Posted inଖେଳ

ମେସିଙ୍କୁ ଅଷ୍ଟମ ବାଲନ୍‌ ଡି’ଅର୍‌ ପୁରସ୍କାର

ପ୍ୟାରିସ୍‌,୧ା୧୧(ପି.ଟି.): ଫୁଟବଲ୍‌ର ସର୍ବଶ୍ରେଷ୍ଠ ପୁରସ୍କାର ବାଲନ୍‌ ଡି’ଅର ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱକପ ବିଜୟୀ ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା ଇଣ୍ଟର ମାୟାମି ଷ୍ଟ୍ରାଇକର ଲିଓନେଲ ମେସି ରେକର୍ଡ ଅଷ୍ଟମ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି। ସୋମବାର ପ୍ୟାରିସ୍‌ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ମାଞ୍ଚେଷ୍ଟର ସିଟିର ଗୋଲ ସ୍କୋରିଂ ମେସିନ୍‌ ଏର୍ଲିଙ୍ଗ ହାଲାଣ୍ଡ ଓ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି)ର ଫରଓ୍ବାର୍ଡ କିଲିଆନ୍‌ ଏମ୍‌ବାପେଙ୍କୁ ପଛରେ ପକାଇ ମେସି ଏହି ପୁରସ୍କାର ହାସଲ କରିଛନ୍ତି। ହାଲାଣ୍ଡ ଦ୍ୱିତୀୟ ଓ ଏମ୍‌ବାପେ ତୃତୀୟ ସ୍ଥାନରେ ରହିଥିଲେ। ଇଣ୍ଟର ମାୟାମିର କୋ ଓନର ତଥା ଇଂଲଣ୍ଡ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଡେଭିଡ୍‌ ବେକ୍‌ହାମଙ୍କ ଠାରୁ ମେସି ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଥମ ଇଣ୍ଟର ମାୟାମି ଖେଳାଳି ଭାବରେ ମେସି ଏହି ପୁରସ୍କାର ହାସଲ କରିଥିଲେ ହେଁ ପିଏସ୍‌ଜି ପକ୍ଷରୁ ଖେଳିଥିବା ସମୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ୩୬ ବର୍ଷୀୟ ମେସି ଏହି ସଫଳତା ପାଇଁ ଆର୍ଜେଣ୍ଟିନା ଦଳର ଖେଳାଳି ଓ କୋଚ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜିର ରାତିକୁ ମୁଁ ବେଶ ଉପଭୋଗ କରୁଛି। ଏହି ମୁହୂର୍ତ୍ତ ସର୍ବଦା ମୋ ସହିତ ରହିବ। ଏହା ସହିତ ଆଗାମୀ କିଛି ବର୍ଷ ମଧ୍ୟ ଏହି ସଫଳତା ଦୋହରାଇବାକୁ ପ୍ରୟାସ କରିବି ବୋଲି ମେସି କହିଥିଲେ। ଆର୍ଜେଣ୍ଟିନା ସହିତ ମୁଁ ସଫଳତା ହାସଲ କରିଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନ ହୋଇ ପାରି ନ ଥିଲୁ। ତେବେ ଏହି ସ୍ବପ୍ନ ସଫଳ ହୋଇଥିବା ବେଳେ ଦଳ ସହିତ ଜଡିତ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଏହା ସହିତ ୧୯୮୬ ମସିହାରେ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିୟନ କରାଇଥିବା ଡିଏଗୋ ମାରାଡୋନାଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶ୍ୱକପ୍‌ ଟ୍ରଫି ଓ ବାଲନ୍‌ ଡି’ଅର ଟ୍ରଫିକୁ ମୁଁ ସମସ୍ତ ଆର୍ଜେଣ୍ଟିନା ବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ଫୁଟବଲ ଜଗତରେ ଅନ୍ୟ କୌଣସି ଖେଳାଳି ମେସିଙ୍କ ରେକର୍ଡର ନିକଟତର ହୋଇ ନାହାନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ୫ ଥର ଏହି ପୁରସ୍କାର ହାସଲ କରିଥିବା ବେଳେ ମାଇକେଲ ପ୍ଲାଟିନି, ଜୋହାନ୍‌ କ୍ରଫି ଓ ମାର୍କୋ ଭାନ୍‌ ବାଷ୍ଟେନ୍‌ ୩ଥର ଲେଖାଏ ଏହି ପୁରସ୍କାର ହାସଲ କରିଛନ୍ତି। ଗତବର୍ଷ ମେସି ଏହି ତାଲିକାରେ ନ ଥିବା ବେଳେ କରିମ୍‌ ବେଞ୍ଜେମା ଏହି ପୁରସ୍କାର ହାସଲ କରିଥିଲେ।
ଅନ୍ୟ ପକ୍ଷରେ ମେସିଙ୍କ ଟିମ୍‌ ମେଟ୍‌ ତଥା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କୁ ଶ୍ରେଷ୍ଠ ଗୋଲକିପର ଭାବରେ ୟାଶିନ୍‌ ଟ୍ରଫିରେ ସମ୍ମାନିତ କରାଯାଇଛି। ୨୧ ବର୍ଷରୁ କମ୍‌ ବୟସ ବର୍ଗର ଶ୍ରେଷ୍ଠ ଖେଳାଳି ଭାବରେ ଜୁଡ୍‌ ବେଲିଙ୍ଗହାମଙ୍କୁ କୋପା ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସମାଜସେବା ପାଇଁ ବ୍ରାଜିଲର ଭିନିସିଅସ୍‌ ଜୁନିୟରଙ୍କୁ ସକ୍ରେଟସ ଆଓ୍ବାର୍ଡ ମିଳିଛି। ଶ୍ରେଷ୍ଠ ଷ୍ଟ୍ରାଇକର ଭାରେ ଜର୍ଡ ମୁଲର ଟ୍ରଫି ହାସଲ କରିଛନ୍ତି ଏର୍ଲିଙ୍ଗ ହାଲାଣ୍ଡ।
ମହିଳା ଖେଳାଳିଙ୍କ ପାଇଁ ପ୍ରଦାନ କରାଯାଉଥିବା ବାଲନ୍‌ ଡି’ଅର ଫେମିନିନ ଟ୍ରଫି ହାସଲ କରିଛନ୍ତି ସ୍ପେନ୍‌ ଦଳର ମିଡଫିଲ୍ଡର ଆଇଟାନା ବୋନମାଟି। ସ୍ପେନ୍‌ ଦଳ ପ୍ରଥମ ଥର ଫିଫା ମହିଳା ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ସେ ଗୋଲ୍ଡେନ୍‌ ବଲ୍‌ ହାସଲ କରିଥିଲେ। ଏଥିରେ ସେ ୩ଟି ଗୋଲ ଦେଇଥିବା ବେଳେ ଦୁଇଟି ଗୋଲରେ ଆସିଷ୍ଟ କରିଥିଲେ। ଏହା ସହ ବାର୍ସେଲୋନାକୁ ସେ ଲା ଲିଗା ଓ ଚାମ୍ପିୟନ୍ସ ଲିଗରେ ବିଜୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri