Posted inଖେଳ

ମେସିଙ୍କୁ ଅଷ୍ଟମ ବାଲନ୍‌ ଡି’ଅର୍‌ ପୁରସ୍କାର

ପ୍ୟାରିସ୍‌,୧ା୧୧(ପି.ଟି.): ଫୁଟବଲ୍‌ର ସର୍ବଶ୍ରେଷ୍ଠ ପୁରସ୍କାର ବାଲନ୍‌ ଡି’ଅର ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱକପ ବିଜୟୀ ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା ଇଣ୍ଟର ମାୟାମି ଷ୍ଟ୍ରାଇକର ଲିଓନେଲ ମେସି ରେକର୍ଡ ଅଷ୍ଟମ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି। ସୋମବାର ପ୍ୟାରିସ୍‌ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ମାଞ୍ଚେଷ୍ଟର ସିଟିର ଗୋଲ ସ୍କୋରିଂ ମେସିନ୍‌ ଏର୍ଲିଙ୍ଗ ହାଲାଣ୍ଡ ଓ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି)ର ଫରଓ୍ବାର୍ଡ କିଲିଆନ୍‌ ଏମ୍‌ବାପେଙ୍କୁ ପଛରେ ପକାଇ ମେସି ଏହି ପୁରସ୍କାର ହାସଲ କରିଛନ୍ତି। ହାଲାଣ୍ଡ ଦ୍ୱିତୀୟ ଓ ଏମ୍‌ବାପେ ତୃତୀୟ ସ୍ଥାନରେ ରହିଥିଲେ। ଇଣ୍ଟର ମାୟାମିର କୋ ଓନର ତଥା ଇଂଲଣ୍ଡ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଡେଭିଡ୍‌ ବେକ୍‌ହାମଙ୍କ ଠାରୁ ମେସି ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଥମ ଇଣ୍ଟର ମାୟାମି ଖେଳାଳି ଭାବରେ ମେସି ଏହି ପୁରସ୍କାର ହାସଲ କରିଥିଲେ ହେଁ ପିଏସ୍‌ଜି ପକ୍ଷରୁ ଖେଳିଥିବା ସମୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ୩୬ ବର୍ଷୀୟ ମେସି ଏହି ସଫଳତା ପାଇଁ ଆର୍ଜେଣ୍ଟିନା ଦଳର ଖେଳାଳି ଓ କୋଚ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜିର ରାତିକୁ ମୁଁ ବେଶ ଉପଭୋଗ କରୁଛି। ଏହି ମୁହୂର୍ତ୍ତ ସର୍ବଦା ମୋ ସହିତ ରହିବ। ଏହା ସହିତ ଆଗାମୀ କିଛି ବର୍ଷ ମଧ୍ୟ ଏହି ସଫଳତା ଦୋହରାଇବାକୁ ପ୍ରୟାସ କରିବି ବୋଲି ମେସି କହିଥିଲେ। ଆର୍ଜେଣ୍ଟିନା ସହିତ ମୁଁ ସଫଳତା ହାସଲ କରିଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନ ହୋଇ ପାରି ନ ଥିଲୁ। ତେବେ ଏହି ସ୍ବପ୍ନ ସଫଳ ହୋଇଥିବା ବେଳେ ଦଳ ସହିତ ଜଡିତ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଏହା ସହିତ ୧୯୮୬ ମସିହାରେ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିୟନ କରାଇଥିବା ଡିଏଗୋ ମାରାଡୋନାଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶ୍ୱକପ୍‌ ଟ୍ରଫି ଓ ବାଲନ୍‌ ଡି’ଅର ଟ୍ରଫିକୁ ମୁଁ ସମସ୍ତ ଆର୍ଜେଣ୍ଟିନା ବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ଫୁଟବଲ ଜଗତରେ ଅନ୍ୟ କୌଣସି ଖେଳାଳି ମେସିଙ୍କ ରେକର୍ଡର ନିକଟତର ହୋଇ ନାହାନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ୫ ଥର ଏହି ପୁରସ୍କାର ହାସଲ କରିଥିବା ବେଳେ ମାଇକେଲ ପ୍ଲାଟିନି, ଜୋହାନ୍‌ କ୍ରଫି ଓ ମାର୍କୋ ଭାନ୍‌ ବାଷ୍ଟେନ୍‌ ୩ଥର ଲେଖାଏ ଏହି ପୁରସ୍କାର ହାସଲ କରିଛନ୍ତି। ଗତବର୍ଷ ମେସି ଏହି ତାଲିକାରେ ନ ଥିବା ବେଳେ କରିମ୍‌ ବେଞ୍ଜେମା ଏହି ପୁରସ୍କାର ହାସଲ କରିଥିଲେ।
ଅନ୍ୟ ପକ୍ଷରେ ମେସିଙ୍କ ଟିମ୍‌ ମେଟ୍‌ ତଥା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କୁ ଶ୍ରେଷ୍ଠ ଗୋଲକିପର ଭାବରେ ୟାଶିନ୍‌ ଟ୍ରଫିରେ ସମ୍ମାନିତ କରାଯାଇଛି। ୨୧ ବର୍ଷରୁ କମ୍‌ ବୟସ ବର୍ଗର ଶ୍ରେଷ୍ଠ ଖେଳାଳି ଭାବରେ ଜୁଡ୍‌ ବେଲିଙ୍ଗହାମଙ୍କୁ କୋପା ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସମାଜସେବା ପାଇଁ ବ୍ରାଜିଲର ଭିନିସିଅସ୍‌ ଜୁନିୟରଙ୍କୁ ସକ୍ରେଟସ ଆଓ୍ବାର୍ଡ ମିଳିଛି। ଶ୍ରେଷ୍ଠ ଷ୍ଟ୍ରାଇକର ଭାରେ ଜର୍ଡ ମୁଲର ଟ୍ରଫି ହାସଲ କରିଛନ୍ତି ଏର୍ଲିଙ୍ଗ ହାଲାଣ୍ଡ।
ମହିଳା ଖେଳାଳିଙ୍କ ପାଇଁ ପ୍ରଦାନ କରାଯାଉଥିବା ବାଲନ୍‌ ଡି’ଅର ଫେମିନିନ ଟ୍ରଫି ହାସଲ କରିଛନ୍ତି ସ୍ପେନ୍‌ ଦଳର ମିଡଫିଲ୍ଡର ଆଇଟାନା ବୋନମାଟି। ସ୍ପେନ୍‌ ଦଳ ପ୍ରଥମ ଥର ଫିଫା ମହିଳା ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ସେ ଗୋଲ୍ଡେନ୍‌ ବଲ୍‌ ହାସଲ କରିଥିଲେ। ଏଥିରେ ସେ ୩ଟି ଗୋଲ ଦେଇଥିବା ବେଳେ ଦୁଇଟି ଗୋଲରେ ଆସିଷ୍ଟ କରିଥିଲେ। ଏହା ସହ ବାର୍ସେଲୋନାକୁ ସେ ଲା ଲିଗା ଓ ଚାମ୍ପିୟନ୍ସ ଲିଗରେ ବିଜୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri