Posted inଜାତୀୟ

ଅଜଣା ସୂତ୍ରରୁ ଆଞ୍ଚଳିକ ଦଳର ଆୟ ୮୮୭.୫୫ କୋଟି

ନୂଆଦିଲ୍ଲୀ,୧୭ା୫: ୨୦୨୧-୨୨ ଆର୍ଥିକବର୍ଷରେ ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ୮୮୭.୫୫ କୋଟି ଟଙ୍କା ଆୟ କରିଛନ୍ତି, ଯାହାକି ସେମାନଙ୍କ ମୋଟ ଆୟର ୭୬% ବୋଲି ଆସୋସିଏଶନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏଡିଆର୍‌ ଏହାର ରିପୋର୍ଟରେ ଦର୍ଶାଇଛି ଯେ, ୨୦୨୦-୨୧ରେ ଆଞ୍ଚଳିକ ଦଳଗୁଡ଼ିକର ଆୟ ୫୩୦.୭୦ କୋଟି ଟଙ୍କା ଥିଲା। ସେଥିରୁ ୨୬୩.୯୩ କୋଟି ଅର୍ଥାତ୍‌ ୪୯.୭୩% ଅଜ୍ଞାତ ଉତ୍ସରୁ ଆସିଥିଲା। ୨୦୨୧-୨୨ରେ ଏହା ୮୮୭.୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦାକୁ ‘ଜ୍ଞାତ ଉତ୍ସ’ରୁ ଆସିଥିବା ଧରାଯାଏ। ଏତେ ପରିମାଣର ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀକୁ ଦଳଗୁଡ଼ିକ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଦାଖଲ କଣ୍ଟ୍ରିବ୍ୟୁଶନ୍‌ ରିପୋଟର୍‌ସରେ ଉଲ୍ଲେଖ କରିଥାଆନ୍ତି। ଅନ୍ୟପକ୍ଷେ ଦଳଗୁଡ଼ିକ ନିଜର ବାର୍ଷିକ ଅଡିଟ୍‌ ରିପୋର୍ଟରେ ଆୟର ଯେଉଁ ସୂତ୍ର ସମ୍ପର୍କରେ ସୂଚନା ଦେଇ ନ ଥାଆନ୍ତି, ତାକୁ ‘ଅଜଣା ଉତ୍ସ’ ବୋଲି ବିବେଚନା କରାଯାଏ। ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୨୦,୦୦୦ ଟଙ୍କାରୁ କମ୍‌ ଚାନ୍ଦା ଦେଇଥିବା ବ୍ୟକ୍ତି ବା ସଙ୍ଗଠନର ନାମ ପ୍ରଘଟ କରିବାକୁ ବାଧ୍ୟ ନୁହନ୍ତି। ଏଡିଆର୍‌ କହିଛି, ଏଭଳି ଅଜଣା ଉତ୍ସ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍‌, କୁପନ୍‌ ବିକ୍ରି, ରିଲିଫ୍‌ ପାଣ୍ଠି, ବିବିଧ ଆୟ ଓ ସଭାରୁ ସଂଗୃହୀତ ଅର୍ଥ ଅନ୍ତର୍ଭୁକ୍ତ। ଏପରି ସ୍ବେଚ୍ଛାକୃତ ଦାନ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରାଯାଇ ନ ଥାଏ। ଏଡିଆର୍‌ ଆହୁରି କହିଛି ଯେ ରାଜନୈତିକ ଦଳଗୁଡ଼ିକ ଅଜଣା ଉତ୍ସରୁ ୮୮୭.୫୫ କୋଟି ଟଙ୍କା ପାଇଛନ୍ତି, ଯାହାକି ସେମାନଙ୍କ ମୋଟ ଆୟର ୭୬.୧୫%। ୮୮୭.୫୫ କୋଟିରୁ ୯୩.୨୬% ଅର୍ଥାତ୍‌ ୮୨୭.୭୬ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଛି। ୨୭ଟିି ଆଞ୍ଚଳିକ ଦଳ କୁପନ୍‌ ବିକ୍ରିରୁ ୪.୩୨% (୩୮.୩୫ କୋଟି), ସ୍ବେଚ୍ଛାକୃତ ଦାନ(୨୦,୦୦୦ରୁ କମ୍‌) ୨.୪୦% (୨୧.୨୯ କୋଟି ଟଙ୍କା) ପାଇଛନ୍ତି। ପ୍ରାରମ୍ଭରେ ୫୪ଟି ଆଞ୍ଚଳିକ (ସ୍ବୀକୃତିପ୍ରାପ୍ତ) ଦଳକୁ ବିଶ୍ଳେଷଣରେ ସାମିଲ କରାଯାଇଥିଲା। ତେବେ ସେଗୁଡ଼ିକ ମଧ୍ୟରୁ ୨୮ଟି ଦଳ ନିଜ ବାର୍ଷିକ ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି। ଅବଶିଷ୍ଟ ଦଳଗୁଡ଼ିକ ୨ଟି ରିପୋର୍ଟ ମଧ୍ୟରୁ ଗୋଟିଏ ଲେଖାଏ ଦାଖଲ କରିଛନ୍ତି। ୨୦୨୧-୨୨ରେ ୨୭ ଆଞ୍ଚଳିକ ଦଳର ମୋଟ ଆୟ ୧,୧୬୫.୫୮ କୋଟି ଟଙ୍କା ଥିଲା। ସେଥିରୁ ୧୨.୪୮% ଅର୍ଥାତ୍‌ ୧୪୫.୪୨ କୋଟି ଟଙ୍କା ଅଜ୍ଞାତ ସୂତ୍ରରୁ ମିଳିଥିଲା। ସଦସ୍ୟତା ସଂଗ୍ରହ, ବ୍ୟାଙ୍କ ସୁଧ ଓ ମୁଦ୍ରିତ ସାମଗ୍ରୀ ବିକ୍ରି ଭଳି ଅନ୍ୟାନ୍ୟ ଉତ୍ସରୁ ଦଳଗୁଡ଼ିକ ୧୩୨.୬୧ କୋଟି ଟଙ୍କା (୧୧.୩୮%) ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri