Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ରାଲିରେ ବିସ୍ଫୋରଣ ମାମଲାରେ ୯ ଅଭିଯୁକ୍ତ ଦୋଷୀ…

ନୂଆଦିଲ୍ଲୀ,୨୭।୧୦: ବିହାର ପଟନାର ଗାନ୍ଧୀ ମଇଦାନରେ ୮ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରାଲିରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ପ୍ରତି ୧ ନଭେମ୍ବର ଦଣ୍ଡାଦେଶ କରାଯିବ ବୋଲି ଏନ୍‌ଆଇଏ କୋର୍ଟ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି।

୨୦୧୩ ଅକ୍ଟୋବର ୨୭ରେ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲିରେ ସିରିଜ୍‌ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଖଲାସ ହୋଇଛନ୍ତି। ତେବେ ଅନ୍ୟ ୯ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେପହିପରି ୮୯ ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ଏନ୍‌ଆଇଏ ଦ୍ୱାରା ଅନୁସନ୍ଧାନ ପରେ, ୨୧ ଅଗଷ୍ଟ ୨୦୧୪ରେ ହ।ୟଦାର ଅଲ୍ଲୀ ଓରଫ୍‌ ବ୍ଲାକ ବିୟୁଟି, ନୋମାନ ଅନସାରୀ, ମହମ୍ମଦ ମୁଜିବୁଲ୍ଲା ଅନସାରୀ, ମହମ୍ମଦ ଇମତିଆଜ ଆଲାମ, ଅହମ୍ମଦ ହୁସେନ, ଫକରୁଦ୍ଦିନ, ମହମ୍ମଦ ଫିରୋଜ ଅସଲମ, ଇମତିଆଜ ଅନସାରୀ, ମହମ୍ମଦ ଇଫତିକର ଆଲାମ, ଅଜହରୁଦ୍ଦିନ କୁରେସି ଏବଂ ଜଣେ ନାବାଳିକାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଫକରୁଦ୍ଦିଙ୍କୁ ଛାଡ଼ି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହି ବିସ୍ଫୋରଣ ମାମଲାରେ ଜେଲରେ ଥିବା ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବୋଧଗୟା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାରେ ସମସ୍ତ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ ପରେ, ଏନଆଇଏ କୋର୍ଟ ଏହି ନିଷ୍ପତ୍ତି ଘୋଷଣା ପାଇଁ ଅକ୍ଟୋବର ୨୭ ସ୍ଥିର କରିଥିଲେ।
ଜଣେ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟ ପୂର୍ବରୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିସାରିଛନ୍ତି।

ସମସ୍ତ ଅଭିଯୁକ୍ତଙ୍କୁ ବେୟୁର ଜେଲରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।

Share