Categories: ଜାତୀୟ

ଜେଲରେ ୮୫ ଏଚ୍‌ଆଇଭି ପଜିଟିଭ୍‌

ଗୁଆହାଟୀ, ୧୦ା୧୦: ଆସାମର ୨ଟି ଜେଲରେ ମାସକରେ ୮୫ ଜଣ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଡ୍ରଗ୍ସ ଦ୍ୱାରା ସର୍ବାଧିକ ପ୍ରଭାବିତ ନଗାଓଁ ଜିଲାରେ ଥିବା ସେଣ୍ଟ୍ରାଲ ଜେଲ ଏବଂ ସ୍ପେଶାଲ ଜେଲରେ ଏତେ ସଂଖ୍ୟାରେ କଏଦୀ ଏଚ୍‌ଆଇଭି ଭୂତାଣୁର ଶିକାର ହେବା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ତେବେ କଏଦୀ ହେବା ପୂର୍ବରୁ ହିଁ ଅଧିକାଂଶ ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ହୋଇଥିବା ନଗାଓଁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ଅତୁଲ ପାତୋର କହିଛନ୍ତି।
ସୂଚନାନୁସାରେ, ଡ୍ରଗ୍ସ ସେବନ ଅଭିଯୋଗରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ୍‌ ସାଇକୋଟ୍ରଫିକ୍‌ ସବଷ୍ଟାନ୍ସେସ୍‌ ଆକ୍ଟରେ ଅଧିକାଂଶ ଜେଲରେ ବନ୍ଦୀ ରହିଛନ୍ତି। ସେଣ୍ଟ୍ରାଲ ଜେଲରେ ୪୦ ସଂକ୍ରମିତ ବାହାରିଥିବା ଜେଲର ପ୍ରବୀଣ ହଜାରିକା କହିଛନ୍ତି। ସେହିପରି ସ୍ପେଶାଲ ଜେଲରେ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଚିକିତ୍ସା ଚାଲିଛି। ଡ୍ରଗ୍ସ ଏବଂ ଅବୈଧ ଯୌନ ସମ୍ପର୍କ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଉଛି। କଏଦୀଙ୍କ ନିକଟକୁ ଡ୍ରଗ୍ସ ପଠାଇବା ଅଭିଯୋଗରେ ନିକଟରେ ଜଣେ ଫାର୍ମସିଷ୍ଟଙ୍କୁ ଗିରଫ କରାଯାଇଥିବା ନଗାଓଁ ଏସ୍‌ପି ଆନନ୍ଦ ମିଶ୍ର କହିଛନ୍ତି।

Share