କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର

ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ ସମୟରେ ବିଶେଷ ଭାବେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଥିବା ବେଳେ ତା’ର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ । ୮୭ ବର୍ଷ ବୟସରେ ପଦାର୍ପଣ କରିଥିବା ହୋମିଓପ୍ୟାଥି ଡାକ୍ତର ରାମଚନ୍ଦ୍ର ଦାନେକର ପ୍ରତିଦିନ ୧୦-୧୫ କିଲୋମିଟର ସାଇାକେଲ ଚଲାଇ ଯାଇ ଗାଁ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି । ପାଖାପାଖି ୬୦ ବର୍ଷ ହେବ ଗାଁର ଗରିବ ଲୋକଙ୍କୁ ସେ ଏମିତି ସେବା ଯୋଗାଇ ଆସୁଥିବା ବେଳେ ଆଜିବି ସେ କରୋନା ମହାମାରୀକୁ ଖାତିର ନ କରି ପ୍ରତିଦିନ ଗାଁକୁ ଯାଇ ଘର ଘର ବୁଲି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି ।

ଏ ସମ୍ପର୍କରେ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି ବର୍ତ୍ତମାନ କରୋନାକୁ ଡରି ଯୁବ ଡାକ୍ତମାନେ ରୋଗୀଙ୍କ ସେବା କରିବାକୁ ଡରୁଛନ୍ତି । ହେଲେ ମୋତେ ଏସବୁ ଡର ଲାଗୁନାହିଁ ବରଂ ଲୋକଙ୍କ ସେବା କରିବାରେ ଆନନ୍ଦ ମିଳୁଛି । ଗୋଟିଏ ଦିନରେ ଯେତେ ସମ୍ଭବ ଅଧିକ ଗାଁ ବୁଲି ସେ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି । ହେଲେ ବୟସ ବଢିଯାଇଥିବାରୁ ଏବେ ସେ ରାତି ସୁଦ୍ଧା ଘରକୁ ଫେରି ଆସିଥିବା କହିଛନ୍ତି । ମୋର ଅଙ୍ଗପ୍ରତ୍ୟଙ୍ଗ କାମ କରୁଥିବା ଯାଏ ମୁଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ଡାକ୍ତର ଦାନକର । ତାଙ୍କର ଏହି ଉତ୍ସର୍ଗିକୃତ ସେବାକୁ ନେଇ ଗ୍ରାମବାସୀ କୁହନ୍ତି ଡାକ୍ତର ଦାନକର ହେଉଛନ୍ତି ଆମପାଇଁ ଈଶ୍ୱର । ଯେତେବେଳେ ଯେଉଁ ମୁହୂର୍ତ୍ତରେ ମାତ୍ର ଗୋଟିଏ ଫୋନ କଲରେ ସେ ଆମ ପାଖରେ ପହଞ୍ଚିଯାଆନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri