Posted inଫୁରସତ

୩ ମିନିଟ୍‌ରେ ଖାଇଲେ ୮୮ କେକ୍‌, ସୃଷ୍ଟିକଲେ ୱାର୍ଲଡ ରେକର୍ଡ

କିଛି ଲୋକ ଖାଇବା ପିଇବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଯେତେ ଜିନିଷ ଖାଇବାକୁ ଦିଅ, ଖାଇ କିପରି ହଜମ କରିବେ ତାହା ମଧ୍ୟ ଜାଣିଥାନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ମ୍ୟାକ୍ସ ଷ୍ଟାନଫୋର୍ଡ।

ଯିଏ କି ମାତ୍ର ୩ ମିନିଟ୍‌ରେ, ୮୮ଟି କେକ୍‌ ଖାଇ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି।
୩୪ ବର୍ଷୀୟ ମ୍ୟାକ୍ସ ହାରାହାରି ୨ ସେକେଣ୍ଡରେ ଏକ କେକ୍‌ (ଜାଫା) ଖାଇଥିଲେ। ଏହାକୁ ଗଳାରୁ ବାହାର କରିବା ପାଇଁ ଗରମ ପାଣି ପିଇଥିଲେ। ଏହିପରି ଭାବରେ, ସେ ଅତି ଖୁବ୍‌ଶୀଘ୍ର ମାତ୍ର ୩ ମିନିଟ୍‌ ମଧ୍ୟରେ ୬ ଗ୍ଲାସ୍‌ ଗରମ ପାଣି ସହିତ ୮୮ଟି କେକ୍‌ ଖାଇଦେଲେ। ଯାହାକି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲା।

ପୂର୍ବରୁ ୨୦୨୦ ଫେବୃୟାରୀରେ ମ୍ୟାକ୍ସ କେକ୍‌ ଖାଇବାର ରେକର୍ଡ ପାଇଁ ଚେଷ୍ଟା କରିଥିଲେ। ପରେ ସେ ୧୮୦ ସେକେଣ୍ଡରେ ୩୬ଟି କେକ୍‌ ଖାଇଥିଲେ। ଏଥର କିନ୍ତୁ ସେ ୩ ମିନିଟ୍‌ରେ ୮୮ଟି କେକ୍‌ ଖାଇ ରେକର୍ଡ କରିଛନ୍ତି। ମ୍ୟାକ୍ସ ଅଧିକାଂଶ ସମୟ ଖାଦ୍ୟ ଚ୍ୟାଲେଞ୍ଜ ନେଇଥାନ୍ତି। ତାଙ୍କ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି, ଯେଉଁଥିରେ ସେ ସପ୍ତାହରେ ଥରେ ଖାଦ୍ୟ ଚ୍ୟାଲେଞ୍ଜ ଭିଡିଓ ଅପଲୋଡ୍‌ କରନ୍ତି। ନିକଟରେ ସେ ୫.୫ କିଲୋଗ୍ରାମ ଚିକେନ ଚିକ୍କା ମସଲା ଏବଂ ଭାତ ସହିତ ୨୦ଟି ଚକୋଲେଟ ଇଭେଣ୍ଟ କ୍ୟାଲେଣ୍ଡର ଖାଇଥିଲେ। ବ୍ରିଟେନର ସାଉଥ ଲଣ୍ଡନରେ ରହୁଥିବା ମ୍ୟାକ୍ସଙ୍କ ପାଇଁ ଏହା ତାଙ୍କର ଅଭ୍ୟାସ। କିନ୍ତୁ ଏଥିପାଇଁ ତାଲିମ ମଧ୍ୟ ଆବଶ୍ୟକ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri