେ। ଏହି ଅଭିଯାନରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଯୁଦ୍ଧବିମାନ ମଧ୍ୟ ଖସାଇ ଦେଇଥିଲା। ମୁରିଦ୍‌କେରେ ଏଲଇଟିର ମୁଖ୍ୟାଳୟ ଓ ବାହାୱଲପୁରରେ ଜେଇଏମର ସୁଭାନ ଆଲ୍ଲାହ କ୍ୟାମ୍ପକୁ ଧ୍ୱଂସ କରାଯାଇଥିଲା, ଯାହା ଆତଙ୍କୀ ନିୟୋଜନ ଓ ତାଲିମର ମୁଖ୍ୟ କେନ୍ଦ୍ର ଥିଲା।

ଏହି ଅଭିଯାନ ଭାରତୀୟ ସେନା, ନୌସେନା ଓ ବାୟୁସେନାର ମିଳିତ ସମନ୍ୱୟରେ ପରିଚାଳିତ ହୋଇଥିଲା, ଯାହା ଭାରତର ତିନି ସେନାର ଯୁଦ୍ଧ କ୍ଷମତାକୁ ପ୍ରମାଣିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri