ସ୍ବପ୍ନରେ ସୀମିତ ୮୭୫ ଏକରରେ ବିଦ୍ୟୁତ୍‌ ପ୍ଲାଣ୍ଟ

କେନ୍ଦ୍ରାପଡ଼ା ଅଫିସ, ୪।୧୨: ଭୁବନେଶ୍ୱରସ୍ଥ ଜନତା ମଇଦାନରେ ମେକ୍‌ଇନ ଓଡ଼ିଶା କନକ୍ଲେଭ ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଚାଲିଛି। ଏହି କନ୍‌କେଲଭରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇନାହିଁ। ଯାହା ଜିଲାବାସୀ କୌଣସି ଫାଇଦା ମିଳି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ଅଭିଯାନର ସଭାପତି ଭୂବନମୋହନ ଜେନା, ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ଯୁବ ନେତା ରାକେଶ ମହାନ୍ତି, ସାମଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଗତ ୨ ତାରିଖରେ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ୱାରି ଗ୍ରୁପ ପକ୍ଷରୁ ଢ଼େଙ୍କାନାଳ ଜିଲାରେ ଏକ ମେଗା ସୌର ପ୍ୟାନେଲ ପ୍ରକଳ୍ପ ନିର୍ମାଣ ହେବ ବୋଲି ଘୋଷଣା ହୋଇଛି। ଏଥିପାଇଁ ରାଜ୍ୟ ସରକାର ଏହି ଗ୍ରୁପ ସିଇଓଙ୍କ ସହିତ ବୁଝାମଣା ପତ୍ର (ଏମ୍‌ଓୟୁ)ରେ ସ୍ବାକ୍ଷର କରିଛନ୍ତି। ଏଠାରେ ଗ୍ରୁପର ସିଇଓ ବିବେକ ଶ୍ରୀବାସ୍ତବ କହିଛନ୍ତି ଯେ, ବିଶ୍ୱର ବୃହତ୍‌ ସମନ୍ବିତ ସୌର ପ୍ୟାନେଲ କାରଖାନା ଏଠାରେ ନିର୍ମିତ ହେବ। ଯାହାର ୧୦ ହଜାର ମେଗାୱାଟ ବିଦ୍ୟୁତ୍‌ ଉପତ୍ାଦନ କ୍ଷମତା ରହିବ। ୯୦୦ ହେକ୍ଟର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୧୪ ହଜାର ପ୍ରତ୍ୟେକ୍ଷ ଓ ୨୫ ହଜାର ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିବ। ରାଜ୍ୟ ସରକାରଙ୍କ ଏହି ଏମ୍‌ଓୟୁ କେନ୍ଦ୍ରାପଡ଼ା ଜିଲାର ୧୧ ବର୍ଷ ତଳର ସ୍ବପ୍ନକୁ ଧୁଳିସାତ କରିଦେଇଛି। ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ମହାକାଳପଡ଼ା ବ୍ଲକ ଅଞ୍ଚଳର ଅଧିଗ୍ରହଣ ହୋଇଥିବା ୮୭୫ ଏକର ଜମି ଏବେ ସୁଦ୍ଧା ପଡିଆ ପଡିଛି। ୫୦ ଏକର ଜମି ଉପରେ ସହରାଞ୍ଚଳ ଗଢ଼ି ଉଠୁଥିବା ସ୍ବପ୍ନରେ ଭଟ୍ଟା ପଡିଛି। ୨୦୧୧ ମସିହାରେ ଜିଲାର ମହାକାଳପଡ଼ା ତହସିଲ ଅଞ୍ଚଳରେ ଦୁଇଟି ୬୬୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଥିଲେ। ସେହିବର୍ଷ ଜାନୁୟାରୀ ୩ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତି ସଚିବ ଓ ଚେନ୍ନାଇସ୍ଥିତ ମେସର୍ସ ଏସପିଆଇ ପୋର୍ଟ ପ୍ରାଇଭେଟ ଲିମିଟେଡ (ଏସ୍‌ପିଆଇପିଏଲ)ର ନିର୍ଦ୍ଦେଶକଙ୍କ ମଧ୍ୟରେ କମ୍ପାନୀ ଧାରା ୧୯୫୬ ଅନୁଯାୟୀ ଏକ ଏମ୍‌ଓୟୁ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଳାଇଲୋ, ବିଲିପଡା, ନଛିପଡା ଓ ନିୟାମତପୁର ରାଜସ୍ବ ଗ୍ରାମର ୮୭୫ ଏକର ଜମି ଜିଲା ପ୍ରଶାସନ ଅଧିଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ୮୪୦ ଏକରୁ ଊର୍ଦ୍ଧ୍ୱ ଜମିରେ ଚାଷ ହେଉଥିଲା। ଜମି ଅଧିଗ୍ରହଣ ପରେ ଏହା ପଡିଆ ପଡିଛି। ପାୱାର ପ୍ଲାଣ୍ଟ ପ୍ରକଳ୍ପ ଅନୁଯାୟୀ, ଅଧିଗ୍ରହଣ ଜମିରେ ୫୬୫ ଏକର ଜମି ପ୍ଲାଣ୍ଟ ପାଇଁ ଉପଯୋଗ କରିବାକୁ ଥିବା ବେଳେ ୧୨୫ ଏକର ଜମି ରେଳପଥ, ପାଣି ପାଇପ ଲାଇନ ବିଛାଇବାରେ ବିନିଯୋଗ ହୋଇଥାନ୍ତା। ଅବଶିଷ୍ଠ ଜମିରୁ ୫୦ ଏକର ଜମି ଉପରେ ସହରାଞ୍ଚଳ ଓ ୨୬୦ ଏକର ଜମିରେ ସବୁଜ ବଳୟ ସୃଷ୍ଟି କରାଯାଇଥାନ୍ତା। ତେବେ ୨୦୧୬ ଜାନୁୟାରୀ ୩ରୁ ଏମ୍‌ଓୟୁ ଅବଧି ସରି ଯାଇଥିବାବେଳେ ଜିଲାବାସୀଙ୍କ ଶିଳ୍ପ ସ୍ବପ୍ନ ଅଧୁରା ରହିଛି। ଅପରପକ୍ଷରେ ଢ଼େଙ୍କାନାଳରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ କେନ୍ଦ୍ରପଡ଼ାରେ ୮୭୫ ଏକର ଜମି ଅଧିଗ୍ରହଣ ସରିଛି। ସେହିପରି ଗତ ୨ବର୍ଷ ଧରି ହରିଦାସପୁର- ପାରାଦୀପ ବ୍ରଡଗେଜ ଲାଇନରେ ପଣ୍ୟବାହୀ ରେଳ ଚଳାଚଳ କରୁଛି। ଭିତ୍ତିଭୂମୀ ପ୍ରସ୍ତୁତି ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାକୁ ଅଣଦେଖା କରିବା ରାଜ୍ୟ ସରକାରଙ୍କ ପାଇଁ ଆଗାମୀଦିନରେ ଜିଲାବାସୀ ନିଶ୍ଚିତ ପ୍ରଶ୍ନ କରିବେ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri