କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର

ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ ସମୟରେ ବିଶେଷ ଭାବେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଥିବା ବେଳେ ତା’ର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ । ୮୭ ବର୍ଷ ବୟସରେ ପଦାର୍ପଣ କରିଥିବା ହୋମିଓପ୍ୟାଥି ଡାକ୍ତର ରାମଚନ୍ଦ୍ର ଦାନେକର ପ୍ରତିଦିନ ୧୦-୧୫ କିଲୋମିଟର ସାଇାକେଲ ଚଲାଇ ଯାଇ ଗାଁ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି । ପାଖାପାଖି ୬୦ ବର୍ଷ ହେବ ଗାଁର ଗରିବ ଲୋକଙ୍କୁ ସେ ଏମିତି ସେବା ଯୋଗାଇ ଆସୁଥିବା ବେଳେ ଆଜିବି ସେ କରୋନା ମହାମାରୀକୁ ଖାତିର ନ କରି ପ୍ରତିଦିନ ଗାଁକୁ ଯାଇ ଘର ଘର ବୁଲି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି ।

ଏ ସମ୍ପର୍କରେ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି ବର୍ତ୍ତମାନ କରୋନାକୁ ଡରି ଯୁବ ଡାକ୍ତମାନେ ରୋଗୀଙ୍କ ସେବା କରିବାକୁ ଡରୁଛନ୍ତି । ହେଲେ ମୋତେ ଏସବୁ ଡର ଲାଗୁନାହିଁ ବରଂ ଲୋକଙ୍କ ସେବା କରିବାରେ ଆନନ୍ଦ ମିଳୁଛି । ଗୋଟିଏ ଦିନରେ ଯେତେ ସମ୍ଭବ ଅଧିକ ଗାଁ ବୁଲି ସେ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି । ହେଲେ ବୟସ ବଢିଯାଇଥିବାରୁ ଏବେ ସେ ରାତି ସୁଦ୍ଧା ଘରକୁ ଫେରି ଆସିଥିବା କହିଛନ୍ତି । ମୋର ଅଙ୍ଗପ୍ରତ୍ୟଙ୍ଗ କାମ କରୁଥିବା ଯାଏ ମୁଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ଡାକ୍ତର ଦାନକର । ତାଙ୍କର ଏହି ଉତ୍ସର୍ଗିକୃତ ସେବାକୁ ନେଇ ଗ୍ରାମବାସୀ କୁହନ୍ତି ଡାକ୍ତର ଦାନକର ହେଉଛନ୍ତି ଆମପାଇଁ ଈଶ୍ୱର । ଯେତେବେଳେ ଯେଉଁ ମୁହୂର୍ତ୍ତରେ ମାତ୍ର ଗୋଟିଏ ଫୋନ କଲରେ ସେ ଆମ ପାଖରେ ପହଞ୍ଚିଯାଆନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?